ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଉ ଏକ ଲଘୁଚାପ।ଏବେ ସାରା ଓଡ଼ିଶା ରେ ବର୍ଷା ର ପରିମାଣ ବଢିବାରେ ଲାଗିଛି।ଏହି କିଛି ଦିନ ପାଇଁ ବର୍ଷା ର ପରିମାଣ କମିଥିଲା।ଯାହା ଫଳ ରେ ତଳିଆ ଅଞ୍ଚଳ ର ଲୋକ ମାନେ ଶାନ୍ତି ରେ ରହୁଥିଲେ।

କିନ୍ତୁ ଏବେ ପୁଣି ଠାରେ ଆଉ ଏକ ଲଘୁଚାପ ଆରମ୍ଭ ହେବାକୁ ଯାଉଅଛି।ଏହାକୁ ନେଇ ପାଣି ପାଗ ବିଭାଗ ଲୋକ ମାନଙ୍କୁ ସଚେତନ କରାଇ ସାରିଲେଣି।ଲୋକ ଙ୍କ ଭିତରେ ଆଶଙ୍କା ରହିଛି ଯେ ବାତ୍ୟା ହେବାକୁ ଯାଉଛି।ହେଲେ ପାଣିପାଗ ବିଭାଗ ଏହାକୁ ନେଇ ସ୍ପଷ୍ଟ କରିଛି।
ବାତ୍ୟା ହେବାର କୌଣସି ସମ୍ଭାବନା ନାହିଁ।ଆସନ୍ତା ସେପ୍ଟେମ୍ବର ୨୯ ତାରିଖରୁ ପୂର୍ବ ବଙ୍ଗୋପସାଗର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।ଏହାର ପ୍ରଭାବ ରେ ଆସନ୍ତା ଦୁଇ ତାରିଖ ଯାଏଁ ରାଜ୍ୟ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏହାକୁ ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ।

ସୂଚନା ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳ ରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବାର ଅଛି।୨୯ ତାରିଖ ଦିନ ମୟୂରଭଞ୍ଜ,ମାଲକାନଗିରି ବାଲେଶ୍ଵର,ଓ କୋରାପୁଟ ର କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ।

ଏହା ଛଡା ଅନ୍ୟ ଜିଲ୍ଲା ଗୁଡ଼ିକ ମଧ୍ୟ ପ୍ରବଳ ରୁ ପ୍ରବଳ ବର୍ଷା ର ସମ୍ଭାବନା ରହିଛି।ଏଠାରେ ୭୦ ରୁ ୧୧୦ ମିଲି ମିଟର ବର୍ଷା ହୋଇ ପାରେ।୩୦ ତାରିଖ ରେ ବାଲେଶ୍ଵର ଭଦ୍ରକ,କେନ୍ଦୁଝର,ଯାଜପୁର ,କେନ୍ଦ୍ରାପଡ଼ା,କଟକ ଜଗତସିଂହପୁର ,କେଉଁଝର,ମୟୂରଭଞ୍ଜ,ଅନୁଗୁଳ ଢେଙ୍କାନାଳ,ସମ୍ବଲପୁର,ସୋନପୁର,ବଲାଙ୍ଗୀର ର କିଛି ସ୍ଥାନ ରେ ବର୍ଷା ହୋଇ ପାରେ।

ଏହା ପର ଠାରୁ ବର୍ଷାର ପରିମାଣ ଧୀରେ ଧୀରେ କମାଇବାକୁ ଆରମ୍ଭ କରିବ।ଏହି ସମୟ ମଧ୍ୟରେ ଲୋକ ମାନେ ଭୟଭୀତ ନ ହେବା ପାଇଁ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।
ଲଘୁଚାପ ବାତ୍ୟା ଆଡ଼କୁ ମୁହାଁଇବ ବୋଲି ଆଗରୁ ସୂଚନା ଦିଆ ଯାଇ ଥିଲା।କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ଗୁଜବ ଥିଲା।ପ୍ରତି ବର୍ଷ ଓଡ଼ିଶା କୁ ଅକ୍ଟୋବର ମାସ ରେ ବାତ୍ୟା ଆସି ଥାଏ।ହେଲେ ଏ ବର୍ଷ ବାତ୍ୟା ସମ୍ପର୍କିତ କୌଣସି ସୂଚନା ଦିଆ ଯାଇ ନାହିଁ।