ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ମୁଖ୍ୟ ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ରୁ ରାଜନେତା ପାଲଟି ଥିବା ଭି କେ ପାଣ୍ଡିଆନ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ବେପାରୀ ତଥା ନିଜ ସରକାରୀ ଚାକିରି ରୁ ଇସ୍ତଫା ଦେଇ ଏବେ ନୂଆ କରି ରାଜନୀତି ରେ ଯୋଗ ଦେଇଛନ୍ତି।

ତାଙ୍କୁ ବର୍ତ୍ତମାନ ସମୟ ରେ ଏକ ମୁଖ୍ୟ ଭୂମିକା ଦିଆ ଯାଇଛି।ଓଡ଼ିଶା ମାଟି ରେ ତାଙ୍କର ଭୂମିକା ଅତୁଳନୀୟ।ଦୀର୍ଘ ୧୦ ବର୍ଷ ଧରି ପରଦା ପଛରେ ରହି ଲୋକ ଙ୍କ ପାଇଁ ଭଲ କରି ଆସୁଛନ୍ତି।ନବୀନ ପଟ୍ଟନାୟକ ଙ୍କ ସାଙ୍ଗ ରେ ସେ ସବୁବେଳେ ରହି ଥାଆନ୍ତି।
ତାଙ୍କୁ ଓଡ଼ିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି।ଏହାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି।ବିଜେଡି ଦଳ ର ଅନେକ ନେତା ତାଙ୍କୁ ପସନ୍ଦ କରୁ ନ ଥିବା ଦେଖା ଯାଇଛି।ସେ ମନ୍ତ୍ରୀ ହେବା ପରେ ବିଜେଡି ଦଳ ର ବରିଷ୍ଠ ନେତା ମାନେ ତାଙ୍କୁ ଶୁଭେଚ୍ଛା ଦେଇ ନାହାନ୍ତି।କିଛି ନେତା ମାନେ ତାଙ୍କୁ ଉତ୍ସାହିତ କରିଛନ୍ତି।

ଏହାକୁ ନେଇ ଏବେ ରାଜନୀତି ରେ ଖୁବ୍ ଚର୍ଚ୍ଚା ହେଉଛି।ସମସ୍ତେ କହୁଛନ୍ତି କି ଯେଉଁ ମାନେ ଭି କେ ପାଣ୍ଡିଆନ ଙ୍କୁ ଶୁଭେଚ୍ଛା ଜଣାଇ ନାହାନ୍ତି ସେମାନେ ବୋଧ ହୁଏ ତାଙ୍କର ଦଳ ରେ ରହିବାକୁ ପସନ୍ଦ କରି ନାହାନ୍ତି।
ସେହି ମନ୍ତ୍ରୀ ମାନଙ୍କ ଭିତରେ ଅତନୁ ସବ୍ୟସାଚୀ ମିଶ୍ର,ଭୁବନେଶ୍ୱର ମେୟର ସୁଲୋଚନା ଦାସ,ସୁଦାମ ମାରାଣ୍ଡି,ଭଳି କେତେକ ବିଶିଷ୍ଟ ମନ୍ତ୍ରୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇ ନାହାନ୍ତି।ଏହାକୁ ନେଇ ଏବେ ରାଜନୀତି ରେ ଜୋର୍ ସୋର ରେ ଚର୍ଚ୍ଚା ହେଉଛି।
ଅନେକ ଦିନ ଧରି ଅନ୍ୟ ମନ୍ତ୍ରୀ ମାନେ କହୁଥିଲେ କି ଭି କେ ପାଣ୍ଡିଆନ ଙ୍କୁ ସରକାରୀ ଚାକିରି ଛାଡ଼ି ଆସି ରାଜନୀତି ରେ ଯୋଗ ଦେବା ପାଇଁ।ଆଉ ଶେଷ ରେ ମୁଖ୍ୟ ମନ୍ତ୍ରୀ ସେମାନଙ୍କ କଥା କୁ ଶୁଣି ତାଙ୍କୁ ସରକାରୀ ଚାକିରି କୁ ଛଡାଇ ରାଜନୀତି ରେ ପ୍ରବେଶ କରାଇଲେ।
ବିଜେଡି ଦଳ ସବୁବେଳେ ସୋସିଆଲ ମିଡ଼ିଆ ଉପରେ ଗୁରୁତ୍ବ ଦିଏ।ଲୋକ ମାନେ ସ୍ଵାଧୀନ ଭାବେ ନିଜ ମତ ରଖିବା ପାଇଁ ସେ କୁହେ।ତେବେ କଣ ପାଇଁ ଭି କେ ପାଣ୍ଡିଆନ ଙ୍କୁ ଏତେ ବଡ ପଦ ମିଳିବା ପରେ ଅନ୍ୟ ମନ୍ତ୍ରୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇ ନାହାନ୍ତି ତାହାକୁ ନେଇ ଏବେ ସମସ୍ତଙ୍କ ମନ ରେ ଚର୍ଚ୍ଚା ସୃଷ୍ଟି ହୋଇଚି।