Jan 14, 2024, 11:29 IST

ପାଣ୍ଡିଆନ ଙ୍କ ଉପରେ ଲୋକ ହୋଇଗଲେଣି ଅତିଷ୍ଠ, ସଭା ରେ ଲୋକେ ଉଡ଼େଇଲେ ଟେବୁଲ୍ ଆଉ ଚେୟାର

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ରାଜନୀତି ଯେତିକି ପାଖକୁ ଆସୁଛି ଦଳ ମାନଙ୍କ ସଂପର୍କରେ ଅନେକ ଘଟଣା ମଧ୍ଯ ସାମ୍ନା କୁ ଆସୁଛି।
Special Report
କାରଣ ଆଉ କେତେଟା ଦିନ ହିଁ ନିର୍ବାଚନ ରହିଲା ସେଥିପାଇଁ ସବୁ ଦଳ କ୍ଷମତା ନିଜ ହାତକୁ ନେବା ପାଇଁ ଚାହାଁନ୍ତି। ଆଉ ବିଜେଡ଼ି ଅନେକ ବର୍ଷ ଧରି କ୍ଷମତା ନିଜ ହାତରେ ରଖିଛି। ଏଥି ମଧ୍ୟରେ ଅନ୍ୟ ଦଳ ମାନେ କ୍ଷମତା ବିଜେଡ଼ି ହାତରୁ ଛେଇବାକୁ ଚାହୁଁ ଛନ୍ତି।
ତେବେ ଆପଣ ମାନେ ଜାଣିଥିବେ କି 5T ସଚିବ ଭିକେ ପାଣ୍ଡିଆନ ଖୁବ୍ ଚର୍ଚ୍ଚା ରେ ରହି ଥାଆନ୍ତି। କାରଣ ତାଙ୍କୁ ନେଇ ଏଭଳି କିଛି ଘଟଣା ଘଟିଥାଏ ଯାହା ସମ୍ପର୍କରେ ଖୁବ୍ ଚର୍ଚ୍ଚା ହୋଇଥାଏ।
ଏବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଆଉ ଜଣା ପଡ଼ିଛି କି ଏହି ଭିଡିଓ ଟି ହେଉଛି କଳାହାଣ୍ଡି ର। ଏହି ଭିଡିଓ କୁ ଆପଣ ମାନେ ଦେଖିବା ମାତ୍ରେ ହିଁ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯିବେ।
Special Report
ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ସେଠାରେ କିଛି ପିଲା ମାନେ ହୋ ହାଲ୍ଲା, ମାଡ଼ ଗୋଳ ଓ ଗାଳି ଗୁଲଜ କରିବାରେ ଲାଗି ପଡ଼ିଛନ୍ତି। କିଏ ଚେୟାର ବେଞ୍ଚ କୁ ଗୋଇଠା ମାରୁଚି ତ ଆଉ କିଏ ପୁଣି ଥାଳି ଫୋପାଡୁଛି। ଶୂନ୍ୟେ ଶୂନ୍ୟେ ଖାଦ୍ୟ ଥାଳି ଉଡୁଥିଲା।
କୁହା ଯାଇଛି କି ଛାତ୍ର ଛାତ୍ରୀ ମାନେ ଖାଇବାକୁ ନପାଇ କାର୍ଯ୍ୟକ୍ରମରେ ଏଭଳି ଭାବରେ ରାଗି ଯାଇଛନ୍ତି ବୋଲି। ସେଠାରେ ଖାଦ୍ୟ ଅଭାବର ସ୍ଥିତି ଉପୁଜି ଥିଲା।
ଭୋକ ସମୟରେ ପିଲା ମାନଙ୍କର ରାଗ ସଂପୂର୍ଣ୍ଣ ଭାବରେ ପଞ୍ଚମ ହୋଇ ଯାଇଥିଲା। ସେମାନେ ଚେୟାର ଟେବୁଲ୍ ଫୋପାଡ଼ିବା ସହ ଖୁବ ପାଟିତୁଣ୍ଡ ମଧ୍ୟ କରିଥିଲେ।
ଏହି ପରିସ୍ଥିତି ରେ ଯେତେ ବୁଝେଇଲେ ମଧ୍ୟ କୌଣସି ପରିବର୍ତ୍ତନ ହୋଇ ନଥିଲା। ଛାତ୍ରଛାତ୍ରୀ ମାନେ ସବୁ କିଛି ଭଙ୍ଗା ରୁଜା କରିବାରେ ସଂପୂର୍ଣ୍ଣ ଭାବରେ ଲାଗି ପଡିଥିଲେ। ଆଉ ଏହି ଘଟଣା ର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Advertisement