Updated: Jan 15, 2024, 11:28 IST

ଓଡ଼ିଶାବାସୀ ଙ୍କ ମଙ୍ଗଳ ପାଇଁ ବିଜେଡି ଅର୍ପଣ ରଥ କରୁଛି ନା ନିଜର ନିର୍ବାଚନ ପ୍ରଚାର ପାଇଁ...?? ତେଜିଛି ଜନ ଅସନ୍ତୋଷ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପାଣ୍ଡିଆନ ଓ ବବି ଦାସ୍ ଙ୍କୁ ଏବେ ଗାଁ ଗାଁ ରେ ବିରୋଧ କରାଯାଉଅଛି। ଅର୍ପଣ ରଥ ନାଁ ଆଳରେ ରେ ରାଜନୀତି ହେଉଛି।
Special Report
ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ ରେ ମୁକ୍ତପଡ଼ା ପଞ୍ଚାୟତ ଜୟ ଜଗନ୍ନାଥ ଅର୍ପଣ ରଥରେ ଭିକେ ପାଣ୍ଡିଆନ ,ମୁଖ୍ୟମନ୍ତ୍ରୀ ଏବଂ ବବି ଦାସ୍ ଙ୍କ ଫଟୋ କୁ ବିରୋଧ କରିଛନ୍ତି ଅଞ୍ଚଳବାସୀ। ଘଟଣା ସ୍ଥଳରେ ପୋଲିସ୍ ଟିମ ମଧ୍ୟ ଆସି ପହଞ୍ଚି ଥିଲା।
ହେଲେ ସାରା ଓଡ଼ିଶାରେ ଏଭଳି ଚାଲିଥିବା ବେଳେ କେବଳ ଏଠାରେ ହିଁ ବିରୋଧ କରିଲେ କେମିତି ହେବ ବୋଲି କହି ପୋଲିସ କର୍ମୀ ଧମକାଇ ଥିଲେ। ଏହାକୁ ଲୋକେ ଶୁଣିବା ପରେ ମଧ୍ୟ ଉତ୍ୟକ୍ତ ହୋଇ ପଡିଥିଲେ।
କହିଥିଲେ କି ପ୍ରଭୁ ଜଗନ୍ନାଥ ହେଉଛନ୍ତି ତାଙ୍କର ଆରାଧ୍ୟ ଦେବତା ସେଥିପାଇଁ ଶ୍ରୀ ଜଗନ୍ନାଥ ଙ୍କ ଫଟୋ ସେଥିରେ ରହିବ ମାତ୍ର ରାଜନେତା ଙ୍କ ଫଟୋ କାହିଁକି ରହିବ ବୋଲି ପ୍ରଶ୍ନ କରିଥିଲେ ମଧ୍ୟ।
Special Report
ସେମାନେ ବିରୋଧ କରିବାର କାରଣ ହେଉଛି ସେଥିରେ ଶ୍ରୀ ଜଗନ୍ନାଥ ଙ୍କ ଫଟୋଚିତ୍ର ଲାଗି ନଥିଲା। କେବଳ ରଥରେ ପାଣ୍ଡିଆନ,ମୁଖ୍ୟମନ୍ତ୍ରୀ ଓ ବବି ଦାସ୍ ଙ୍କ ଫଟୋ ହିଁ ଲାଗିଥିଲା। କେବଳ ଯେଉଁମାନେ ରାଜନୀତି କରିଛନ୍ତି ସେମାନଙ୍କର ହିଁ ଫଟୋ ଲାଗିଥିଲା।
ଆଉ ତାହାକୁ ହିଁ ଜଗନ୍ନାଥ ଙ୍କ ଅର୍ପଣ ରଥ ବୋଲି କୁହା ଯାଉଛି ଯାହାକୁ କି ସେମାନେ ବିରୋଧ କରିଥିଲେ। ସେ କହିଥିଲେ କି ସଂପୂର୍ଣ୍ଣ ଭାବରେ ଜଗନ୍ନାଥ ଙ୍କ ରଥ ହେଉ ଓ ଗାଁ ଗାଁ ବୁଲା ଯାଉ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମରେ ଜୟ ଜଗନ୍ନାଥ ରଥ ଦାୟିତ୍ୱରେ ଥିବା ପଞ୍ଚାୟତ ଅଧିକାରୀ ଏହି ରଥରେ ପାଣ୍ଡିଆନ ଙ୍କ ଚିତ୍ର ଉପରେ ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଲଗାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ଆଉ ଏବେ ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement