Nov 10, 2023, 12:22 IST

ପାଣ୍ଡିଆନ ଙ୍କୁ ନିଜର ସବୁଠୁ ବିଶ୍ୱସ୍ଥ ଲୋକ ଭାବନ୍ତି ନବୀନ : ନବୀନ ବାବୁ ଙ୍କ ପ୍ରତିଟି କାମ ଠିକ୍ ସେ ହେଉ ବୋଲି ପାଣ୍ଡିଆନ ବ୍ୟସ୍ତ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ରଖିଥିବା ମତ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ସେ କହିଥିଲେ କି ପାଣ୍ଡିଆନ ଆଇଏସ୍ ପାଇବା ପରେ ମସୁରୀ ଠାରେ ଟ୍ରେନିଂ ନେଉଥିଲେ।
ଏଭଳି କି ପାଣ୍ଡିଆନ ଙ୍କ ସାହିତ୍ୟ ,ସଙ୍ଗୀତ ଓ ନାଟକ ପାଇଁ ଖୁବ୍ ଆଗ୍ରହ ମଧ୍ୟ ରହିଥିଲା। ଏବଂ ତାଙ୍କୁ ଏକ ସଫଳ ବ୍ୟକ୍ତିତ୍ଵ ଭାବରେ ମଧ୍ୟ ବିବେଚନା କରାଯାଇ ଥିଲା।
ଏହାପରେ ସେହି ଟ୍ରେନିଂ ସେଣ୍ଟର୍ ରୁ ହିଁ ପାଣ୍ଡିଆନ ଙ୍କୁ ନବୀନ ପଟ୍ଟନାୟକ ଙ୍କ ନିକଟକୁ ପଠା ଯାଇଥିଲା। ଆଉ ଭବିଷ୍ୟତ ରେ ସେ ଖୁବ୍ ସଫଳତା ହାସଲ କରିବେ ବୋଲି ମଧ୍ୟ କୁହା ଯାଇଥିଲା।
Special report
ଏହାପରେ ପ୍ରଥମେ ନବୀନ ପଟ୍ଟନାୟକ ପାଣ୍ଡିଆନ ଙ୍କୁ ଆଣି ନିଜ ପାଖରେ ରଖି ନଥିଲେ। କାରଣ ସେ ପ୍ରଥମେ ପାଣ୍ଡିଆନ ଙ୍କୁ ପରୀକ୍ଷା କରିଥିଲେ। କାରଣ ସେ ପ୍ରଥମେ ଏହା ପରୀକ୍ଷା କରିଥିଲେ କି ପାଣ୍ଡିଆନ କିପରି ଭାବରେ କାମ କରୁଛନ୍ତି।
ଯେତେବେଳେ ପାଣ୍ଡିଆନ ଓଡ଼ିଶାରେ ନିଯୁକ୍ତି ପାଇଥିଲେ। ସେତେବେଳେ ତାଙ୍କର ସ୍ତ୍ରୀ ସୁଜାତାଙ୍କୁ ଓଡ଼ିଶା ଟ୍ରେଡ କୁ ଟ୍ରାନ୍ସଫର କରାଯାଇ ଥିଲା। କାରଣ ସୁଜାତା ହେଉଛନ୍ତି ଆମର କେନ୍ଦ୍ରାପଡ଼ାର ଝିଅ। ସୁଜାତା ମଧ୍ୟ ହେଉଛନ୍ତି ଖୁବ୍ ବୁଦ୍ଧିମତୀ।
ପାଣ୍ଡିଆନ ଙ୍କ ସହ ତାଙ୍କର ବିବାହ ପରେ ଓଡ଼ିଶା ପ୍ରତି ତାଙ୍କର ଅନୁରକ୍ତି ମଧ୍ୟ ଖୁବ୍ ବଢ଼ି ଯାଇଥିଲା। ଏହାପରେ ନବୀନ ପଟ୍ଟନାୟକ ତାଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦେଇ ପରୀକ୍ଷା କରିଥିଲେ।
ପ୍ରଥମେ ପଶ୍ଚିମ ଓଡ଼ିଶାରେ , ତାହାପରେ ଦକ୍ଷିଣ ଓଡ଼ିଶାରେ ନିଯୁକ୍ତି ଦେଇ ତାଙ୍କର କାର୍ଯ୍ୟ କଳାପ କୁ ଅନୁଧ୍ୟାନ କରିଥିଲେ। ଏହାପରେ ସେ ଦେଖିଥିଲେ କି ପାଣ୍ଡିଆନ ସଫଳତାର ସହ ସମସ୍ତ ସମସ୍ୟା ଗୁଡ଼ିକୁ ସଫଳତା ସହକାରେ ସମାଧାନ କରି ପାରୁଛନ୍ତି।
ଆଉ ଜନ ସାଧାରଣ ଙ୍କ ହୁତ ପାଇଁ ଓ ଓଡ଼ିଶାର ହିତ ପାଇଁ ମଧ୍ୟ ସେ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ପାଣ୍ଡିଆନ ଙ୍କୁ ନବୀନ ପଟ୍ଟନାୟକ ଖୁବ୍ ବିଶ୍ବାସ କରନ୍ତି ବୋଲି କୁହା ଯାଇଛି।

Advertisement