Apr 19, 2024, 11:39 IST

ଆସନ୍ତା କିଛି ଦିନ ରେ ଓଡ଼ିଶା ରେ ହେବ ପ୍ରବଳ ଖରା..ତାପମାତ୍ରା ଯାଇପାରେ ୪୬ ରୁ ୪୮°c ଯାଏଁ...

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗ୍ରୀଷ୍ମ ପ୍ରବାହ ଯୋଗୁଁ କିଭଳି ସାରା ରାଜ୍ୟରେ ଏବେ ଅସହ୍ୟ ତାତି ଜାରୀ ରହିଛି। ଏହି ତାତି ରୁ ତ୍ରାହି ପାଇବା ପାଇଁ ମଧ୍ୟ ଲୋକମାନେ ଅନେଇ ବସିଛନ୍ତି।
ଆଗାମୀ ପାଞ୍ଚ ଦିନର ଯେଉଁ ପାଣିପାଗ ରହିଛି। ଆଗାମୀ ଚାରିଦିନ ରେ ମଧ୍ୟ ଏଭଳି ଭାବରେ ଗ୍ରୀଷ୍ମ ପ୍ରବାହ ଜାରୀ ରହିବ ବୋଲି ଏହା ଜଣା ପଡ଼ିଛି। ଏଭଳି କିଛି କିଛି ସ୍ଥାନ ମାନଙ୍କର ଅସହ୍ୟ ତାତି ଜାରୀ ରହିବ ବୋଲି ମଧ୍ୟ ଏହା ଜଣା ପଡ଼ିଛି।
Bb
ଏହି ଜିଲା ଗୁଡ଼ିକ ହେଲେ କଟକ, ଖୋର୍ଦ୍ଧା, ମୟୂରଭଞ୍ଜ, ଅନୁଗୁଳ, ନୟାଗଡ଼, ନୂଆପଡ଼ା ଗ୍ରୀଷ୍ମ ପ୍ରବାହ ଜାରୀ ରହିବା ସହିତ କିଛି କିଛି ସ୍ଥାନରେ ପ୍ରଚଣ୍ଡ ଖରାର ପ୍ରଭାବ ଦେଖା ଦେବ। ଆଉ କିଛି କିଛି ସ୍ଥାନ ମାନଙ୍କରେ ତାପମାତ୍ରା ମଧ୍ୟ ୪୫° ରହିବ ବୋଲି ଏହା ସୁଚନା ମିଳିଛି।
ଅନୁଗୁଳ ରେ ମଧ୍ୟ ୪୫° ସେଲସିୟସ୍ ପହଞ୍ଚିବା ର ସମ୍ଭାବନା ରହିଛି। କାଲି ଓ ପହରଦିନ ନୟାଗଡ଼ , ମୟୁରଭଞ୍ଜ, ବଲାଙ୍ଗୀର ,କଳାହାଣ୍ଡି , ଝାରସୁଗୁଡ଼ାରେ ମଧ୍ୟ ୪୫° ସେଲସିୟସ୍ ଯିବା ସମ୍ଭାବନା ରହିଛି।
ବେଶି କରି ଆଜି କାଲି ଓ ପହରଦିନ ଅର୍ଥାତ୍ ୧୮ ,୧୯ ଓ ୨୦ ରେ ସର୍ବାଧିକ ଗରମ ଅନୁଭବ ହେବ। ପହରଦିନ ଗରମ ସହ ଆଦ୍ର ଅବସ୍ଥା ମଧ୍ୟ ରହିବ। ସେଥିପାଇଁ ମଧ୍ୟ ଆରେଞ୍ଜ ଆଲର୍ଟ ଜାରୀ କରା ଯାଇଛି।
Bb
କାରଣ ଆଜିକୁ ମିଶେଇ ଲାଷ୍ଟ ଚାରିଦିନ ଠାରୁ ଏହି ଗ୍ରୀଷ୍ମ ପ୍ରବାହ ଅନୁଭବ କରା ଯାଉଛି। ଆଗକୁ ମଧ୍ୟ ୪ ଦିନ ଏହା ଜାରୀ ରହିବ ବୋଲି ସୂଚନା ମିଳିଛି। ଏହା ସହ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ମଧ୍ୟ ଅରେଞ୍ଜ ଆଲର୍ଟ ଜାରୀ କରା ଯାଇଛି।
୧୯ ଏବଂ ୨୦ ତାରିଖରେ ମଧ୍ୟ କିଛି କିଛି ସ୍ଥାନ ମାନଙ୍କରେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ଓଡ଼ିଶାରେ କିଛି ସ୍ଥାନରେ ହାଲୁକା ଧରଣର ବର୍ଷା ହୋଇ ପାରେ ଆଉ ତାହା ସହ ଘଡଘଡି ବିଜୁଳୀ ମଧ୍ୟ ମାରିବାର ସମ୍ଭାବନା ରହିଛି।
୨୦ ତାରିଖ ପରଠୁ ବର୍ଷା ହେବା ସହ ମେଘୁଆ ପାଗ ରହିବାର ମଧ୍ୟ ସମ୍ଭାବନା ରହିଛି। ବିଜୁଳୀ ଘଡଘଡି ସହ ଘୂର୍ଣି ବାତ୍ୟା ହେବାର ମଧ୍ୟ ସମ୍ଭାବନା ରହିଛି। ଏହାର ପବନର ବେଗ ୩୦ ରୁ ୪୦ କିମି ପ୍ରତି ଘଣ୍ଟା କୁ ରହିବାର ମଧ୍ୟ ସୁଚନା ମିଳିଛି।

Advertisement