ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ।ଏଠାରେ କୃଷି ଓ କୃଷକ ମାନଙ୍କ ଉପରେ ଅଧିକ ଗୁରୁତ୍ବ ଦିଆ ଯାଏ।କୃଷକ ମାନେ କଷ୍ଟ କରି କ୍ଷେତ ରେ ଶସ୍ୟ ଉତ୍ପାଦନ କରନ୍ତି।ଓ ଅନ୍ୟ ବଡ ବଡ଼ିଆ ବାବୁ ମାନେ ତାହାକୁ ଖାଇ ବସି ରୁହନ୍ତି।

କିନ୍ତୁ ଏବେ କୃଷି ଓ କୃଷକ ମାନଙ୍କ ପାଇଁ କୌଣସି ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ କରା ଯାଉ ନାହିଁ।ଯେଉଁଥିପାଇଁ ପାଇଁ ରାସ୍ତା ରେ କୃଷକ ମାନେ ସବୁବେଳେ ଆନ୍ଦୋଳନ କରୁ ଥିବାର ଦେଖା ଯାଉଚି।ସରକାର ସେମାନଙ୍କ ଦୁଃଖ କଷ୍ଟ ବୁଝୁ ନାହାନ୍ତି।
କେବଳ ସରକାରୀ ଚାକିରିଆ ଙ୍କ ପାଇଁ ବିଭିନ୍ନ ନିୟମ ପ୍ରଣୟନ କରି ସେମାନଙ୍କ ଉନ୍ନତି କଥା ଚିନ୍ତା କରୁଛନ୍ତି।କିନ୍ତୁ ଏବେ ବହୁତ ସଂଖ୍ୟା ରେ ଯୁବକ ମାନେ ଅଛନ୍ତି ଯେଉଁମାନେ ବେକାର ହୋଇ ଘରେ ବସି ରହିଛନ୍ତି।କାମ ନ ପାଇଁ ସେମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।
ଏଥିପାଇଁ ସମସ୍ତେ ସରକାର ଙ୍କୁ ଜଣାଇ ସାରିଛନ୍ତି।ହେଲେ ସରକାର କାହାରି କଥା ଶୁଣି ନାହାଁନ୍ତି।ନିର୍ବାଚନ ସମୟ ରେ ସବୁ କିଛି କରିଦେବାର ପ୍ରତିଶ୍ରୁତି ଦେଇ ପରେ ଭୁଲି ଯାନ୍ତି।କିନ୍ତୁ ଏବେ ସମୟ ବଦଳି ଗଲାଣି।ଲୋକ ମାନେ ସଚେତନ ହେଲେଣି।ଏବେ ମୋ ଦଳ ନାମକ ଏକ ଦଳ ଗଠନ ହୋଇଛି।

ଯେଉଁଥିରେ ଗରିବ ଲୋକ ମାନଙ୍କ ସୁଖ ସୁବିଧା ଉପରେ ଗୁରୁତ୍ଵ ଦିଆ ଯିବ।କୃଷକ ଓ ଶ୍ରମିକ ମାନେ ଆଉ ବାହାରକୁ ଯିବେ ନାହିଁ। ତାଙ୍କୁ ତାଙ୍କର ସମସ୍ତ ସୁବିଧା ଦିଆ ଯିବ।ଆପଣ ସମସ୍ତେ ଜାଣି ଥିବେ ଆଦିବାସୀ ଶ୍ରେଣୀ ର ଲୋକ ମାନଙ୍କ ର ଏ ଯାଏଁ ମଧ୍ୟ ଉନ୍ନତି ହୋଇ ପାରି ନାହିଁ।
ସେମାନେ ଆଗରୁ ଯେଉଁ ଭଳି ଭାବେ ଥିଲେ ସେପରି ଅଛନ୍ତି।ଗାଁ କୁ ଯିବା ପାଇଁ ରାସ୍ତା ନାହିଁ। ପିଇବା ପାଇଁ ପାଣି ର ଅଭାବ।ତେବେ ଆମ ସରକାର ତାଙ୍କ ପାଇଁ କଣ କରୁଛନ୍ତି।କେବଳ ନିର୍ବାଚନ ସମୟ ରେ ଘରକୁ ଭୋଟ ନେବା ପାଇଁ ଆସିବେ।
ହେଲେ ଲୋକ ଙ୍କ ସୁଖ ସୁବିଧା କଥା କିଛି ବି ବୁଝନ୍ତି ନାହିଁ।ଏବେ ସରକାର ଥାଉ ଥାଉ ଜଣେ ତାମିଲ ଲୋକ ଆସି ଶାସନ କରୁଚି।ଜଣକ ନାମ ରେ ଶାସନ ଓ ଆଉ ଜଣେ ଶାସନ କରୁଚି।
ଏହାକୁ ସବୁ କ୍ଷେତ୍ର ରେ ବିରୋଧ କରା ଯାଉଚି।ସେଥିପାଇଁ ଗଠନ କରା ଯାଇଛି ମୋ ଦଳ।ଏହି ଦଳ ମାଧ୍ୟମ ରେ ଗରିବ ଲୋକ ମାନଙ୍କୁ ସାହାର୍ଯ୍ୟ କରା ଯିବ ବୋଲି କୁହା ଯାଇଛି।