ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମୋଗଲ ମାନେ ଭାରତକୁ ଅନେକ ବର୍ଷ ଧରି ଶାସନ କରିଥିଲେ। ମୋଗଲ ଶାସନ କାଳ ବିଷୟରେ ଅନେକ ପୁସ୍ତକ ମଧ୍ୟ ଲେଖାଯାଇଛି। ଏହି ସବୁ ପୁସ୍ତକରେ ଜୀବନ ଶୈଳୀକୁ ନେଇ ବହୁତ କିଛି ତଥ୍ୟ ଦେଖିବାକୁ ମିଳେ। ସେମାନଙ୍କ ଖାଦ୍ୟବ୍ୟବସ୍ଥା, ଚାଲିଚଳନ ଓ ପୋଷାକା ପରିଚ୍ଛନ୍ନ ବିଷୟରେ ଅନେକ କିଛି ପୁସ୍ତକ ମଧ୍ୟରୁ ଜାଣିବାକୁ ମିଳେ।

ଏପରିକି ସେମାନଙ୍କ ଯୌନ କ୍ଷମତା ବିଷୟରେ ଉଲ୍ଲେଖ କରାଯାଇଛି। ମୋଗଲ ମାନେ ଭାରତକୁ ପ୍ରାୟ ୧୦୦ ବର୍ଷଧରି ଶାସନ କରିଥିଲେ। ମୋଗଲ ମାନେ ଖଜୁରୀ ଭଳି ଶୁଷ୍କ ଫଳ ଅଧିକ ମାତ୍ରରେ ବ୍ୟବହାର କରିଥାନ୍ତି।
ତେବେ ଇତିହାସରେ ମୋଗଲ ଶାସନର ଚର୍ଚ୍ଚା ଆସିଲେ ଧର୍ମ କଥା ନିଶ୍ଚିନ୍ତ ଆଲୋଚନା ହୋଇଥାଏ। ମୋଗଲ ଶାସକ ମାନେ ସେମାନଙ୍କ ମହଲରେ ହରମ୍ ନିଶ୍ଚିନ୍ତ ରଖୁଥିଲେ। ଆଉ ଏହି ହରମ୍ ହେଉଛି ଏମିତି ସ୍ଥାନ ଯେଉଁଠି ସୁନ୍ଦରୀ ଯୁବତୀ ଓ ମହିଳା ମାନଙ୍କୁ ରଖାଯାଉଥିଲା।
ଏବଂ ସେଠାରେ ନୃତ୍ୟ ଗୀତ ସବୁବେଳେ ଚାଲୁଥିଲା। ମୋଗଲ ଶାସକ ବା ବାକ୍ସା ମାନଙ୍କର ଖୁବ୍ ନିବିଡ ସମ୍ପର୍କ ହରମ ସହିତ ରହୁଥିଲା। ସେମାନେ ହରମର ମହିଳା ମାନଙ୍କୁ ନିଜର ମନୋରଞ୍ଜନ ପାଇଁ ବ୍ୟବହାର କରୁଥିଲେ। ଏବଂ ନିଜ ପସନ୍ଦର ମହିଳାଙ୍କୁ ମଧ୍ୟ ଉପଭୋଗ କରୁଥିଲେ।

ମୋଗଲ ଶାସକ ମାନଙ୍କର କାମନା ବାସନା ମେଣ୍ଟାଇବା ପାଇଁ ହରମର ମହିଳା ମାନଙ୍କୁ ସବୁବେଳେ ପ୍ରସ୍ତୁତ କରି ରଖାଯାଉଥିଲା। ତେଣୁ ସ୍ବାଭାବିକ ଭାବେ ମୋଗଲ ଶାସକ ମାନେ ନିଜ ଯୌନ କ୍ଷମତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ଵ ଦେଉଥିଲେ।
ଯୌନ ଶକ୍ତି ବଢ଼ାଇବା ପାଇଁ ଖଜୁରୀ, ପିଆଜ, ରସୁଣ ଇତ୍ୟାଦି ସେମାନେ ଖାଦ୍ୟରେ ବ୍ୟବହାର କରୁଥିଲେ ବୋଲି କିଛି ପୁସ୍ତକରେ ଲେଖାଯାଇଛି। କିନ୍ତୁ ଆଉ କିଛି ପୁସ୍ତକରେ ମୋଗଲ ବାକ୍ସା ମାନଙ୍କର ଖାଦ୍ୟ ବିଷୟରେ ଭିନ୍ନ କଥା ଲେଖାଯାଇଛି। ଏଥିରେ କୁହାଯାଇଛି କି ଯୌନ କ୍ଷମତା ବଢ଼ାଇବା ପାଇଁ ମୋଗକର ଶାସକ ମାନେ ବିଭିନ୍ନ ପ୍ରକାର ମାଂସ ଖାଉଥିଲେ।
ସେମାନେ ଗରମ ତାସିଲ ମାଂସ ଖାଇବାକୁ ପସନ୍ଦ କରୁଥିଲେ। ସେମାନଙ୍କୁ ଖାଦ୍ୟ ସହିତ ମଦ ମଧ୍ୟ ପିଇବାକୁ ଦିଆଯାଉଥିଲା। ଏମିତି ଅନେକ ଶାସକ ମଧ୍ଯ ଥିଲେ ଯେଉଁ ମାନେ ପାନରେ ଛେଳିର ମାଂସ ଜଡ଼ିବୁଟି ଭଳି ମିଶାଇ ଖାଉଥିଲେ।
ଏପରିକି ଯୌନ ଶକ୍ତି ବୃଦ୍ଧି କରିବା ପାଇଁ ସେମାନେ ହରିଣ ନାଭି ଜଙ୍ଗଲି ଠେକୁଆର ଅନ୍ତନଳୀ ମଧ୍ୟ ଖାଉଥିଲେ। ଖାଲି ସେତିକି ନୁହେଁ ଆଉ କିଛି ମୋଗଲ ଶାସକ ସିଝା ମାଂସ ଖାଇବା ସହ ଖାଇ ସରିବା ପରେ ପାନରେ ଭସ୍ମ ମିଶାଇ ଖାଉଥିଲେ ବୋଲି ମଧ୍ୟ କୁହାଯାଏ।