Updated: Nov 11, 2023, 20:50 IST

ଓଡ଼ିଆ କଳାକାର ମନୋଜ ମିଶ୍ରଙ୍କୁ ପ୍ରଶ୍ନ ବାଣ ମାରିଲେ ସନଲିସା ଦେଖନ୍ତୁ ଦେଖାଇଲେ ସବୁ ପ୍ରମାଣ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ପ୍ରଯୋଜିକା ସାନଲିଶା ପଟେଲ ଏଭଳି କିଛି କଥା କହିଛନ୍ତି ଯାହାକି ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସେ କହିଥିଲେ କି ପ୍ରଥମେତ ସେ ଭାବିଥିଲେ କି ଓଡିଆ ସିନେମା ପାଇଁ କିଛି କରିବେ ଆଉ ଓଡିଆ ସିନେମାକୁ ଆଗକୁ ମଧ୍ଯ ନେଇକରି ଯିବେ।
Special report
କିନ୍ତୁ ଏବେ ସେ କହିଛନ୍ତି କି ସେ ତାଙ୍କର ଫିଲ୍ମ “ପ୍ରଥା” ପାଇଁ ନ୍ୟାୟ ଚାହୁଁଛନ୍ତି। ଓଲିଉଡ଼ ରେ ଏବେ ଯାହା ଚାଲିଛି ସେଥିପାଇଁ ସେ ଲଢେଇ କରିବେ। ଆଉ ସେଥିପାଇଁ ସେ ନ୍ୟାୟ ମଧ୍ୟ ଚାହୁଁଛନ୍ତି। ସେ ମନୋଜ୍ ମିଶ୍ରଙ୍କ ନାମରେ ଅଭିଯୋଗ କରିଛନ୍ତି। 
ଆଉ କହିଥିଲେ କି ସେ ତାଙ୍କର ଫିଲ୍ମ୍ କୁ ଉଠାଇ ନେଇଛନ୍ତି। କାରଣ ତାଙ୍କର ଫିଲ୍ମର ପୋଷ୍ଟରକୁ ଫାଡ଼ି ଦିଆ ଯାଇଥିଲା। ବନ୍ଧୁଗଣ ପ୍ରଥା ଫିଲ୍ମର ପୋଷ୍ଟର ଚିରାକୁ ନେଇ ଅନେକ ବିବାଦ ଦେଖା ଦେଇଛି।
Special report
ଆଉ ଏହା ଭିତରେ ପ୍ରଥା ଫିଲ୍ମ୍ ର ପ୍ରଡ୍ୟୁସର୍ ମଧ୍ୟ ସାମ୍ନାକୁ ଆସିଛନ୍ତି ଆଉ ପୋଷ୍ଟର ଯିଏ ଚିରିଛି ତାଙ୍କ ନାଁରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ନିଜ ମନର କଥାକୁ ପ୍ରକାଶ କରିଥିଲେ ପ୍ରଯୋଜିକା ସାନଲିଶା। 
Special report
ତେବେ ସାନଲିଶା ଏହି ଭିଡିଓ ରେ ଗୋଟିଏ କପି ଦେଇଛନ୍ତି। ସେଥିରେ ସଫା ସଫା ଲେଖା ଅଛି ଯେ ଯେଉଁ ପ୍ରଡ୍ୟୁସର୍ ଆସୋସିଏସନ୍ ରହିଛି ସେଥିରେ ମନୋଜ ମିଶ୍ରଙ୍କୁ କୌଣସି ଅଫିସିଆଲି ବ୍ୟାନ କରାଯାଇ ନାହିଁ ବୋଲି।
ତେବେ ବନ୍ଧୁଗଣ ମନୋଜ ମିଶ୍ରଙ୍କ ଉପରେ କୌଣସି ବ୍ୟାନ ଲାଗି ନାହିଁ। ମନୋଜ ମିଶ୍ର ଗତ ମାସ ଅକ୍ଟୋବର ୨୫ ରେ ଚିଠି ଲେଖିଥିବାର ପ୍ରତିଉତ୍ତର ୨୭ ତାରିଖରେ ଦିଆଯାଇଥିଲା। 
Special report
ଏବଂ ଯେଉଁ ଚିଠି ଏବେ ସାମ୍ନାକୁ ଆସିଛି। ତେବେ ବନ୍ଧୁଗଣ ସାନଲିଶା ମନୋଜ ମିଶ୍ରଙ୍କୁ ଯେ ମନୋଜ ମିଶ୍ର ସତରେ ଯଦି ଓଲିଉଡ ଇଣ୍ଡଷ୍ଟ୍ରି ରେ ଚେନ୍ ଗୋଟେ ଚାହୁଁଥିବେ ତେବେ ସେ ଆଉ ସମସ୍ତେ ମିଶି ତାହା ପାଇଁ ଲଢେଇ କରିବା ପାଇଁ।
ଏବଂ ସେ କହିଛନ୍ତି ମୂଷା ଛୁଆ ଭଳି ଗାତ ଭିତରେ ଲୁଚି ରହି ବଦଳେଇ ପାରିବେ ନାହିଁ ଇଣ୍ଡଷ୍ଟ୍ରିକୁ। ତାହାପାଇଁ ସମସ୍ତଙ୍କ ସାମ୍ନାକୁ ଆସିବାକୁ ପଡ଼ିବ ବୋଲି ସାନଲିଶା ମନୋଜ ମିଶ୍ରଙ୍କୁ କହିଛନ୍ତି।

Advertisement