Mar 12, 2024, 10:29 IST

ଏଣିକି ପୁରୁଣା ଓଡ଼ିଆ ଫିଲ୍ମ କୁ ୟୁଟ୍ୟୁବ ରେ କରିପାରିବେନି ଡବିଂ,କଣ ଏଥିନେଇ ସରକାର ଆଣିବେ କି ନୂଆ ଆଇନ..

Hu

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନକୁ ଦିନ ବଢିବାରେ ଲାଗିଛି ସାଇବର ସମ୍ପର୍କିତ ଅପରାଧ। ଅର୍ଥ ରୋଜଗାର ନାଁରେ ସବୁ ସୀମା ଟପିଲେଣି ଭିଡିଓ କଣ୍ଟେଟ୍ କ୍ରିଏଟର୍। ପ୍ରଥମେ ଦିବଂଗତ-ବରିଷ୍ଠ ଅଭିନେତାଙ୍କର ବିଭିନ୍ନ ଚଳଚ୍ଚିତ୍ରର ଭିଡିଓକୁ ବ୍ୟବହାର କରି କଦର୍ଯ୍ୟ ଭାଷା ବ୍ୟବହାର କରି କଣ୍ଟେଟ୍ କରୁଥିଲେ।
ସେତିକିରେ ସେମାନଙ୍କ ମନ ବୁଝିଲାନି ପରେ ସେଭଳି ଭିଡିଓକୁ ବ୍ୟବହାର କରି ଅଶ୍ଳୀଳ ଭାଷା ଯୋଡ଼ି ଭିଡ଼ିଓ କରୁଛନ୍ତି।ସୋସିଆଲ ମିଡିଆ ଖୋଲିଲେ ଖାଲି ଏଭଳି ଭିଡିଓ ଦେଖିବାକୁ ମିଳୁଛି। ଯାହାକୁ ଦେଖୁଛନ୍ତି ସବୁ ବର୍ଗର ଲୋକ, ବରିଷ୍ଠଙ୍କ କଥା ଛାଡ଼ନ୍ତୁ ବାଦ ପଡ଼ୁନାହାନ୍ତି ଛୋଟ ପିଲା।
Gg
ସମସ୍ତେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି। ଏଇ ପାଞ୍ଚ ବର୍ଷ ଭିତରେ ଓଡ଼ିଶା ହରାଇଛି ଅନେକ କ୍ଷାତିସମ୍ପର୍ଣ୍ଣ କଳାକାର। ଆଉ ଯେତିକି ରହିଲେ ସେମାନେ ଏବେ ବାର୍ଦ୍ଧକ୍ୟ ଅବସ୍ଥାରେ। ତେବେ ଏଠି ପ୍ରଶ୍ନ ଜଣେ କଳାକାର ଯଦି ପରଲୋକରେ ଥାଏ କିମ୍ୱା ବାର୍ଦ୍ଧକ୍ୟ ଅବସ୍ଥାରେ ଥାଏ, ତାଙ୍କର କଣ କୌଣସି ସମ୍ମାନ ନାହିଁ।
ଅଭିନେତାଙ୍କ କଥା ତ ଛାଡନ୍ତୁ ସବୁଠୁ ବେଶି ଆଶ୍ଚର୍ଯ୍ୟର ବିଷୟ ଏବେ ରାଜନେତାଙ୍କୁ ବି ଛାଡ଼ୁନାହାନ୍ତି ଏମାନେ। କିଛିଦିନ ହେବ 5T ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅଶ୍ଳୀଳ ଭାଷା ବ୍ୟବହାର ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି।
Gh
ସେସବୁ ଭିଡ଼ିଓରେ ଅଶ୍ଳୀଳ ଭାଷା ବ୍ୟବହାର ହୋଇଥିବାରୁ ପ୍ରମାଣ ସ୍ୱରୂପ ସେହି ଲିଙ୍କ୍ ବି ଆମେ ଏଠାରେ ସେୟାର କରିପାରୁନୁ। ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ଛାତ୍ରଛାତ୍ରୀ।
କୋଭିଡ ପରେ ପରେ ଅଧିକାଂଶ ପିଲା ଏବେ ମୋବାଇଲ ବ୍ୟବହାର କରୁଛନ୍ତି। ସେମାନେ ଯେତେବେଳେ ସୋସିଆଲ ମିଡ଼ିଆ ବ୍ୟବହାର କରୁଛନ୍ତି। ସେତେବେଳେ ସେମାନେ ଏଭଳି କଣ୍ଟେଟ୍ ଦେଖି ଏଥିରେ ପ୍ରଭାବିତ ହେଉଛନ୍ତି।
ଏନେଇ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଦେଖିବକୁ ମିଳୁଛି। ଯଦି ସେମାନଙ୍କର ଭିଡିଓ ଏପରି ଜାରି ରୁହେ ତେବେ ଆଗାମୀ ଦିନରେ ସମାଜକୁ ଆହୁରି ଖରାପ ପ୍ରଭାବ ପକାଇବ।

Advertisement