Oct 2, 2023, 11:07 IST

ଲୋକୋ ପାଇଲଟ ଙ୍କ ଏହି ଛୋଟ ଭୁଲ ପାଇଁ ଅଚାନକ ହେଲା ଏତେବଡ଼ ଦୁର୍ଘଟଣା ଦେଖନ୍ତୁ ସିଧା ପ୍ଲାଟଫର୍ମ ଉପରକୁ ଉଠି ଆସିଲା ଟ୍ରେନ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମୋବାଇଲ୍ ଧରି ଭିଡିଓ କଲ ରେ ବେସ୍ତ ଥିଲେ ଟ୍ରେନର ଲୋକୋପାଇଲଟ। ସେହି ସମୟରେ ଟ୍ରେନ ଟି ଲାଇନଚ୍ୟୁତ ହେବା ସହିତ ପ୍ଲାଟଫର୍ମ ଉପରେ ମାଡ଼ି ଯାଇଥିଲା।ଦୁର୍ଘଟଣା ସମୟରେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ।
Special report
କିନ୍ତୁ ପ୍ଲାଟଫର୍ମରେ ଯାତ୍ରୀ ଠିଆ ହୋଇଥିବା ଯୋଗୁଁ ଚାରିଆଡେ ଲୋକେ ଦୌଡ ଧାପଡ କରିଥିଲେ। ତେବେ ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଟ୍ରେନ କିଭଳି ହଠାତ୍‌ ପ୍ଲାଟଫର୍ମକୁ ଚଢିଆସିଲା, ତାହା ବିଷୟରେ ଯାଞ୍ଚ ଚାଲିଛି। 
ତେବେ ବନ୍ଧୁଗଣ ଉତ୍ତର ପ୍ରଦେଶ ମଥୁରା ଜଙ୍କସନ୍ ରେ ବୁଧବାର ରାତିରେ ଏକ ପସେଞ୍ଜର ଟ୍ରେନର ଦୁର୍ଘଟଣା ହୋଇଥିଲା। ତେବେ ଏହି ଟ୍ରେନ ଦୁର୍ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଦୁର୍ଘଟଣାଗ୍ରସ୍ତ ଟ୍ରେନର ଡ୍ରାଇଭର କ୍ୟାବିନ ରେ ଲାଗିଥିବା
Special report
 ସିସିଟିଭି ଫୁଟେଜ ରୁ ଦୁର୍ଘଟଣାର କାରଣ ଲୋକୋପାଇଲଟ୍ ଙ୍କ ତ୍ରୁଟି ଯୋଗୁଁ ହୋଇଥିବା ଜଣାପଡିଛି। ଡ୍ରାଇଭର ଜଣକ ଭିଡିଓ କଲରେ ସ୍ତ୍ରୀ ସହିତ କଥା ହେଉଥିଲେ। ତେବେ ବନ୍ଧୁଗଣ ଅସାବଧାନତା କାରଣରୁ ଏହି ଦୁର୍ଘଟଣା ଟି ଘଟିଛି। 
ଏଥିରେ ସମ୍ପୃକ୍ତ ଲୋକୋପାଇଲଟ ସମେତ ୫ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇ ତଦନ୍ତ ଜାରି ରହିଛି। ସୂଚନା ମୁତାବକ, ଗତ ରାତି ୧୦.୪୯ ମିନିଟରେ ମଥୁରା ଜଙ୍କସନରେ ଇଏମୟୁ ଟ୍ରେନ ପହଞ୍ଚିଥିଲା।
Special report
ଟ୍ରେନରେ ଥିବା ଯାତ୍ରୀ ସବୁ ପ୍ଲାଟଫର୍ମରେ ଓହ୍ଲାଇ ପଡିଥିଲେ। ଏହାପରେ ଟ୍ରେନ ଟ୍ରାକରୁ ହଠାତ୍‌ ପ୍ଲାଟଫର୍ମ ଉପରେ ଚଢିଯାଇଥିଲା। ଯାହାର ଭିଡିଓ ଦେଖିବାକୁ ମିଳିଛି। କିଭଳି ଟ୍ରେନଟି ପ୍ଲାଟଫର୍ମ ଉପରେ ଚଢିଯାଇଛି। 
ଫଳରେ ପ୍ଲାଟଫର୍ମ ଭାଙ୍ଗିଯାଇଛି। ଟ୍ରେନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣା ଯୋଗୁଁ କିଛି ଟ୍ରେନ ପ୍ରଭାବିତ ହୋଇଛି। ଏହା ବିଷୟରେ ସୂଚନା ଦେଇ ମଥୁରା ରେଲେଓ୍ଵ ଷ୍ଟେସନର ଡାଇରେକ୍ଟର ଏକକେ ଶ୍ରୀବାସ୍ତବ କହିଛନ୍ତି,
ଟ୍ରେନର ଶକୁରବସ୍ତିରୁ ଆସି ମଥୁରା ଜଙ୍କସନରେ ଠିଆ ହୋଇଥିଲା। ଏହାପରେ ସବୁ ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡିଥିଲେ। ପରେ ଟ୍ରେନଟି କିଭଳି ଟ୍ରାକ୍‌ ଛାଡି ପ୍ଲାଟଫର୍ମ ଉପରକୁ ଚଢି ଆସିଥିଲା, ତା’ର ଯାଞ୍ଚ ଚାଲିଛି।

Advertisement