Oct 25, 2023, 11:21 IST

ଅକ୍ଟୋବର ମାସ ରେ ଓଡ଼ିଶା କୁ ଆସୁଛି ସବୁ ବେଳେ ବାତ୍ୟା ଆଉ ଝଡ଼, ହେଲେ କଣ ପାଇଁ?? ୧୦ ବର୍ଷ ରେ ପୃଥିବୀ ଉପରେ ଯେତିକି ବାତ୍ୟା ଆସିନି ସେତିକି ଓଡ଼ିଶା ରେ ଆସିଚି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅକ୍ଟୋବର ମାସ ଆସିବା ମାତ୍ରେ ହିଁ ବାତ୍ୟାର ଆଶଙ୍କା ମଧ୍ୟ ବଢ଼ିବାରେ ଲାଗିଥାଏ। ଅକ୍ଟୋବର ମାସରେ ହିଁ ବାରମ୍ବାର ବାତ୍ୟା ହେବାର ସମ୍ଭାବନା ଥାଏ।
Special report
ଅକ୍ଟୋବର ଆସିବା ମାତ୍ରେ ହିଁ ବାତ୍ୟା ଆଶଙ୍କା ଆଦୌ ଟାଳି ହୁଏ ନାହିଁ। କାରଣ ଏହି ମାସରେ ହିଁ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥାଏ ବାତ୍ୟା।୧୯୯୯ ମସିହାର ସେହି ଭୟଙ୍କର ମହାବାତ୍ୟା ହେଉ,
କିମ୍ବା ଫାଇଲିନ ବା ଫନି ଏହି ସବୁ ବାତ୍ୟା ଆସିଛନ୍ତି ଠିକ୍ ଏହି ଅକ୍ଟୋବର ମାସରେ। ସମ୍ଭାବ୍ୟ ବାତ୍ୟା ଓଡ଼ିଶାର ସ୍ଥଳଭାଗ ଛୁଇଁବ ନା ନାହିଁ ସେନେଇ ଏବେ କିଛି ସ୍ପଷ୍ଟ ମଧ୍ୟ ହୋଇ ନାହିଁ।
ହେଲେ ଅକ୍ଟୋବର ଆସିବା ମାତ୍ରେ ହିଁ କାହିଁକି ବାତ୍ୟା ହୁଏ ତାକୁ ନେଇ ଖୁବ ଚର୍ଚ୍ଚା ହୋଇଥାଏ।୨୦୧୩ ଅକ୍ଟୋବର ମାସରେ ତାଣ୍ଡବ ରଚିଥିଲା ଫାଇଲିନ। ଆଉ ୨୦୧୪ ରେ ପ୍ରଳୟଙ୍କରୀ ହୁଡ଼ ହୁଡ ର ସାମ୍ନା କରିଥିଲେ ଓଡ଼ିଶା ବାସି।
Special report
ସେହିପରି ୨୦୧୮ ରେ ତିତିଲି ମଧ୍ୟ ଦାନା ବାନ୍ଧିଥିଲା ବଙ୍ଗୋପ ସାଗର ରେ। ହେଲେ ଓଡ଼ିଶା ଭିତରକୁ ପଶି ପାରି ନଥିଲା। ପୁଣି ଏବେ ଆଉ ଏକ ବାତ୍ୟା କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମାତ୍ର ଏହି ବାତ୍ୟାର ନିସାନା ଓଡ଼ିଶା ନାହିଁ।
ଆଉ କାହିଁକି ଅକ୍ଟୋବର ମାସରେ ବାତ୍ୟା ଆସିଥାଏ ଏନେଇ ପାଣିପାଗ ବିଶେଷଜ୍ଞ ଙ୍କ କହିବା କଥା କି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ର ଲେଉଟାଣି ମାସ ହେଉଛି ଅକ୍ଟୋବର। ସେତେବେଳେ ସମୁଦ୍ର ଉପରି ଭାଗ ତାପମାତ୍ରା ମଧ୍ୟ ଅଧିକ ଥାଏ।
ସମୁଦ୍ର ଭିତରେ ପବନର ବେଗ ସମାନ୍ତରାଳ ରହିଥିବା ବେଳେ କମ୍ ବେଶୀ ମଧ୍ଯ ହୋଇଥାଏ। ଏହା ଫଳରେ ଝଡ଼ ଦୃଷ୍ଟି ହେବା ସହ ସମୁଦ୍ର ମଧ୍ୟ ଅଶାନ୍ତ ହୋଇ ପଡ଼ିଥାଏ।
ଆଉ ଏହା ପରେ କ୍ରମେ ଘନୀଭୂତ ହୋଇ ମଧ୍ଯ ବାତ୍ୟାର ରୂପ ନେଇଥାଏ। ଆଉ ଏହା ଓଡ଼ିଶା ଉପରେ ଖୁବ୍ ଭାରି ମଧ୍ୟ ପଡ଼ିଥାଏ। ଆଉ ଏହି ବାତ୍ୟା ନାଆ ଶୁଣିବା ମାତ୍ରେ ହିଁ ଅନେକ ଓଡ଼ିଶା ବାସୀ ଙ୍କ ମନରେ ଛନକା ପଶିଯାଇ ଥାଏ।

Advertisement