ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଡ଼ିଶାର ଚର୍ଚ୍ଚିତ ଷ୍ଟାର ଦମ୍ଫତ୍ତି ଅନୁଭବ ବର୍ଷାଙ୍କ ଛାଡ଼ପତ୍ର ମାମଲାରେ ଆଜି ମାନ୍ୟବର ଓଡ଼ିଶା ହାଇକୋର୍ଟ ଶୁଣାଣି କରିଥିଲେ। ପୂର୍ବରୁ ସାଂସଦ ଅନୁଭବ ମହାନ୍ତି କରିଥିବା ପିଟିସନ ଉପରେ ଗୁରୁବାର ଦିନ ନିଜର ପକ୍ଷ ରଖିବା ପାଇଁ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟ ପାଖରେ ସମୟ ଲୋଡ଼ିଥିଲେ।

ଯାହାକୁ ହାଇକୋର୍ଟ ମଞ୍ଜୁରୀ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ମାସ ୬ ତାରିଖରେ ହେବ। ତେବେ ବନ୍ଧୁଗଣ ସେପ୍ଟେମ୍ବର ମାସରେ ଫ୍ୟାମିଲି କୋର୍ଟ ସାଂସଦ ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଦେଇଥିଲେ।
ଏହାକୁ ଚ୍ୟାଲେଞ୍ଜ କରି ବର୍ତ୍ତମାନ ଅନୁଭବ ମହାନ୍ତି ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି। ଏହାପରେ ୧୭ ଅକ୍ଟୋବରରେ ମାନ୍ୟବର ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନକୁ ଗ୍ରହଣ କରି ତାଙ୍କ ପତ୍ନି ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି କରିଥିଲେ।

ପୂର୍ବରୁ ଏହି ମାମଲା ଉପରେ ଅନେକ ଥର ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନିଜର ପକ୍ଷ ଓ ପରିବାର ଦୁଃଖ ବିଷୟରେ କହି ଦେଖିବାକୁ ମିଳିଛି।

ବର୍ତ୍ତମାନ ଦେଖିବା ବାକି ରହିଲା ଯେ ସାଂସଦଙ୍କ ଆବେଦନ ଉପରେ ମାନ୍ୟବର ଓଡ଼ିଶା ହାଇକୋର୍ଟ କ'ଣ ରାୟ ଦେଉଛନ୍ତି। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା ହାଇକୋର୍ଟରେ ପହଞ୍ଚିଛି।
ଅନୁଭବଙ୍କ ପକ୍ଷରୁ ଛାଡ଼ପତ୍ର ପାଇଁ ହୋଇଥିବା ଆବେଦନକୁ ଗତ ସେପ୍ଟେମ୍ବର ୨୨ ତାରିଖରେ କଟକ ପରିବାର ଅଦାଲତ ଖାରଜ କରିଦେଇଥିଲେ।

ସୂଚନା ଅନୁଯାୟୀ, ଅଭିନେତା ଅନୁଭବ ପରିବାର ଅଦାଲତରେ ତାଙ୍କ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ହେଲେ କଟକ ପରିବାର ଅଦାଲତ ଏହି ଆବେଦନକୁ ଖାରଜ କରିଦେଇଥିଲା।
ପରିବାର ଅଦାଲତ ରାୟ ବିରୋଧରେ ଅନୁଭବ ପୁଣିଥରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପରିବାର ଅଦାଲତ ଅନୁଭବଙ୍କ ଛାଡ଼ପତ୍ର ଆବେଦନ ସହିତ ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ ବର୍ଷା ରୁଜୁ କରିଥିବା ମାମଲାକୁ ବି ଖାରଜ କରିଥିଲେ।