ନମସ୍କାର ପାଠକ ବନ୍ଧୁ।ରାଜ୍ୟ ସରକାର ଙ୍କ ମୋ ଘର ଯୋଜନା ରେ ଲୋକ ଙ୍କୁ ଘର ଯୋଗାଇ ଦେବା କଥା କୁ ନେଇ ଏବେ ଚାରି ଆଡ଼େ ଚର୍ଚ୍ଚା ହେଉଛି।ଅନେକ ଲୋକ ଏହା ଦ୍ଵାରା ଉପକୃତ ହୋଇ ଥିବା ବେଳେ କିଛି ଲୋକ ଙ୍କ ନିକଟରେ ଏହା ପହଞ୍ଚି ପାରି ନାହିଁ।

ସେମାନଙ୍କର ଜମି ବାଡ଼ି ନ ଥିବାରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇ ପାରୁ ନାହିଁ।ଏହାକୁ ନେଇ କଂଗ୍ରେସ ନେତା ସୁର ରାଉତରାୟ ମୁହଁ ଖୋଲିଛନ୍ତି।ତାଙ୍କ କହିବା ମୁତାବକ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏହା କି ନିୟମ।ଏପରି ନିୟମ କରି ଲୋକ ମାନଙ୍କ ର କିଛି ଲାଭ ହେଉ ନାହି।
ମୋ ଘର ଯୋଜନା ଏକ ପ୍ରହସନ ହୋଇ ସାରିଛି।ଓଡ଼ିଶା ରେ ସାଢେ଼ ଚାରି କୋଟି ଲୋକ।ଅନେକ ଙ୍କ ର ରହିବା ପାଇଁ ଘର ନାହିଁ।ହେଲେ ସେମାନଙ୍କର ମୋ ଘର ଯୋଜନା ହୋଇ ପାରୁ ନାହିଁ।ଅନେକ ଙ୍କ ର ଦରଖାସ୍ତ ପଡ଼ି ରହିଛି।
ହେଲେ ବ୍ୟାଙ୍କ ସେମାନଙ୍କୁ ଟଙ୍କା ଦେଉ ନାହି।ଆଦିବାସୀ ମହିଳା ମାନଙ୍କ ପାଇଁ ଏହାର ସୁବିଧା ନାହିଁ।ଓବିସି ମହିଳା ମାନଙ୍କ ପାଇଁ ଏହି ସୁବିଧା ରହିଥିଲେ ସୁଦ୍ଧା ସେମାନଙ୍କୁ ନିଜ ଜମି ପଟ୍ଟା ଦେବାକୁ ପଡ଼ୁଚି।ଯେଉଁ ପରିବାର ରେ ଗୋଟିଏ ବଖରା ଘର ରହିଛି। ଚାରି ପାଞ୍ଚ ଭାଇ ରହୁଛନ୍ତି।

ସେମାନଙ୍କର ମଧ୍ୟ ଏହି ଯୋଜନା କରି ପାରିବେ ନାହିଁ।ତେବେ ଏତେ ସବୁ ସମସ୍ୟା ଥାଇ ସରକାର କିପରି ଭାବେ ଏହି ଯୋଜନା କୁ ପ୍ରଣୟନ କଲେ ତାହାକୁ ନେଇ କଂଗ୍ରେସ ନେତା ସୁର ରାଉତରାୟ ପ୍ରଶ୍ନ କରିଛନ୍ତି।
ଚାରି ଲକ୍ଷ ସ୍ଥାନ ରେ କୋଡ଼ିଏ ହଜାର ଲୋକ ମଧ୍ୟ ଏହାର ସୁବିଧା ପାଇ ପାରି ନାହାଁନ୍ତି।ସରକାର ଲୋକ ମାନଙ୍କୁ ଠକିଛନ୍ତି।ଯୋଜନା କରି ଦେଇଛନ୍ତି ହେଲେ ତାର ଠିକ୍ ରୂପେ ରକ୍ଷଣା ବେକ୍ଷଣ କରି ପାରୁ ନାହାଁନ୍ତି।ସେଥିପାଇଁ ଲୋକ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।
ସୁର ରାଉତରାୟ ଚେତାବନୀ ଦେଇ ନବୀନ ପଟ୍ଟନାୟକ ଙ୍କୁ କହିଛନ୍ତି କି ଆଗକୁ ଆମ ବିରୋଧୀ ଦଳ ବହୁତ ବଡ ଆନ୍ଦୋଳନ କରିବାକୁ ଯାଉଛନ୍ତି।ଏବେ ଠାରୁ ସୁଧୁରି ଯାଆନ୍ତୁ।ଲୋକ ଙ୍କ ଉନ୍ନତି ପାଇଁ କାମ କରନ୍ତୁ।