ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୨୯୦ ଆସନରେ ଏକାକୀ ଲଢିବ କଂଗ୍ରେସ। ମେଣ୍ଟ ସହ ଲଢିବ ସହେ ଆସନ। ମୋଟ ୩୯୦ ଆସନରେ ପ୍ରାର୍ଥୀ ଦେବ କଂଗ୍ରେସ। ଆଗାମୀ ଲୋକସଭା ନିର୍ବାଚନ କୁ ନଜର ରେ ରଖି କଂଗ୍ରେସ ତାର ପ୍ରସ୍ତୁତି ଆରମ୍ଭ କରି ଦେଇଛି।

ଏନେଇ ଦଳ ପକ୍ଷରୁ ଇଣ୍ଡିଆ ମେଣ୍ଟ ସହ ବୈଠକ ମଧ୍ୟ ହୋଇ ସାରିଛି। ଏହି ବୈଠକ ରୁ ୨୯୦ ଆସନରେ ଏକାକୀ କଂଗ୍ରେସ ଲଢିବ ବୋଲି ମଧ୍ୟ ଏହା ଜଣା ପଡ଼ିଛି।
ଏହି ଆସନ ଗୁଡିକରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେନେଇ ଚୟନ ପ୍ରକିୟା ମଧ୍ଯ ଆରମ୍ଭ ହୋଇ ଯାଇଛି। ପାର୍ଟି ର ଅନ୍ତରୀଣ ସୂତ୍ର ସୁଚନା ମୁତାବକ ଆଶାୟୀ ଙ୍କ ଚୟନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି।
କଂଗ୍ରେସ ପାଖାପାଖି ୨୦୦ ଆସନରେ ଏକାକୀ ଭାବରେ ଲଢ଼ିବା ପାଇଁ ଇଚ୍ଛା କରିଛି। ଏହା ଛଡ଼ା ୧୦୦ ଟି ଆସନରେ ସହଯୋଗୀ ଦଳ ଙ୍କ ସହ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛି।

କଂଗ୍ରେସ ଆଶା ରଖିଛି କି ମେଣ୍ଟ ତରଫରୁ ତାକୁ ୧୦୦ ଟି ଆସନ ମିଳିବ। ଏଥି ସହ କଂଗେସ ମୋଟ ୩୯୦ ଆସନରେ ଲଢ଼ିବା ପାଇଁ ସ୍ଥିର କରିଛି। ପୂର୍ବତର ରାଜ୍ୟ ଗୁଡ଼ିକରେ କଂଗ୍ରେସ୍ ଏକାକୀ ନିର୍ବାଚନ ଲଢିବ।
ଆଉ ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ମଧ୍ଯ ରଣନୀତି ପ୍ରସ୍ତୁତ କରି ସାରିଛି। ଗୁଜୁରାଟ, ହରିୟଣା, ଆସାମ, ଆନ୍ଧ୍ରପ୍ରଦେଶ , ତେଲେଙ୍ଗାନା , ହିମାଚଳ ପ୍ରଦେଶ , କର୍ଣ୍ଣାଟକ, କେରଳ ,ରାଜସ୍ଥାନ , ଛତିଶଗଡ଼ , ଉତ୍ତରାଖଣ୍ଡ ,ଓଡ଼ିଶାରେ ଏକା କଂଗ୍ରେସ ନିର୍ବାଚନ ଲଢିବ।
ବାକି ସିଟ ରେ ସମ୍ଭାବିତ ମେଣ୍ଟ ସହ ମଧ୍ୟ ନିର୍ବାଚନ ଲଢିବ। ଆଉ ଆଗାମୀ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି କରି ସାରିଛି କଂଗ୍ରେସ। ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ମଧ୍ୟ ସେତେ ସରଗରମ ହେବାରେ ଲାଗିଛି। ଏବେ ସାରା ଦେଶରେ ଏହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ