ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆୟକର ବିଭାଗର ଯେଉଁ ବଡ଼ ରେଡ ହୋଇଛି ତାହାକୁ ତିନିଦିନ ବିତି ସାରିଥିଲେ ସୁଦ୍ଧା ବର୍ତ୍ତମାନ୍ ପର୍ଯ୍ୟନ୍ତ ଏହା ସମ୍ପର୍କରେ ସଠିକ୍ ଖବର ମିଳିପାରି ନାହିଁ।
ଆୟକାରୀ ବିଭାଗର ବିଭିନ୍ନ ଅବକାରୀ ବିଭାଗ ଉପରେ ରେଡ ଚାଲିଛି। ଯେଉଁ ବିଡା ବିଡା ନୋଟ ଜବତ କରାଯାଇଛି ତାହା ଏବେ ଲୋକ ମାନଙ୍କୁ ସଂପୂର୍ଣ୍ଣ ଭାବରେ ତାଜୁବ ମଧ୍ଯ କରି ଦେଇଛି।
ଏବେ ପର୍ଯ୍ୟନ୍ତ ମଧ୍ୟ ଏହା ଜଣାପଡି ନାହିଁ କି ଏତେ ମାତ୍ରାରେ ଟଙ୍କା କେଉଁଠାରୁ ଆସିଲା। ଦୁଇ ଦିନ ରେଡ ମଧ୍ୟରେ ୨୦୦ କୋଟି ରୁ ଅଧିକ ଟଙ୍କା ଜବତ କରାଯାଇ ସାରିଲାଣି।
ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି କି ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଟୁଇଟ୍ କରିଛନ୍ତି। ସେ କିଛି ଏଭଳି କଥା କହିଛନ୍ତି ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ହେବାରେ ଲାଗିଛି। ସେ ଏଭଳି କିଛି କହିଛନ୍ତି କି,
ଦେଶବାସୀ ଏହି ବିଡା ବିଡା ନୋଟକୁ ଦେଖନ୍ତୁ ଏବଂ ଏମାନଙ୍କ ନେତାଙ୍କ ସଚ୍ଚୋଟତାକୁ ନେଇ ଦେଉଥିବା ବଡ଼ ବଡ଼ ଭାଷଣକୁ ଶୁଣନ୍ତୁ ବୋଲି କହିଛନ୍ତି । ଯିଏ ଜନତାକୁ ଲୁଟିଛି, ତାକୁ ସବୁକିଛି ଫେରାଇବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ରାଜ୍ୟରେ ଏବେ ମିଳିଥିବା ବିଡା ବିଡା ଟଙ୍କା କୁ ନେଇ ବିରୋଧୀ ଦଳ ସରକାର କୁ ଆକ୍ଷେପ କରିଛନ୍ତି।ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଏହାକୁ ନେଇ ଲେଖାଶ୍ରୀ କହିଛନ୍ତି କି ରାଜ୍ୟର ସମସ୍ତ ମଦ ମାଫିଆଙ୍କ ସହ ରାଜ୍ୟ ସରକାରଙ୍କ ଲିଙ୍କ ରହିଛି।ଶାସକ ଦଳ ଛତ୍ରଛାୟା ତଳେ ରହିଛନ୍ତି ଏମାନେ ସମସ୍ତ ମଦ ମାଫିଆ ଅଟନ୍ତି।
ମଦ ମାଫିଆ ମାନଙ୍କ ଠାରୁ ମିଳୁଥିବା ଟଙ୍କା ୫୦୦ କୋଟିରୁ ଉର୍ଦ୍ଧ ହେବ ବୋଲି ଲେଖାଶ୍ରୀ କହିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।