May 4, 2024, 01:20 IST

ଓଡ଼ିଶା ରେ ହେଉଛି ପ୍ରବଳ ଗ୍ରୀଷ୍ମ ତାପ...ଖରା ର କଷ୍ଟରେ ଆହୁରି କିଛି ଦିନ ହେବେ ଡହଳ ବିକଳ

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସାରା ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାରା ଓଡ଼ିଶାର ଲୋକମାନେ ଖୁବ ହନ୍ତସନ୍ତ ହେବାରେ ଲାଗିଛନ୍ତି।
ଏହାକୁ ନେଇ ସାରା ଓଡ଼ିଶାର ଲୋକମାନେ ମଧ୍ୟ ଖୁବ ଚିନ୍ତିତ ହୋଇ ପଡିଛନ୍ତି। କାରଣ ଏହି ଅସହ୍ୟ ଗ୍ରୀଷ୍ମ ପ୍ରବାହ କାରଣରୁ ଲୋକମାନେ ଖରାରେ ବାହରକୁ ମଧ୍ୟ ବାହାରି ପାରୁ ନାହାଁନ୍ତି। ଅନେକ ଲୋକମାନେ ମଧ୍ୟ ଅଂଶୁଘାତ ରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି।
Hh
ସକାଳ ୮ ଟା ରୁ ଏଭଳି ତାପମାତ୍ରା ବଢ଼ି ଯାଉଛି ଯେ ଲୋକମାନେ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି। ଅଧିକାଂଶ ସହରର ତାପମାତ୍ରା ପାରଦ ପ୍ରାୟ ୪୦ ଡିଗ୍ରୀ ଉପରେ ରହୁଛି।
ସେହିପରି ବାୟୁରେ ଆଦ୍ରତାର ପରିମାଣ ଅଧିକ ଥିବାରୁ ଝାଞ୍ଜି ପବନ ମଧ୍ୟ ବହିବାରେ ଲାଗିଛି। ଏଥି ସହ ଟୁଇନ ସିଟି ରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି। ଆଉ ଏହାରି ମଧ୍ୟରେ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଜାରୀ ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ।
ଗତକାଲି ୪୫ ଡିଗ୍ରୀ ତାପମାତ୍ରା ସହ ସାରା ରାଜ୍ୟରେ ରେକର୍ଡ କରିଥିଲା। ଅସହ୍ୟ ଗୁଳୁଗୁଳି ରେ ମଧ୍ୟ ଲୋକମାନେ ଅତିଷ୍ଠ ହୋଇ ପଡ଼ୁଛନ୍ତି। କାରଣ ଏହି ଗରମ ରୁ ବଞ୍ଜିବା ପାଇଁ ତାଙ୍କ ନିକଟରେ କୌଣସି ଉପାୟ ନାହିଁ।
Bh
ଘରୁ ପଦାକୁ ବାହାରିବା ସମୟରେ ଯେପରି ନିଆ ରେ ଗୋଡ଼ ରଖିଲା ଭଳି ଲାଗୁଛି। ଯାହାକୁ ନେଇ ଲୋକମାନେ ମଧ୍ୟ ଖୁବ୍ ଚିନ୍ତିତ ହୋଇ ପଡିଛନ୍ତି। ପିଲା ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ହସ୍ତସନ୍ତ ହେଉଛନ୍ତି।
ବଲାଙ୍ଗିର ସହର ସକାଳୁ ସକଳୁ ଗରମ ଅନୁଭୂତ ହେଉଛି । ଆଉ ର ରାତ୍ରି ସମୟ ରେ ପ୍ରବଳ ଗୁଲଗୁଲିରେ ଅତିଷ୍ଠ ହେଉଛନ୍ତି ଲୋକେ। ଏଭଳି ଗ୍ରୀଷ୍ମ ପ୍ରବାହ ଆହୁରି କିଛିଦିନ ଜାରୀ ରହିବା ସହ ଲୋକମାନେ ଆହୁରି କିଛି ଦିନ ମଧ୍ୟ ଗରମ ରେ ହନ୍ତ ସନ୍ତ ହେବେ।
ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଗ୍ରୀଷ୍ମ ପ୍ରବାହ କୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement