ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଜଣେ ସ୍ଵାମୀ ନିଜ ସ୍ତ୍ରୀ ବେକ କୁ କାଟି ହ-ତ୍ୟା କରିଛି।ଏଭଳି ଘଟଣା ଆପଣ ମାନେ ସବୁଦିନ ଶୁଣୁ ଥିବେ।

ହେଲେ ଆଜି ଆମେ ଆପଣ ମାନଙ୍କୁ ଯାହା କହିବାକୁ ଯାଉଛୁ ତାହା ସଂପୂର୍ଣ୍ଣ ରୂପେ ଅଲଗା।ସ୍ଵାମୀ ହତ୍ୟା କରିବା ପରେ ଶଳା ଙ୍କୁ ଫୋନ୍ କରି ନିଜ ଭଉଣୀ ର ଶବ ସତ୍କାର କରିବା ପାଇଁ କହିଥିଲେ।ଏହି ଘଟଣା ଟି ବିହାର ର ପାଟନା ଜିଲ୍ଲା ର ବହାଦୁରପୁର ଥାନା ଅଞ୍ଚଳ ର ଡୋଲା ଗାଆଁ ରେ ଘଟିଛି।
ଏଠାରେ କର୍ପୁରୀ ଦାସ ନାମକ ଜଣେ ବ୍ୟକ୍ତି ବିବାହ କରିଥିଲେ।ବିବାହ ପରେ ତାଙ୍କର ଚାରି ସନ୍ତାନ ଅଛନ୍ତି।କିନ୍ତୁ କର୍ପୂରୀ ଦାସ ଙ୍କ ର ସବୁବେଳେ ସନ୍ଦେହ ଥିଲା କି ତାଙ୍କ ସ୍ତ୍ରୀ ସବୁବେଳେ ଘରୁ ପଇସା ନେଇ ନିଜ ବାପଘର ଲୋକ ଙ୍କୁ ଦେଉଛନ୍ତି।

ସେ ତା ଭାଇ ସହିତ ମିଶି ଘରୁ ସବୁ ଅର୍ଥ ନେଇ ଯାଉଚି ବୋଲି ସେ ଭାବୁଥିଲେ।କିନ୍ତୁ ଏହା ପ୍ରକୃତ ରେ ସତ ନ ଥିଲା।ଶେଷ ରେ କର୍ପୁରି ଦାସ ତାଙ୍କ ସ୍ତ୍ରୀ ର ବେକ କାଟି ହ-ତ୍ୟା କଲେ।ନିଜ ଛୋଟ ଛୋଟ ପିଲା ମାନେ ମା ପାଖରେ ବସି କାନ୍ଦୁଥିଲେ।ତାଙ୍କ ମୁହଁ କୁ ରାକ୍ଷସ ବାପ ଚାହିଁଲା ନାହିଁ।
ନିଜ ସ୍ବାର୍ଥ ଆଗରେ ତାଙ୍କର ବାପ ସବୁ କିଛି ଭୁଲି ଗଲା।ମହିଳା ଙ୍କୁ ବେକ କାଟି ମାରି ସାରିଲା ପରେ ତାର ଭାଇ ଙ୍କୁ ଫୋନ୍ କରି ଥିଲା।ଓ କହିଲା ତୋ ଭଉଣୀ କୁ ମୁଁ ମାରି ଦେଇଚି।ତୁ ଜଲଦି ଏଠାକୁ ଆସି ତାର ଶବ ସତ୍କାର କର।

ମୁ ଏବେ ବହୁତ ଖୁସି ଅଛି।ପ୍ରଥମେ ପ୍ରଥମେ ଶଳା ଏହାକୁ ବିଶ୍ୱାସ କରି ନ ଥିଲା।କିନ୍ତୁ ଯେତେବେଳେ ଅନ୍ୟ ମାନେ କହିବାକୁ ଆରମ୍ଭ କଲେ ସେତେବେଳେ ସେ ଆଉ ଅପେକ୍ଷା ନ କରି ନିଜ ଭଉଣୀ ଘର କୁ ଯାଇଥିଲେ।ସେଠାରେ ସେ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସି ଗଲା।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିଲା। କର୍ପୂରି ଦାସ ତାଙ୍କ ସ୍ତ୍ରୀ ଙ୍କୁ ମାରି କୁଆଡେ ଫେରାର ହୋଇ ଯାଇଛନ୍ତି।ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି।ଖୁବ୍ ଶୀଘ୍ର ସେ ଧରା ପଡ଼ିବେ ବୋଲି ଆଶା କରା ଯାଉଚି।