ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଜ୍ୟରେ ସୁରକ୍ଷିତ ନୁହନ୍ତି ମହିଳା। ଦିନକୁ ଦିଜଣ ବଢିଚାଲିଛି ମହିଳା ବିରୋଧୀ କାର୍ଯ୍ୟକଳାପ। ଦୈନିକ ଘଟି ଚାଲିଛି ଯୌ-ତୁ-କ ନି-ର୍ଯ୍ୟା-ତ-ନା ଏବଂ ଦୁ-ଷ୍କ-ର୍ମ ଭଳି ଲୋମହର୍ଷଣକାରୀ ଘଟଣା।

ତେବେ ବନ୍ଧୁଗଣ ବର୍ତ୍ତମାନ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ସ୍କୁଲ ସମୟରେ ନାବାଳିକା ଛାତ୍ରୀଙ୍କୁ ଦୁ-ଷ୍କ-ର୍ମ ଅଭିଯୋଗ। ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଭଦ୍ରକ ଜିଲ୍ଲା ଧୂସୁରି ଥାନା ଅଧୀନ ବୟଙ୍ଗାଡିହ ପଞ୍ଚାୟତର ଗୁଡୁପୋଖରୀ ଅଞ୍ଚଳର ରଜ ଖାଁ।
ଯିଏକି ସ୍ଥାନୀୟ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଖେଳ ଛୁଟିରେ ଦୁ-ଷ୍କ-ର୍ମ କରିଥିବାର ଅଭିଯୋଗ ହୋଇଛି। ଯୁବକକୁ ଧୁସୁରୀ ପୋଲିସ ଗିରଫ କରିଛି। ସୂଚନା ଅନୁସାରେ ଖେଳ ଛୁଟି ସମୟରେ ନାବାଳିକା ଛାତ୍ରୀ ଜଣକ ସ୍କୁଲ ପରିସରରେ ଖେଳୁଥିବା ସମୟରେ

ରଜ ଖାଁ ଉକ୍ତ ନାବାଳିକାଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ଟେକି ନେଇ ଖରାପ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଅନ୍ୟ ଛାତ୍ର ମାନେ ଦେଖି ଦେଇଥିଲେ। ଛାତ୍ରୀମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ପାଖକୁ ଯାଇ କହିଥିଲେ ବି ପ୍ରଧାନ ଶିକ୍ଷୟତ୍ରୀ କୌଣସି କଥା ଶୁଣିନଥିବା ଅଭିଯୋଗ ହୋଇଛି।

ପରେ ଯୁବକ ଜଣକ ଦୌଡି ପଳେଇଥିଲେ।ପରେ ଛାତ୍ରୀ ଜଣକ କାନ୍ଦି କାନ୍ଦି ଶିକ୍ଷକ ଆଉ ଶିକ୍ଷୟତ୍ରୀଙ୍କୁ ଜଣାଇ ଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରୀ ଦେହରେ ଔଷଧ ଲଗାଇ କାହାରିକୁ ନଜଣାଇବା ପାଇଁ ପିଲାଟିକୁ ତାଗିଦ୍ କରିଥିବାର ଅଭିଯୋଗ ହୋଇଛି।
ସନ୍ଧ୍ୟା ସମୟରେ ପିଲାଟି ନିଜ ପରିବାର ପାଖରେ ଘଟଣା ସମ୍ପର୍କରେ କହିଥିଲେ। ପରେ ଗାଁ ଲୋକଙ୍କ ସହାୟତାରେ ରୋଜଙ୍କୁ ଧରି ଧୁସୁରୀ ପୋଲିସଙ୍କୁ ଖବର ଦେବା ପରେ ସଙ୍ଗେ ସଙ୍ଗେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା।

ଏହାପରେ ପୋଲିସ ଉକ୍ତ ଯୁବକକୁ ଗିରଫ କରିଥିଲା ତେବେ ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମ ଲୋକମାନେ ସ୍କୁଲ ସମ୍ମୁଖରେ ପହଞ୍ଚିଥିଲେ। ଆଉ ଟାୟାର ଜାଳି ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସହିତ ଅନ୍ୟ ଶିକ୍ଷକ ମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ।
ଘଟଣା ସ୍ଥଳରେ ଧୁସୁରି ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାମଣା କରିଥିଲେ। ଏବଂ ଏହାପରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ସହ ଦୁଇ ଜଣ ସହକାରୀ ଶିକ୍ଷୟତ୍ରୀ ଙ୍କୁ ଥାନାକୁ ନେଇଥିଲେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।