ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିଠୁ ୨ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଝାରସୁଗୁଡ଼ା,

ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ସେହିପରି ୧୮ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ।
ଏବଂ କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଆଦି ଜିଲ୍ଲାରେ ସ୍ୱଳ୍ପ ବର୍ଷା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ଶୀତର ପ୍ରକୋପ ଜାରି ରହିଛି। ତାପମାତ୍ରାରେ ହ୍ରାସ ଯୋଗୁଁ ଶୀତ ବୃଦ୍ଧି ହୋଇଥିବା ବେଳେ ଏହି ସ୍ଥିତି ଆସନ୍ତା ୫ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସେହିପରି ଗତ ୧୨ ତାରିଖ ରାତିରେ ମୟୁରଭଞ୍ଜ ବାର୍ହାକାମୁଡ଼ା ଅଂଚଳରେ ଚଳିତବର୍ଷ ପ୍ରଥମ ଥର ପାଇଁ ଶୂନ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା। ପାରଦ ତଳମୁହାଁ ହେବା କାରଣରୁ ସେଠାରେ ବରଫର ପତଳା ଆସ୍ତରଣ ଦେଖିବାକୁ ମିଳିଥିଲା।
ଶୀତ ଅଧିକ ହେବାରୁ ଶିମିଳିପାଳ ଭିତରେ ଓ ପାଦଦେଶରେ ରହୁଥିବା ଗ୍ରାମର ଲୋକମାନେ ନିଆଁ ଜାଳି ବସୁଛନ୍ତି। ଶୀତ ଅଧିକ ହେଉଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଥିବା ବେଳେ ଲୋକମାନେ କାଠଗଣ୍ଡି ଜାଳି ନିଆଁ ଚାରିପଟେ ବସି ରହୁଛନ୍ତି ଅନେକ ରାତି ପର୍ଯ୍ୟନ୍ତ।

ରାଜ୍ୟରେ ହାଡ଼ଭଙ୍ଗା ଶୀତ ସହିତ ସକାଳ ୯ଟା ଯାଏ ଘନ କୁହୁଡ଼ି ଲାଗି ରହିବା ଫଳରେ ରାସ୍ତାରେ ଯାତାୟାତ ମଧ୍ୟ ପ୍ରଭାବିତ ହେଉଛି। ତେବେ ଏହିପରି ପରିସ୍ଥିତି ଆଗକୁ ଆଉ କିଛି ଦିନ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ବଣପାହାଡ଼ ଘଞ୍ଚ ଜଙ୍ଗଲ ଘେରା ମୟୂରଭଞ୍ଜ ଜିଲ୍ଲାରେ ସପ୍ତାହେ ହେବାକୁ ବସିଲାଣି ଅସହ୍ୟ ଶୀତ ଲହରି ଲାଗି ରହିଛି। ଦିନସାରା କୋହଲା ପାଗ ସାଙ୍ଗକୁ ରାତିରେ ହାଡ଼ଭଙ୍ଗା ଶୀତ ଜନଜୀବନକୁ ଏକପ୍ରକାର ଯେପରି ଅସ୍ତବ୍ୟସ୍ତ କରି ପକାଇଛି।
ମୁଖ୍ୟତଃ ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତର ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ରହୁଥିବା ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ସେହିପରି ଗତକାଲି ମୟୁରଭଞ୍ଜ ଶିମିଳିପାଳର କିଛି କିଛି ଅଞ୍ଚଳରେ ତାପମାତ୍ରା ୬ରୁ ୧୦ ଡିଗ୍ରି ମଧ୍ୟରେ ରହିଥିବା ସୂଚନା ରହିଛି। ରାତି ତାପମାତ୍ରା ଶୂନ ଡିଗ୍ରିକୁ ଖସି ଆସିଥିବା ନଜିର ରହିଛି।