Updated: Dec 17, 2023, 13:34 IST

ପଇସା ପାଇଁ ପାଣ୍ଡିଆ କୁ ଅଧିନାୟକ ବନେଇବା ପଡ଼ିଲା ମହଙ୍ଗା, ଗୋଟେ ରାତି ଭିତରେ ୧୦ ଲକ୍ଷ ଫଲୋଅର୍ ହରେଇଲା ମୁମ୍ବାଇ ଇଣ୍ଡିଆନ

Special Report

ନମସ୍କାର ପାଠକ ବନ୍ଧୁ। ଆସିଛି ଏକ ବଡ ଖବର।ଆଉ କିଛି ଦିନ ମଧ୍ୟରେ ୨୦୨୪ ଆଇପିଏଲ ମ୍ୟାଚ୍ ଖେଳା ଯିବ।ଯାହାକୁ ନେଇ ପ୍ରଶଂସକ ମାନଙ୍କ ମଧ୍ୟରେ ଅନେକ କଥା ଶୁଣିବାକୁ ମିଳିଲାଣି।ଏବେ ଆଉ ଏକ ଖବର ସାମ୍ନା କୁ ଆସିଚି।
Special Report
ମୁମ୍ବାଇ ଇଣ୍ଡିଆନସ୍ ଦଳ ର ଅଧିନାୟକ ଙ୍କୁ ପରିବର୍ତ୍ତନ କରା ଯାଇଛି।୨୦୧୩ ମସିହା ରୁ ମୁମ୍ବାଇ ଦଳ ର ଅଧିନାୟକ ରୂପେ କାର୍ଯ୍ୟ ଭାର ଗ୍ରହଣ କରିଥିଲେ ରୋହିତ ଶର୍ମା।ତାଙ୍କ ଅଧିନାୟକତ୍ଵ ରେ ମୁମ୍ବାଇ ଦଳ ପାଞ୍ଚ ଥର ଟାଇଟଲ ହାସଲ କରିଛି।
ଏବେ ତାଙ୍କୁ ଅଧିନାୟକ ପଦ ରୁ ବିଦା କରା ଯାଇଛି।ତାଙ୍କ ସ୍ଥାନ ରେ ଗୁଜୁରାଟ ଦଳ ର ଅଧିନାୟକ ଥିବା ହାର୍ଦିକ ପାଣ୍ଡ୍ୟା ଙ୍କୁ ରଖା ଯାଇଛି।ଯେଉଁଥିପାଇଁ ଏବେ ପ୍ରଶଂସକ ମାନେ ମୁମ୍ବାଇ ଦଳ ଉପରେ ଖୁବ୍ ରାଗି ଯାଇଛନ୍ତି।
ସେଥିପାଇଁ ମୁମ୍ବାଇ ଇଣ୍ଡିଆନସ ର ପ୍ରଶଂସକ ମାନଙ୍କ ସଂଖ୍ୟା ସୋସିଆଲ ମିଡ଼ିଆ ରୁ କମି ଯାଇଛନ୍ତି।ରୋହିତ ଙ୍କ ସ୍ଥାନ ନେଇଛନ୍ତି ହାର୍ଦିକ ପାଣ୍ଡ୍ୟା।ମୁମ୍ବାଇ ଉପରେ ରାଗି ସେମାନେ ମୁମ୍ବାଇ ଦଳ ର ଜର୍ସି କୁ ପୋଡ଼ି ଦେଇଛନ୍ତି।
Special Report
ଏହା ଛଡ଼ା ଜଣେ ପ୍ରଶଂସକ ମୁମ୍ବାଇ ଦଳ ର ଟୋପି କୁ ଗୋଡ ରେ ଦଳି ନିଆଁ ଲଗାଇ ଦେଇଥିଲେ।ପ୍ରଶଂସକ ମାନଙ୍କ କହିବା ଅନୁଯାୟୀ ମୁମ୍ବାଇ ଦଳ କଣ ପାଇଁ ରୋହିତ ଶର୍ମା ଙ୍କୁ ଅଧିନାୟକ ପଦ ରୁ ବାହାର କରିଛନ୍ତି।
ହାର୍ଦିକ ପାଣ୍ଡ୍ୟା ଙ୍କୁ ଦଳ ରୁ ବିଦା କରା ଯାଉ।ରୋହିତ ଶର୍ମା ଜଣେ ଭଲ ଖେଳାଳି ତାଙ୍କ ଖେଳ କୁ ସମସ୍ତେ ପସନ୍ଦ କରନ୍ତି।ସୋସିଆଲ ମିଡିଆରେ ରେ ଅନେକ ପ୍ରଶଂସକ ମାନେ ମୁମ୍ବାଇ ଦଳ କୁ ଅନ ଫଲୋ କରି ଦେଇଛନ୍ତି।
ଏବେ ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।ମୁମ୍ବାଇ ଦଳ ର ଜର୍ସି ଓ ଟୋପି ରେ ନିଆଁ ଲଗାଇ ଏକ ଭିଡିଓ କରା ଯାଇଛି।ଆଗରୁ ମୁମ୍ବାଇ ଦଳ ୧୩.୪ ମିଲିୟନ ଫଲୋଅର୍ସ ରହିଥିଲେ।
ଏବେ ତାହା ୧୨.୮ ମିଲିୟନ କୁ କମି ଯାଇଛି।ଲୋକ ମାନେ ଚାହୁଁ ନାହାନ୍ତି କି ରୋହିତ ଶର୍ମା ଅଧିନାୟକ ପଦ ରୁ ବାହାରକୁ ଯାଆନ୍ତୁ।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement