ନମସ୍କାର ପାଠକ ବନ୍ଧୁ।ନଦୀ କୁ ଗାଧୋଇବା ପାଇଁ ସରକାର ଲୋକ ମାନଙ୍କୁ ଅନେକ ସଚେତନ କରୁଛନ୍ତି।ହେଲେ ଲୋକ ମାନେ କାହାରି କଥା ଶୁଣୁ ନାହାନ୍ତି।ଯାହା ଫଳ ରେ କି ଅନେକ ଲୋକେ ବିପଦ ରେ ପଡ଼ୁଛନ୍ତି।ସେମିତି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ।

ସେଠାକାର ୬ ଜଣ ଝିଅ ନଦୀ କୁ ଗାଧୋଇବା ପାଇଁ ଯାଇଥିଲେ।ସବୁଦିନ ପରି ସେଦିନ ମଧ୍ୟ ସେମାନେ ବହୁତ ଖୁସି ରେ ନଦୀରେ ଗାଧୋଇ ଥିଲେ।ହେଲେ ହଟାତ ଏକ ସୁଅ ଆସି ଦୁଇ ଜଣ କୁ ଭସାଇ ନେଇଥିଲା।ସମସ୍ତେ କିଛି ବୁଝିବା ଆଗରୁ ସେମାନେ ଦୁଇ ଜଣ ନଦୀ ଗର୍ଭ ରେ ମିଶି ଯାଇଥିଲେ।
ସୂଚନା ଅନୁସାରେ ପାଳପଲା ନଦୀ ରେ ଛଅ ଜଣ ଝିଅ ଗାଧୋଇବା ପାଇଁ ଯାଇଥିଲେ।ସେମାନେ ସମସ୍ତେ ନବମ ଶ୍ରେଣୀ ରେ ପଢୁଥିଲେ।ସାଙ୍ଗ ହୋଇ ଗାଧୋଇବା ର ମଜା ନେଉ ଥିଲେ ସେମାନେ।ହେଲେ କିଏ ଜାଣି ଥିଲା ଏଭଳି କିଛି ଘଟଣା ଘଟିବ ବୋଲି।ନଦୀ ର ସୁଅ ପ୍ରଖର ଥିଲା।
ଚାନ୍ଦିନୀ ଓ ଅକାନ୍ତି ସେହି ସୁଅ ରେ ଭାସି ଯାଇ ଥିଲେ।ଭାସି ଭାସି ଅନେକ ଦୂର ଯାଏଁ ସେମାନେ ଚାଲି ଯାଇଥିଲେ।ଏହା ପରେ ଗାଁ ଲୋକ ମାନଙ୍କୁ ଅନ୍ୟ ପିଲା ମାନେ ଜୋରେ ଜୋରେ ଡାକ ଛାଡିଲେ।ଗାଁ ର ଲୋକ ମାନେ ଦୌଡ଼ି ଆସି ଅକାନ୍ତି ଙ୍କୁ ବଞ୍ଚାଇ ଦେଲେ।

ହେଲେ ସେହି ପ୍ରଖର ପାଣି ରେ ଚାନ୍ଦିନୀ କୁଆଡେ ଉଭେଇ ଗଲା।ଆଉ ପାଇଲେ ନାହିଁ।ଚାନ୍ଦିନୀ ତାଙ୍କ ପରିବାର ରେ ଏକ ମାତ୍ର ଝିଅ ଥିଲା।ତାର ପରିବାର ଲୋକେ ଖୁବ୍ ତାକୁ ଭଲ ପାଉଥିଲେ।ହେଲେ ଏମିତି କିଛି ତା ସହିତ ଘଟିବ ବୋଲି କେହି ଜାଣି ନ ଥିଲେ।ସେ ସବୁଦିନ ପାଇଁ ତା ପରିବାର କୁ ଛାଡି ଆର ପାରି କୁ ଚାଲି ଗଲା।
ଏହି ଘଟଣା ଏବେ ସେହି ଅଞ୍ଚଳ ରେ ସମସ୍ତ ଙ୍କୁ କନ୍ଦାଇ ଦେଇଚି।କେ କେହି ବି ଏ କଥା ଶୁଣିଛି ତା ଆଖିରୁ ଲୁହ ବାହାରି ଆସୁଛି।ଏହି ଘଟଣା ପରେ ସ୍ଥାନୀୟ ଲୋକ ମାନେ ସାଙ୍ଗେ ସାଙ୍ଗେ କୋଟଗଡ ପୋଲିସ ଓ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ।
ଅଗ୍ନିଶମ ବିଭାଗ ଆସି ଝିଅ ଟିକୁ ଖୋଜିବାର ବହୁତ ସମୟ ପରେ ତାର ମୃତ ଦେହ ମିଳି ନ ଥିଲା।ଏବେ ତାଙ୍କ ପରିବାର ରେ ଶୋକ ର ଛାୟା ଖେଳି ଯାଇଚି।ଏବେ ବି ସେ ଝିଅ ନିଖୋଜ ଅଛି।