ନମସ୍କାର ପାଠକ ବନ୍ଧୁ। ସୀମା ହାଇଦର ଙ୍କ ଏବେ ପାକିସ୍ତାନୀ ପ୍ରେମିକ ର ଚେହେରା ସାମ୍ନାକୁ ଆସିଛି। ଆଉ ଏହା ଏବେ ସବୁ କିଛି ବଦଳାଇ ଦେଇଛି। ପ୍ରଥମେ ଏହା କୁହା ଯାଉଥିଲା କି ସୀମା ହାଇଦର କେବଳ ବିବାହ କରିଛନ୍ତି ଆଉ ତାଙ୍କର ସ୍ଵାମୀ ମଧ୍ୟ ଅଛି।

ଆଉ ସେହି ସ୍ଵାମୀ ଙ୍କୁ ଛାଡି ସେ ନେପାଳ ରୁ ସଚିନ ଙ୍କ ନିକଟକୁ ଚାଲି ଆସିଥିଲେ। ହେଲେ ଏବେ ଜଣେ ବ୍ୟକ୍ତି କହିଛନ୍ତି ସୀମା ତାଙ୍କ ସହ ମଧ୍ୟ PUBG ଦ୍ବାରା ହିଁ ସାଙ୍ଗ ହୋଇଥିଲେ।
ତାଙ୍କ ନିକଟରେ WhatsApp ଚାର୍ଟ ମଧ୍ୟ ରହିଛି ଯାହାଦ୍ଵାରା ସେ କହିଛନ୍ତି କି ତାଙ୍କ ନିକଟରେ ମଧ୍ୟ ଏହା ପ୍ରମାଣ ଅଛି କି ତାଙ୍କୁ ମଧ୍ୟ ସୀମା ବିବାହ କରିବାକୁ ବାଧ୍ୟ କରି ଦେଇଥିଲେ। ସେ ପାକିସ୍ତାନ ର ପଞ୍ଜାବ ର ବୋଲି ମଧ୍ଯ କୁହା ଯାଉଛି।

ଯୁବକ ଜଣକ କହିଛନ୍ତି କି ସୀମା ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ କହିଥିଲେ କି ତାଙ୍କ ନିକଟରେ ସୁନା ଅଛି ଆଉ କିଛି ଟଙ୍କା ମଧ୍ୟ ରହିଛି ଯାହାକୁ ନେଇ ସେ ଯୁବକଙ୍କୁ ବିବାହ କରିବାକୁ ଚାହୁଁ ଥିଲେ।

ହେଲେ ଏହି ଯୁବକ ଜଣକ ସେହି ସମୟରେ ବିବାହ କରିବାକୁ ସଂପୂର୍ଣ୍ଣ ଭାବରେ ବାରଣ କରି ଦେଇଥିଲେ। ସୀମା PUBG ଗେମ ଦ୍ବାରା ନିଜ ପାଇଁ ଜୀବନସାଥୀ ଖୋଜୁ ଥିଲେ। ଏହା ମଧ୍ୟ କହିଥିଲେ କି ତାଙ୍କର ପ୍ରେମ ବିବାହ ନଥିଲା।
କାରଣ ତାଙ୍କୁ ତାଙ୍କର ମାତା ପିତା ହିଁ ବିବାହ କରାଇ ଥିଲେ। ତାଙ୍କ ବିଷୟରେ ଏବେ ଅନେକ ତଥ୍ୟ ବହାରିବାରେ ଲାଗିଛି ଯାହାକି ନିଶ୍ଚିତ ଭାବରେ ଏବେ ତାଙ୍କୁ ସନ୍ଦେହ ଘେରକୁ ଟାଣି ନେଇଛି।

ଆଉ ଏବେ ସୋସିଆଲ ମିଡ଼ିଆରେ ମଧ୍ଯ ଏହି ଘଟଣା ସମ୍ପର୍କରେ ଖୁବ୍ ଭାଇରାଲ ହେବାରେ ମଧ୍ୟ ଲାଗିଛି। ଲୋକ ମାନେ ଏବେ ତାଙ୍କୁ ନାନା ପ୍ରକାରର କଥା କହିବାକୁ ଲାଗି ଲେଣି।
ଦିନ ଯେତିକି ଯେତିକି ବିତୁଛି ସୀମା ହାଇଦର ଙ୍କ ସମ୍ପର୍କରେ ଅନେକ ତଥ୍ୟ ଧୀରେ ଧୀରେ ଭାଇରାଲ୍ ହେବାରେ ଲାଗିଛି। ତେବେ ଆପଣଙ୍କୁ ସୀମା ହାଇଦର ଙ୍କ ସମ୍ପର୍କରେ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।