ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମୁକେଶ ଅମ୍ବାନୀ ହେଉଛନ୍ତି ଏଭଳି ଏକ ବ୍ୟକ୍ତିତ୍ଵ ଯିଏକି ସାରା ଭାରତରେ ନୁହେଁ ବରଂ ସାରା ବିଶ୍ବ ପ୍ରସିଦ୍ଧ ଅଟନ୍ତି।
ମୁକେଶ ଅମ୍ବାନୀ ଙ୍କ ସମ୍ପର୍କରେ ଅନେକ କଥା ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ମୁକେଶ ଅମ୍ବାନୀ ତାଙ୍କର ବିଜିନେଶ ରେ ମଧ୍ୟ କ୍ରମାଗତ ଭାବରେ ଉନ୍ନତି କରୁ ଥିବାର ନଜର ଆସୁଛନ୍ତି। ଯାହାକୁ ନେଇ ତାଙ୍କ ସଂପର୍କରେ ଚର୍ଚ୍ଚା ହେବାରେ ଲାଗିଛି।

ମୁକେଶ ଅମ୍ବାନୀ ଜଣେ ବିରାଟ ଧନୀ ବ୍ୟକ୍ତି ହୋଇ ମଧ୍ୟ ସେ ଯେତିକି ସରଳ ଓ ସାଧାରଣ ଭାବରେ ଜୀବନ ଅତିବାହିତ କରନ୍ତି ତାଙ୍କର ସ୍ତ୍ରୀ ନୀତା ଅମ୍ବାନୀ ସେତିକି ମାତ୍ରାରେ ବିଳାସ ପୂର୍ଣ୍ଣ ଜୀବନ ଯାପନ କରନ୍ତି।
ଏହି ସମ୍ପର୍କରେ ମଧ୍ୟ ସର୍ବଦା ଚର୍ଚ୍ଚା ହୋଇଥାଏ। କାରଣ ନୀତା ଅମ୍ବାନୀ ସର୍ବଦା ତାଙ୍କ ପଛରେ କୋଟି କୋଟି ଟଙ୍କା ବ୍ୟୟ କରି ଥିବାର ନଜର ଆସନ୍ତି। ସେ ତାଙ୍କର ସୁନ୍ଦରତା ପଛରେ ମଧ୍ଯ ଏକାଧିକ ଟଙ୍କା ବ୍ୟୟ କରନ୍ତି। ଯାହାକୁ ନେଇ ସବୁବେଳେ ଚର୍ଚ୍ଚା ହୋଇ ଥାଏ।

ନୀତା ଅମ୍ବାନୀ ବଲିଉଡ ରେ ଥିବା ହିରୋଇନ୍ ମାନଙ୍କ ଠାରୁ ମଧ୍ଯ ସେ ଅଧିକ ବିଳାସ ପୂର୍ଣ୍ଣ ଜୀବନ ଯାପନ କରନ୍ତି। ଆଉ ସର୍ବଦା ସେ ସମସ୍ତଙ୍କ ଠାରୁ ଆଗରେ ରହିବା ପାଇଁ ଚେଷ୍ଟା କରନ୍ତି।
ଏବେ ସମସ୍ତଙ୍କ ନଜର ନୀତା ଅମ୍ବାନୀ ଧରିଥିବା ବ୍ୟାଗ୍ ଉପରେ ତିଷ୍ଠି ରହିଛି। କାରଣ ସେହି ବ୍ୟାଗ୍ ର ଦାମ୍ କିଛି ଏଭଳି ରହିଛି ଯାହାକୁ କି ଆପଣ ମାନେ ବିଶ୍ବାସ ମଧ୍ୟ କରି ପାରିବେ ନାହିଁ। ଲଣ୍ଡନ ର ଏକ ସମାରୋହରେ ସେ ସେହି ବ୍ୟାଗ୍ କୁ ନେଇ ଯାଇଥିଲେ।

ସେଠାରୁ ହିଁ ତାଙ୍କର ଅନେକ ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। କୁହା ଯାଉଛି କି ସେହି ବ୍ୟାଗ୍ ରେ ଅନେକ ହୀରା ଖଞ୍ଜା ଯାଇଛି ଏବଂ ଅନେକ ମୂଲ୍ୟବାନ ପଥର ଲାଗି ରହିଛି। ସେହି ବ୍ୟାଗ୍ ର ଦାମ୍ ରହିଛି ଦୁଇ କୋଟି ଟଙ୍କା।
ଆଉ ଏହାର ଦାମ୍ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ତେବେ ଏହି ବ୍ୟାଗ୍ ସମ୍ପର୍କରେ ଜାଣିବା ପରେ ଏହି ବ୍ୟାଗ୍ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।