Updated: Oct 13, 2023, 14:30 IST

ପାଗଳ ହିନ୍ଦୀ ମାଷ୍ଟର ର ମାଡ ରେ ଛାତ୍ର ର ଜୀବନ ଗଲା, ପରିବାର ଲୋକେ କହିଲେ ସେ ମାଷ୍ଟର ଯଦି ଆମ ହାବୁଡ ରେ ଥରେ ପଡ଼ନ୍ତା ତାହାଲେ..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାଲେଶ୍ଵର ଏରଣା ମେଳ ର କୁଳିଗାଁ ବଂଶୀପୀଠ ର ଛାତ୍ର ମୃ-ତ୍ୟୁ ମାମଲା ଏବେ ନେଇଛି ନୁଆ ମୋଡ। ପରିବାର ଲୋକଙ୍କ କହିବା କଥା କି ହିନ୍ଦୀ ଶିକ୍ଷକଙ୍କ ମାଡ଼ରେ ତାଙ୍କର ପୁଅ ର ଜୀବନ ଯାଇଛି।
Special report
ତାଙ୍କ ପୁଅ ଅନ୍ୟ ଜଣେ ସାଙ୍ଗର ସାଇକେଲ ନେଇ ଘରକୁ ଖାଇବା ପାଇଁ ଆସିଥିଲା। ହେଲେ ତାଙ୍କର ସାଙ୍ଗ ପୂର୍ବରୁ ସାଇକଲ ତଳେ କପି ଲୁଚାଇ ରଖିଥିଲେ। ଏହାକୁ ଜାଣି ନପାରି ସୁମନ କପି କୁ ଖସାଇ ପକାଇ ଥିଲେ।
ଏହି କଥାକୁ କେନ୍ଦ୍ର କରି ଉଭୟ ସାଙ୍ଗ ମାନଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଥିଲା। ଏହି କଜିଆ ଏତେ ଜୋର ହେଇଥିଲା କି ସେହି ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ମନୋରଞ୍ଜନ ମଲ୍ଲିକ ଏହା ଦେଖିବାକୁ ପାଇଥିଲେ।
ତାଙ୍କ ସାଙ୍ଗ ସୂଜେତା ଙ୍କ ଦାଦା ହେଉଛନ୍ତି ସେହି ହିନ୍ଦୀ ଶିକ୍ଷକ ଜଣକ। ସେଥିପାଇଁ ବିନା ଦୋଷରେ ସେ ସୁମନ ଙ୍କୁ ନେଇ ଅଫିସ୍ ଗୃହ ଭିତରେ ମାଡ଼ ମାରିଥିଲେ। ଏହାପରେ ତାଙ୍କୁ ପେଲି ଦେଇଥିଲେ ଯାହା ଫଳରେ କି ସୁମନ ଙ୍କ ଛାତି ରେ ଯନ୍ତ୍ରଣା ହୋଇଥିଲା।
Special report
ଶିକ୍ଷକଙ୍କ ଅତ୍ୟାଚାର ରେ ହିଁ ତାଙ୍କ ପୁଅର ଜୀବନ ଯାଇଛି ବୋଲି ସୁମନ ଙ୍କ ମାଆ କହିଛନ୍ତି। ହେଲେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନ୍ୟ କିଛି କର୍ମଚାରୀ ମାନଙ୍କ ସହ ଆଲୋଚନା କରିବା ପରେ ଭିନ୍ନ ମତ ପ୍ରକାଶ ପାଇଛି।
ଅନ୍ୟ ଜଣେ ଶିକ୍ଷୟିତ୍ରୀ ଭାରତୀ ପାତ୍ର କହିଥିଲେ କି ଶିକ୍ଷକ ଜଣକ ତାଙ୍କୁ ଆଦୌ ମାଡ଼ ମାରି ନଥିଲେ। ମାତ୍ର ତାଙ୍କ ପରିବାର ଲୋକଙ୍କ ବୟାନ ଏବେ ସନ୍ଦେହ ଘେରକୁ ନେଉଛି।
ଅନ୍ୟପଟେ ବିଦ୍ୟାଳୟରେ ଜିଲ୍ଲା ଅଧିକାରୀ ଆସି ପହଞ୍ଚି ନଥିପତ୍ର ଯାଞ୍ଚ କରିବା ସହ ଛାତ୍ରର ପରୀକ୍ଷା ଖାତା ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ଆଲୋଚନା ସମସ୍ତ ତଥ୍ୟ ଦସ୍ତବିଚ କୁ ନେଇଥିବା ଜଣା ପଡ଼ିଛି।
ହେଲେ ଦୁହେଁ ଦାଦା ପୁତୁରା ସ୍କୁଲ୍ ରେ ଉପସ୍ଥିତ ନହେବା ଏହି ଘଟଣାକୁ ସନ୍ଦେହ ଘେର କୁ ଟାଣି ନେଉଛି। ଏହି ଘଟଣାର ସଠିକ୍ ତଦନ୍ତ ପରେ ହିଁ ଘଟଣା ପଛର ସତ୍ୟାସତ୍ୟ ଜଣା ପଡ଼ିବ ବୋଲି କୁହା ଯାଇଛି।

Advertisement