Updated: Feb 22, 2024, 09:17 IST

ନବୀନଙ୍କ ଉପରେ ବିରକ୍ତ ହେଲେଣି ଲୋକେ।ଜାଳି ଦେଲେ 5T ବ୍ୟାଗ...

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏବେ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଆଜ୍ଞା ହଁ କେନ୍ଦ୍ର ଚାଉଳ ବାଣ୍ଟୁ ଥିବା ବେଳେ ରାଜ୍ୟ ଏବେ ବ୍ୟାଗ ବାଣ୍ଟୁଛି।
Special report
ହେଲେ ଲୋକମାନେ ତାତି ଗଲେ ଆମ ଓଡ଼ିଶା ନବୀନ ଓଡ଼ିଶାର ବ୍ୟାଗ ରେ ଏବେ ସେମାନେ ନିଆ ଲଗାଇ ଦେଇଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ନିର୍ବାଚନ ପାଇଁ ଏହା ସରକାର ଙ୍କ ନୂଆ ଯୋଜନା ନୁହେଁ ତ?
ଲୋକମାନେ କହୁଛନ୍ତି କି ତାଙ୍କର ଆଉ ବ୍ୟାଗ୍ ଦରକାର୍ ନାହିଁ ସେଥିପାଇଁ ଏହା ପ୍ରତିବଦଳରେ ସେମାନେ ଚାଉଳ ମାଗିଛନ୍ତି। ଯୋଗ୍ୟ ହିତାଧିକାରୀଙ୍କୁ ରାସନ ଚାଉଳ ମିଳୁ ନାହିଁ। ହେଲା ସରକାର କିନ୍ତୁ ବ୍ୟାଗ ବାଣ୍ଟିବା ରେ ବ୍ୟସ୍ତ।
ଏଭଳି କିଛି ଅଭିଯୋଗ ଆଣି ତାତି ଛନ୍ତି ବାଲେଶ୍ଵର ଜିଲା, ସିମୁଳିଆ ବ୍ଳକ, ଅଡା ପଞ୍ଚାୟତ ର ଲୋକମାନେ। ସିଧା ସେମାନେ ବ୍ୟାଗ ଫୋପଡ଼ିବା ସହ ତୀବ୍ର ବିରୋଧ ମଧ୍ୟ ପ୍ରକାଶ କରିଛନ୍ତି।
Special report
ସେମାନଙ୍କ କହିବା କଥା କି କେନ୍ଦ୍ର ସରକାର ଗରୀବ ଲୋକ ମାନଙ୍କୁ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି ହେଲେ ରାଜ୍ୟ ସରକାର ପୋଷ୍ଟର ଲଗାଇ ବ୍ୟାଗ ଦେଇ ଭ୍ରମିତ କରୁଛନ୍ତି।
ଏହା ମଧ୍ୟ ଆଉ କାହାକୁ ଅଛପା ନାହିଁ। ସେହି ବ୍ୟାଗ ରେ ଲେଖା ଅଛି ଆମ ଓଡ଼ିଶା ନବୀନ ଓଡ଼ିଶା। ଅନେକ ଦିନ ଧରି ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ଙ୍କ ନାମ ସଂଯୋଗ କରାଯାଇ ପାରୁ ନାହିଁ। ଯାହା ଦ୍ବାରା ଅନେକ ଲୋକ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି।
ଯଦି ବ୍ୟାଗ ବଦଳରେ ଗରିବ ଲୋକ ମାନଙ୍କୁ ଟଙ୍କା ଦିଆ ଯାଆନ୍ତା ତେବେ ସେମାନେ ଉପକୃତ ହୋଇ ପାରନ୍ତେ ବୋଲି କହିଛନ୍ତି ଲୋକେ। ସେପଟେ କଣ୍ଟ୍ରୋଲ ଡିଲର ଙ୍କୁ ପଚାରିବାରୁ ସେ କହିଛନ୍ତି କି ସରକାର ତାଙ୍କୁ ଯାହା ଦେଉଛନ୍ତି
ତାହା ସେମାନେ କରିବାକୁ ବାଧ୍ୟ ଅଟନ୍ତି। ତେବେ ସରକାରଙ୍କ ଏହି ଯୋଜନା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ଭୁଲି ଯାଆ ନାହିଁ।

Advertisement