Sep 13, 2023, 13:55 IST

ପାଣିପାଗ ବିଭାଗ ତରଫରୁ ମିଳିଲା ସୂଚନା ହେବ ପ୍ରବଳ ବର୍ଷା ଏହିସବୁ ଜିଲ୍ଲା ମାନଙ୍କୁ ସାବଧାନ ରହିବାକୁ ମିଳିଲା ଚେତାବନୀ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆସୁଛି ବଡ଼ ବର୍ଷା। ପଛକୁ ପଛ ଦୁଇଟି ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାର ପ୍ରକୋପ ସପ୍ତାହେରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ରହିବ।
Special report
ଏହି ସମୟରେ ସ୍ୱାଭାବିକ ତୁଳନାରେ ଦୁଇଗୁଣା ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ବନ୍ଧୁଗଣ ୪୮ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ। ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 
ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମୀୟାମର ଉପକୂଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ।
ଏହା ସହିତ ଦକ୍ଷିଣ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରରୁ ସୂଚନା ଦିଆଯାଇଛି। 
Special report
ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ଆଲଟ ଜାରି କରାଯାଇଛି। ୨୪ଟି ରାଜ୍ୟକୁ ୟୋଲ ୱାରିଂ ଜାରି କରାଯାଇଥିବା ବେଳେ ୭ ଜିଲ୍ଲାକୁ ଅରେଞ୍ଚ ୱାରିଂ ଜାରି କରାଯାଇଛି।
Special report
ଗଞ୍ଜାମ, ବୌଦ୍ଧ, କଳାହାଣ୍ଡି, ନୟାଗଡ଼, କନ୍ଧମାଳ, କଟକ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ସ୍ୱର୍ଣପୂର୍, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂପୁର, ଭଦ୍ରକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, ସମ୍ବଲପୁର। 
ଏହାସହିତ ଦେବଗଡ଼ରେ ପ୍ରବଳ ବର୍ଷାକୁ ନେଇ ୟୋଲ ୱାରିଂ ଜାରି କରାଯାଇଛି। ବୁଧବାର ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ। ୧୫ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବର୍ଷା ଜାରି ରହିବ।
ତେବେ ଆଗାମୀ ୧୦ ଦିନରେ ରାଜ୍ୟରେ ଦୁଇ ଦୁଇଟି ଲଘୁଚାପ ହେବାର ସମ୍ଭାବନା ରହିଛି। ୧୩ ଓ ୧୯ ତାରିଖରେ ଉତ୍ତର ବଙ୍ଗୋସାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ତେଣୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Advertisement