Jan 11, 2024, 09:28 IST

ନୀତିନ ଗଡକରି ଦେଲେ ଐତିହାସିକ ବୟାନ : କି କଥା କହୁଛ ବେ, ଆମେ ଏଣିକି ନଡା ରୁ ବାହାର କରିବୁ ପେଟ୍ରୋଲ

Special Report

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ଚାଷୀ ମାନେ ଆଉ ନଡ଼ା କୁ ବାହାରେ ପକାଇବେ ନାହିଁ।କେନ୍ଦ୍ର ସରକାର ନଡ଼ା କୁ ଚାଷୀ ମାନଙ୍କ ଠାରୁ କିଣିବାକୁ ଯାଉଛନ୍ତି।ଏଥିରୁ ପ୍ରସ୍ତୁତ ହେବାକୁ ଯାଉଛି ଇଥାନଲ।ଏଥିରେ ସାଧାରଣ ଚାଷୀ ମାନେ ଲାଭବାନ ହେବା ସହିତ ଦେଶ ର ଉନ୍ନତି ହୋଇ ପାରିବ।
Special Report
ଜୈବ ବିଶୋଧନାଗାର ନିର୍ମାଣ ହେବାକୁ ଯାଉଛି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଲୋକ ମାନେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଧାନ ନଡ଼ା ରୁ ତିଆରି ହେବ ଇଥାନଲ।ଏହା ଦ୍ବାରା ଦେଶ ର ଉନ୍ନତି ହେବା ସହିତ ଜିଲ୍ଲା ରାଜ୍ୟ ର ମଧ୍ୟ ଉନ୍ନତି ହେବ।
ଏହି ଅତ୍ୟାଧୁନିକ ଜୈବ ବିଶୋଧନାଗାର ତିଆରି ହେବା ପାଇଁ ୧୬ କୋଟି ଟଙ୍କାର ପ୍ରକଳ୍ପ ଉନ୍ମୋଚନ କରା ଯାଇଛି।କିଛି ଦିନ ତଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶିଳାନ୍ୟାସ କରିଥିଲେ।ଏହି ଯଦି ସଫଳ ହୁଏ ତେବେ ବରଗଡ, ସୋନପୂର୍,ସମ୍ବଲପୁର, ଛତିଶଗଡ଼ 
ନୂଆପଡ଼ା ଆଦି ସ୍ଥାନ ର ବହୁତ କୃଷକ ମାନଙ୍କ ଅର୍ଥନୈତିକ କ୍ଷେତ୍ର ରେ ଉନ୍ନତି ହେବ।ବରଗଡ଼ ବାଇଲିଶିଂହା ଗାଁ ରେ ଏହି ପ୍ରକଳ୍ପ ର ଆରମ୍ଭ ହେବାକୁ ଯାଉଛି।ଏହି ବର୍ଷ ସେପ୍ଟେମ୍ବର ସୁଦ୍ଧା ଏହି ପ୍ରକଳ୍ପ କାର୍ଯକାରୀ ହେବ ବୋଲି ଏବେ ଠାରୁ କୁହା ଗଲାଣି।
Special Report
ଏହି ପ୍ରକଳ୍ପ କାର୍ଯ୍ୟକାରୀ କଲେ ଚାଷୀ ମାନଙ୍କ ଆୟ ବଢିବା ସହିତ ଦେଶ ର ଉନ୍ନତି ହେବ।୧୨ ଏକର ଜମି ରେ ଏହି ପ୍ରକଳ୍ପ ଗଢି ଉଠିବ।ଆପଣ ମାନେ ସମସ୍ତେ ଜାଣି ଥିବେ ଚାଷୀ ଧାନ ନଡ଼ା କୁ ଚାଷ କାମ ସରିବା ପରେ ଫୋପାଡି ଦେଇ ଥାଏ।
ନହେଲେ ନିଆଁ ଲଗାଇ ଜାଳି ଦେଇ ଥାଏ।ହେଲେ ବର୍ତ୍ତମାନ ଏଗୁଡ଼ିକ ଆଉ ଜାଳିବା ର ଆବଶ୍ୟକତା ନାହିଁ।ଏଥିରେ ଇଥାନଲ ପ୍ରସ୍ତୁତ ହେବାକୁ ଯାଉଛି।ଏହାକୁ ଏଥର କେନ୍ଦ୍ର ସରକାର ଚାଷୀ ଙ୍କ ଠାରୁ ଟଙ୍କା ଦେଇ କିଣିବେ।ଏଥିରେ ବହୁତ ଚାଷୀ ଲାଭବାନ ହେବେ।
ଏହି କାମ ରେ କିଛି ଲୋକ ମାନଙ୍କୁ ନିଯୁକ୍ତି ମିଳିବା ସହିତ ଆଖପାଖ ଅଞ୍ଚଳ ର ଲୋକ ମାନେ ଏହା କରିବା ପାଇଁ ଆକର୍ଷିତ ହେବେ।ବରଗଡ଼ ଜିଲ୍ଲା ପାଇଁ ଏହା ବହୁତ ଖୁସି ଖବର।ସେମାନେ ଏଥିରେ ବହୁତ ଉପକୃତ ହେବେ।୨୦୧୮ ମସିହାରେ ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଥିଲେ।
ଏହା ଏବେ କାର୍ଯ୍ୟ କାରୀ ହେବାକୁ ଯାଉଛି।ଲୋକ ମାନେ ଏଥିରେ ବହୁତ ଖୁସି ଅଛନ୍ତି।ଏହା ଦ୍ବାରା ପେଟ୍ରୋଲ ର ଦର କମିବାର ମଧ୍ୟ ସମ୍ଭାବନା ରହିଛି।ତେବେ ଦେଖିବାକୁ ବାକି ରହିଲା କେବେ ଆମ ରାଜ୍ୟ ରେ ଏହି ଜୈବ ବିଶୋଧନାଗାର ଟି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେଉଚି।

Advertisement