ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।

ଏବଂ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।
କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ।

ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭିଡିଓ ରେ ଦେଖିବାକୁ ମିଳୁଛି ରାଣୀ ପଣ୍ଡାଙ୍କୁ। ସେ କହିଛନ୍ତି ଯେ ଜଣେ ସାଧାରଣ ଅଭିନେତ୍ରୀ ଟିଏ ଯଦି ରୋଜଗାର କରୁଛି।
ରାତି ଅନିଦ୍ରା ହୋଇ ମୁହଁରେ ପାଉଡର ମାରି ଯଦି ଲୋକଙ୍କ ମନୋରଞ୍ଜନ କରି ଟଙ୍କା ରୋଜଗାର କରୁଛି। ଆଉ ସେହି ଟଙ୍କାକୁ ଦୁଃଖୀରଙ୍କି ଲୋକଙ୍କ ପାଖକୁ ଯଦି ପହଞ୍ଚାଉଛନ୍ତି ତେବେ ଲୋକେ ତାଙ୍କୁ କହୁଛନ୍ତି ଯେ ସେ ଦେଖେଇ ହେଉଛନ୍ତି।

ଏକଥା ବି ମାନେ ରଖିବା କଥା ଯେ ଯଦି ସଚିନ ତେନ୍ଦୁଲକରଙ୍କ ରେକଡ୍ ବିରାଟ କୋହଲି ଭାଙ୍ଗି ପାରୁଛନ୍ତି। ଆଉ ଏହାକୁ ନେଇ ସଚିନ ତେନ୍ଦୁଲକର ଖୁସି ହେଇପାରୁଛନ୍ତି। ତେବେ ଯାତ୍ରାର ବଡବଡ ଲୋକ ମାନେ ମଧ୍ୟ ଖୁସି ହେବା ଦରକାର।
ଯାତ୍ରା ଇଣ୍ଡଷ୍ଟ୍ରି ରେ ଏମିତି କେହି ଜଣେ ଥିବା ଦରକାର ଯିଏ କି ସୁଖରେ ଦୁଃଖରେ ପହଞ୍ଚି ପାରୁଛି। କିନ୍ତୁ ଲୋକ ମାନେ ଦେଢ଼ସୁର ହୋଇ ଦୁଆର ମୁହଁରେ ଛିଡା ହେଉଛନ୍ତି। ଅର୍ଥତ୍ ଅନ୍ୟ କାହାକୁ ଛାଡ଼ୁ ନାହାନ୍ତି। ସେଥି ପାଇଁ ରାଣୀ ପଣ୍ଡା କହିଛନ୍ତି ସେ ଭାବିଥିଲେ ଦୁଇ ବର୍ଷ ଯାତ୍ରା କରି ଛାଡ଼ିଦେବେ ବୋଲି।
କିନ୍ତୁ ଏହି ଅହଙ୍କାରୀ ଲୋକଙ୍କୁ ଦେଖିଲା ପରେ ସେ ଭାବିଲେ କି ଏହି ଯାତ୍ରା ଇଣ୍ଡଷ୍ଟ୍ରିରେ ସେ ରହିବେ ବୋଲି। ରାଣୀ ପଣ୍ଡାଙ୍କ କାଉଁରିଆ କାଠି ଭାଙ୍ଗିଯିବ କିନ୍ତୁ ସେ ନାଇଁବ ନାହିଁ ବୋଲି ରାଣୀ ପଣ୍ଡା କହିଛନ୍ତି।