Updated: Jan 19, 2024, 13:03 IST

ପାଣ୍ଡିଆନ ଙ୍କ ଉପରେ ରାଗିଗଲେ ଚାଷୀ ଭାଇ ମାନେ, ପାଣ୍ଡିଆନ୍ ଙ୍କ ଘର ଆଗରେ ଆମେ ଧାନ ବସ୍ତା ରଖି ଧାରଣା ଦେବୁ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ କୁହା ଯାଉଛି କି ଚାଷୀ ମାନଙ୍କ ସମସ୍ୟାର ହୁଏତ ଆଉ ଆଦୌ ସମାଧାନ ନାହିଁ। ସମାଧାନ ର ବାଟ ବାହାରି ପାରୁ ନାହିଁ ବୋଲି ବାର୍ ବାର୍ ଚାଷୀ ମାନେ ମଧ୍ୟ ରାଜରାସ୍ତା କୁ ଓହ୍ଲାଉଛନ୍ତି।
Special Report
ଏବେ ଅନେକ ଅନେକ ଚାଷୀ ମାନେ ଖୁବ ଅସୁବିଧା ଭୋଗ କରୁ ଥିବାର ନଜର ଆସିଛନ୍ତି। ଏବେ ଏହି ଚାଷୀ ମାନେ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ଏବଂ ଉଭୟ ପାର୍ଶ୍ଵରେ ଗାଡ଼ି ସବୁ ଅଟକ ରହିଛି।
ମଝିରେ ହିଁ ଆନ୍ଦୋଳନ ଚାଲି ଥିବାର ଦେଖିବାକୁ ମିଳିଛି। ଚାଷୀ ବଞ୍ଚାଅ ଚାଷ ବଞ୍ଚାଅ ଓ ଦେଶ ବଞ୍ଚାଅ ଅଭିଯାନ ଏବେ ଚାଲିଛି।କୃଷକ ସଂଗଠନର ଯେଉଁ ଦାବୀ ଦୀର୍ଘଦିନ ଧରି ରହିଛି
ସେଥିପାଇଁ ରାଜ ରାସ୍ତାରେ ଧାନ ବସ୍ତା ରଖି ଚାଷୀ ମାନେ ଏକତ୍ରିତ ହୋଇଛନ୍ତି। ଏହି ଧାନ ବସ୍ତା ସେମାନେ ରାଜ ରାସ୍ତାରେ ରଖିବାକୁ ମଧ୍ୟ ବାଧ୍ୟ ହୋଇଛନ୍ତି କାରଣ ସରକାର ଙ୍କ ତରଫ ରୁ ତାଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ଛଡ଼ା ଯାଇ ନାହିଁ।
Special Report
କଣ୍ଟା ବାଡ ରେ ଏହି ଆନ୍ଦୋଳନ କରାଯାଉ ଥିବାର ଦେଖିବାକୁ ମିଳିଛି। ସେ କହିଛନ୍ତି କି ଯେଉଁ ମିଲର ମାନେ ଚୋରୀ କରୁଛନ୍ତି ତାଙ୍କୁ କଲେକ୍ଟର ଓ ସବ କଲେକ୍ଟର ଖୁବ ସାହଯ୍ୟ ମଧ୍ଯ କରୁଛନ୍ତି।
ସେମାନେ ଚାହୁଁଛନ୍ତି କି ତାଙ୍କର ଧାନ ବିନା କଟିଙ୍ଗ ରେ ନିଆ ଯାଉ। ମଣ୍ଡି ସମ୍ମୁଖରେ ହିଁ ଚାଷୀ ମାନେ ଧାନ ନେଇ ବସି ଥିବାର ଦେଖିବାକୁ ମିଳିଥିଲା। ବର୍ତ୍ତମାନ୍ ପର୍ଯ୍ୟନ୍ତ ସେଠାକୁ କଲେକ୍ଟର ଓ ସବ କଲେକ୍ଟର କେହି ହେଲେ ମଧ୍ୟ ଆସି ନାହାଁନ୍ତି।
ସେମାନଙ୍କର ଗୋଟିଏ ମାତ୍ର ନିବେଦନ ଦିନ ଦ୍ୱିପ୍ରହରରେ ଧାନ ଯେଉଁ ଚୋରୀ କରାଯାଉଅଛି ତାହାକୁ ବନ୍ଦ କରିବା ପାଇଁ। ଆଉ ଯେଉଁ ମିଲର ଧାନ କାଟୁଛି ତାଙ୍କୁ ତୁରନ୍ତ ମଧ୍ୟ ଗିରଫ କରାଯାଉ।
ଏଭଳି କହିଛନ୍ତି କି ଏଭଳି ସେମାନେ 5T ଅଧ୍ୟକ୍ଷ ଙ୍କ ଘର ସାମ୍ନାରେ ମଧ୍ୟ ଦରକାର୍ ପଡିଲେ ଏହି ଧାନକୁ ରଖିବେ। ଯେଉଁ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ନ ହୋଇଛି ସେତେ ପର୍ଯ୍ୟନ୍ତ ସେ ଆନ୍ଦୋଳନ ରୁ ଓହରିବେ ନାହିଁ।

Advertisement