Apr 3, 2024, 12:58 IST

ଆଉ ମାଗଣା ଚାଲିବନି WhatsApp ଦେଖନ୍ତୁ ଏଥର ଦେବାକୁ ହେବ ଟଙ୍କା !!! ଦେଖନ୍ତୁ କଣ ଆସିଲା ଅପଡେଟ

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ପାଇଁ ବଡ ଖବର। ଏଣିକି ଆଉ ମାଗଣାରେ ଚଲାଇ ପାରିବେନି ହ୍ୱାଟସଆପ୍। ଦେବାକୁ ପଡିବ ଟଙ୍କା। ଆଜିର ସମୟରେ ହ୍ୱାଟସଆପ୍ ସବୁଠାରୁ ବଡ଼ ଇନଷ୍ଟାଣ୍ଟ ମେସେଜିଙ୍ଗ ପ୍ଲାଟଫର୍ମ ବନିଛି।
କମ୍ପାନୀ ପାଖରେ ଏବେ ଦୁଇ ବିଲିଓନ ରୁ ଅଧିକ ୟୁଜର ମଧ୍ୟ ରହିଛି। ତେବେ ମେଟା ମାଲିକାନା ମେସେଜିଙ୍ଗ ହ୍ୱାଟସଆପ୍ ଭାରତରେ ପ୍ରମୁଖ ପଦକ୍ଷେପ ନେଇଛି। ଫେବୃୟାରୀ ମାସରେ ହ୍ୱାଟସଆପ୍ ରେକଡ଼ ୩୬. ୨୮ ଲକ୍ଷ ଆକାଉଣ୍ଟ ଉପରେ ଲାଗିଛି ବ୍ୟାନ। 
Hh
ଏହାପୂର୍ବରୁ ଗତ ଜାନୁୟାରୀ ମାସରେ ହ୍ୱାଟସଆପ୍ ପ୍ରାୟ 67.78 ଲକ୍ଷ ଆକାଉଣ୍ଟକୁ ବ୍ୟାନ କରିଥିଲା। ତେବେ ହ୍ୱାଟସଆପରେ ଅଶ୍ଳୀଳ ପ୍ରସବ ସେୟାର କରାଯାଇ ପାରିବନାହିଁ। ତେବେ ଚାଟିଂ ପାଇଁ ଅଧିକ ମାତ୍ରାରେ ବ୍ୟବହାର ହେଉଥିବା ହ୍ୱାଟ୍ସଆପରେ ମଧ୍ୟ ସମାନ ନିୟମ ଆସିବ।
ତେଣୁ କମ୍ପାନୀ ଆଉ ଦୀର୍ଘ ଦିନ ପର୍ଯ୍ୟନ୍ତ ମାଗଣା ସେବା ପ୍ରଦାନ କରିବ ନାହିଁ। ଏଥିପାଇଁ ଉପଭୋକ୍ତାମାନଙ୍କଠାରୁ ଟଙ୍କା ଆଦାୟ କରିବ। ତେବେ ବର୍ତ୍ତମାନ ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି। ଆଉ ସମସ୍ତେ ହ୍ୱାଟ୍ସଆପ ମଧ୍ୟ ବ୍ୟବହାର କରୁଛନ୍ତି। 
କାରଣ ଅନ୍ୟ ଆପ ତୁଳନାରେ ଏଥିରେ ଚାଟିଂ ଓ ଭିଡିଓ କଲିଂ ଏବଂ ଅନ୍ୟାନ ସୁବିଧା ଅତି ସହଜରେ ଉପଲବ୍ଧ ରହିଛି। କିନ୍ତୁ କମ୍ପାନୀ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ବେଳେ ୟୁଜର ମାନଙ୍କୁ ଏକ ଶକ୍ତ ଝଟକା ଲାଗିପାରେ।
Bb
ତେବେ କମ୍ପାନୀ ମାସିକ କିମ୍ବା ବାର୍ଷିକ ସବସ୍କ୍ରିପସନ୍ ଯୋଜନା ଆଣିପାରେ। ତେବେ ବନ୍ଧୁଗଣ କମ୍ପାନୀ ହିସାବରେ ସାଧାରଣ ବ୍ୟବହାରକାରୀ ମାନେ ପୂର୍ବ ପରି ମାଗଣାରେ ହ୍ୱାଟସପ ଚଲାଇ ପାରିବେ। ନୂତନ ନିୟମ କେବଳ ବ୍ୟବସାୟ ମେସେଜ ପାଇଁ ପ୍ରଯୁଜ୍ୟ ହେବ। 
ହ୍ୱାଟସପର ନୂଆ ଇଣ୍ଟ୍ରନସନାଲ କାଟାଗୋରୀରେ ବ୍ୟବହାରକାରୀଙ୍କୁ ପ୍ରତି ମେସେଜରେ ୨.୩୦ ପଇସା ଦେବାକୁ ପଡିବ। ଜୁନ ୧ ତାରିଖରୁ ଏହା ଲାଗୁ ହେବାକୁ ଥିବା ବେଳେ ଏହାର ପ୍ରଭାବ ଭାରତ ଏବଂ ଇଣ୍ଡୋନେସିଆ କାରବାର ଉପରେ ପଡ଼ିବ।
ତେବେ ଇଣ୍ଟ୍ରନସନାଲ ଭେରିଫିକେସନ ବାସ୍ତବରେ ହେଉଛି ବହୁତ ମାହାଙ୍ଗା। ଯଦି କୌଣସି ୟୁଜର ହ୍ୱାଟସପ ମାଧ୍ୟମରେ ଭେରିଫିକେସନ୍ କରନ୍ତି ତେବେ କମ ଚାର୍ଜ ପଡୁଥିଲା। କିନ୍ତୁ ଏବେ କମ୍ପାନୀ ହ୍ୱାଟସପ ଭେରିଫିକେସନକୁ ମାହାଙ୍ଗା କରିଦେଇଛି।

Advertisement