ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗୁଜରାଟର ଦ୍ୱାରକାରେ ବୁଡ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ସମୁଦ୍ର ଭିତରକୁ ଯାଇ କରିଛନ୍ତି ପୂଜାର୍ଚ୍ଚନା। ସମୁଦ୍ର ଭିତରେ ବୁଡି ରହିଥିବା ଦ୍ୱାରକା ନଗରୀ ପାଖକୁ ଯାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ତାଙ୍କ ତାଙ୍କୁ ମୟୂର ପୁଛ ଅର୍ପଣ କରିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଦ୍ବାରକାଧୀଶ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏଥିସହ ସମୁଦ୍ରରେ ବୁଡ଼ି ରହିଥିବା ପ୍ରାଚୀନ ଦ୍ବାରକା ନଗରୀ ମଧ୍ୟ ଦର୍ଶନ କରିଛନ୍ତି। ଦ୍ବାରକା ନଗରୀ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହା କେବଳ ସମୁଦ୍ର ବୁଡ଼ ନଥିଲା, ବରଂ ସମୟ ଯାତ୍ରା ଥିଲା।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୁଦ୍ର ଭିତରେ ଏଭଳି ପୂଜା କରିବା ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଏ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ସାମ୍ରାଜ୍ୟ ଥିଲା ଦ୍ୱାରକା। ପୁରାଣ ଅନୁସାରେ ଦ୍ୱାରକା ଥିଲା ଐଶ୍ୱର୍ଯ୍ୟର ନଗରୀ।
ବର୍ତ୍ତମାନ ତାହା ଜଳମଗ୍ନ ଅଛି। ଦ୍ୱାରକା ସହିତ ହିନ୍ଦୁ ଧର୍ମର ନିବିଡ଼ ସଂପର୍କ ରହିଛି। ଆଜି ଗୁଜରାଟ ଗସ୍ତ ଅବସରରେ ଆରବ ସାଗରରେ ଡାଇଭିଂ କରି ସେଇ ଦ୍ୱାରକା ନଗରୀକୁ ଯାଇଥିଲେ ମୋଦି। ସେଠାକୁ ଯାଇ ସେ ପୂଜାର୍ଚ୍ଚନା କରିଥିଲେ।
ବିଶେଷକଥା ହେଉଛି ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବା ପାଇଁ ମୋଦି ନିଜ ସହ ମୟୂର ପୁଛ ମଧ୍ୟ ନେଇ ଯାଇଥିଲେ। ଏହାକୁ ନେଇ ମୋଦି କହିଛନ୍ତି ଯେ, 'ଏହି ଅଭିଜ୍ଞତା ମୋତେ ଭାରତର ଆଧ୍ୟାତ୍ମିକ ଏବଂ
ଐତିହାସିକ ମୂଳଦୁଆ ସହିତ ଏକ ବିରଳ ଏବଂ ଗଭୀର ସଂଯୋଗ ପ୍ରଦାନ କରିଛି। ବୁଡ଼ିଯାଇଥିବା ଦ୍ୱାରକା ସହରରେ ପ୍ରାର୍ଥନା କରିବା ଅତ୍ୟନ୍ତ ଈଶ୍ୱରୀୟ ଅନୁଭୂତି ଥିଲା। ମୁଁ ଆଧ୍ୟାତ୍ମିକ ଗୌରବ ଏବଂ ଅନନ୍ତ ଭକ୍ତିର ଏକ ପ୍ରାଚୀନ ଯୁଗ ସହିତ ସଂଯୁକ୍ତ ବୋଲି ଅନୁଭବ କଲି।
ଭଗବାନ ଶ୍ରୀକୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏବଂ ମୋଦି କହିଛନ୍ତି ଆମ ଗ୍ରନ୍ଥି ଗୁଡିକରେ ମଧ୍ୟ ଦ୍ୱାରିକା ବିଷୟରେ କୁହା ଯାଇଛି କି, ଏହା ଖୁବ ସୁନ୍ଦର ସୁନ୍ଦର ଦ୍ୱାର ଓ ଖୁବ ଉଚ୍ଚ ଉଚ୍ଚ ବିଲଡିଂ ଯୁକ୍ତ ସହର ଥିଲା। ଭଗବାନ ଶ୍ରୀକୃଷ୍ଣ ନିଜେ ଏହି ସହର ନିର୍ମାଣ କରିଥିଲେ।
ଯେବେ ମୋଦି ସମୁଦ୍ର ଭିତରୁ ଯାଇଥିଲେ ଦିବ୍ୟତ୍ବର ଅନୁଭବ କରିଥିଲେ। ସେ ଦ୍ୱାରାକାଧିଶଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇ ଥିଲେ। ମୋଦି ନିଜ ସହ ଏକ ମୟୁର ପୁଚ୍ଛ ନେଇଥିଲେ ଏବଂ ଏହାକୁ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ରଖିଥଲେ।