ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଆଜିକା ଦୁନିଆରେ ଘଟୁଥିବା ଘଟଣା ବିଷୟରେ ଏହି ସୋସିଆଲ ମିଡିଆ ଦ୍ଵାରା ଜାଣି ପାରୁଛନ୍ତି ।

ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ବିଷୟରେ ଜାଣିପାରିବେ । ଆପଣମାନେ ସମସ୍ତେ ତ ଜାଣିଥିବେ ସରକାର ଲୋକମାନଙ୍କର ମଙ୍ଗଳ ପାଇଁ ଅନେକ କାମ କରୁଛନ୍ତି ।
ଲୋକମାନଙ୍କର ମଙ୍ଗଳ ପାଇଁ ଅନେକ କିଛି ଯୋଜନା କରାଯାଉଛି । ଆଉ ଏହି ଯୋଜନା ମାଧ୍ୟମରେ ଅନେକ ଲାଭ ପାଇ ପାରୁଛନ୍ତି ସାଧାରଣ ଜନତା । ସାଧାରଣ ଜନତା ଏହି ସୁବିଧାର ଲାଭ ଉଠାଇ ପାରୁଛନ୍ତି ।

ଏବେ ମୁଖ୍ୟମନ୍ତ୍ରୀ ଆଉ ଏକ ଯୋଜନା ଆଣିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଏହି ଘୋଷଣା ଆସିଛି । ରାଜ୍ୟ ସରକାର କଳାକାରମାନଙ୍କ ପାଇଁ ଆଣିଲେ ବଡ ଘୋଷଣା ।କଳାକାରମାନଙ୍କୁ ସରକାର ଦେବେ ୨ ହଜାର ଟଙ୍କା ।
କଳାକାରମାନଙ୍କ ଖାତାକୁ ଯିବ ସିଧା ଟଙ୍କା । କଳାକାରମାନଙ୍କୁ ସହାୟତା ରାଶି ପ୍ରଦାନ କରାଯିବ । ଆଗରୁ କଳାକାରମାନେ ୧୨୦୦ ଟଙ୍କାର ସହାୟତା ରାଶି ପାଉଥିଲେ । ଏବେ ଏହାକୁ ବଢ଼ାଯାଇ ୨ ହଜାର ଟଙ୍କା କରାଯାଇଛି ।

ଆଗରୁ ୫୦ ହଜାର କଳାକାର ଏହି ସୁବିଧାର ଲାଭ ଉଠାଉଥିଲେ ଆଉ ଏବେ ଏହାକୁ ୩୦ ହଜାର ବୃଦ୍ଧି କରାଯାଇଛି । ଏବେ ୮୦ ହଜାର କଳାକାର ସରକାରଙ୍କ ଠାରୁ ସହାୟତା ରାଶି ପାଉଛନ୍ତି । ଚଳିତ ଫେବୃଆରୀ ୨୦ ରୁ ୨୫ ତାରିଖ ଭିତରେ ସବୁ କଳାକାର ବର୍ଦ୍ଧିତ ଟଙ୍କା ପାଇବେ ।

ନବୀନ ସରକାର ବା 5T ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଜିଲ୍ଲା ଗସ୍ତ କରୁଥିବା ସମୟରେ କଳାକାରମାନେ ତାଙ୍କୁ ଅନୁରୋଧ କରିଥିଲେ ସହାୟତା ରାଶି ବୃଦ୍ଧି କରିବାକୁ । ତାଙ୍କୁ ୧୨୦୦ ଟଙ୍କା ମିଳୁଥିଲା ଆଉ ଏହାକୁ ବୃଦ୍ଧି କରିବାକୁ କୁହାଯାଇଥିଲା ।
ଏହାପରେ ଏହି କଥା 5T ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଏହି ବିଷୟରେ ଜଣାଇଥିଲେ । ଆଉ ଏହି କଥା ଜାଣିବା ପରେ ମୁଖ୍ୟମନ୍ତ୍ରୀ କଳାକାରଙ୍କ ସହାୟତା ରାଶି ୧୨୦୦ ରୁ ୨ ହଜାର କରିଥିଲେ । ଆଉ ଯେଉଁ କଳାକାରମାନଙ୍କର ବୟସ ୮୦ ବର୍ଷ ରୁ ଅଧିକ ତାଙ୍କୁ ୨୫୦୦ ଟଙ୍କା ସହାୟତା ରାଶି ମିଳିବ ।