Updated: Feb 29, 2024, 09:29 IST

ନିଶା ମହାରଣା ପୁଣି ଆସି କ୍ୟାମେରା ଆଗରେ କଲେ ତାଣ୍ତବ..ହଇରେ ପଣ୍ତା, ତୋର ଏତେ ସାହସ.. ମତେ ଚିହ୍ନିନୁ...

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଛିଦିନ ତଳେ ନିଶା ମହାରଣା ଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଥିଲା।
Special report
ସେ ଏଭଳି କିଛି ବିବାଦୀୟ ବୟାନ ଦିଅନ୍ତି ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ହୋଇଥାଏ। ରାଣୀ ପଣ୍ଡା ଓ ନିଶା ମହାରଣା ଙ୍କ ସମ୍ପର୍କ ବିଷୟରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ଦୁହିଁଙ୍କ ସମ୍ପର୍କ ଅହି ନକୁଳ ସମ୍ପର୍କ ଭଳି।
ଏବେ ନିଶା ମହାରଣା , ରାଣୀ ପଣ୍ଡା ଙ୍କ ଏକ କଥାକୁ ଖୁବ୍ ବିରୋଧ କରିଛନ୍ତି। ସେ କହିଛନ୍ତି ରାଣୀ ପଣ୍ଡା ଏଭଳି କାହିଁକି କହିଲେ କି ହାଡ଼ି ମାନେ ମଧ୍ୟ ପଇସା କମେଇ ପାରିବେ ବୋଲି।
କାରଣ ସାଧାରଣ ଲୋକ ମାନଙ୍କ ନିକଟରେ ଯେମିତି ଶରୀର ମନ ହୃଦୟ ରହିଛି ସେଭଳି ସେମାନଙ୍କ ପାଖରେ ମଧ୍ୟ ରହିଛି।ସେଥିପାଇଁ ସେମାନଙ୍କୁ ରାଣୀ ପଣ୍ଡା ଏଭଳି କହିବାର କାରଣ କଣ ଏହା କହୁଥିବା ସମୟରେ ନିଶା ମହାରଣା ଖୁବ୍ ଜୋରେ ରାଗି ଯାଇଥିଲେ।
Special report
ଆଉ ସେ କହିଥିଲେ କି ଏହା ବିରୁଦ୍ଧରେ ନିଶ୍ଚିତ ଭାବରେ ସାରା ଓଡ଼ିଶାର ଲୋକ ମାନେ ସ୍ୱର ଉତ୍ତୋଳନ କରିବା ନିହାତି ଦରକାର୍। କାରଣ ଯଦି ହାଡ଼ି ମାନେ ପଇସା ରୋଜଗାର କରିବା କଥା ସେ କହି ପାରୁଛନ୍ତି ତେବେ ନିଶା ମହାରଣା କହିଥିଲେ କି
ରାଣୀ ପଣ୍ଡା ମଧ୍ୟ ହେଉଛନ୍ତି ଜଣେ ବ୍ରାହ୍ମଣ ଘର ର ଝିଅ। ଆଉ ସେ ଯାହା ସବୁ କରୁଛନ୍ତି ତାହା କରିବା ଆଦୌ ତାଙ୍କୁ ଶୋଭା ଦେଉ ନାହିଁ। ରାଣୀ ପଣ୍ଡା ସମାଜ ସେବା କରି ଲୋକ ମାନଙ୍କ ଠାରୁ ବାଃ ବାଃ ନେଉଛନ୍ତି।
ବୋଲି ଏକଥା ନିଶା ମହାରଣା କହିଥିଲେ। ନିଶା ମହାରଣା ଏହା ମଧ୍ୟ କହିଥିଲେ କି ସେ ମଧ୍ୟ ସାହାଯ୍ୟ କରୁଛନ୍ତି। ମାତ୍ର ତାଙ୍କୁ ଲୋକ ମାନଙ୍କ ନିକଟରୁ ଗାଳି ମିଳୁଛି ଆଉ ଏହି ଗାଳି ମଧ୍ୟ ତାଙ୍କ ପାଇଁ ଆଶୀର୍ବାଦ ହୋଇଛି।
କାରଣ ଲୋକ ମାନେ ଯଦି ତାଙ୍କୁ ଗାଳି ଦେଇ ନଥାନ୍ତେ ତେବେ ବୋଧ ହୁଏ କେହି ତାଙ୍କୁ ଆଜି ନିଶା ମହାରଣା ବୋଲି ଆଦୌ ଚିହ୍ନି ମଧ୍ୟ ନଥାନ୍ତେ। ତେବେ ନିଶା ମହାରଣା ଙ୍କ ସମ୍ପର୍କ ବିଷୟରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement