ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କଳଙ୍କିତ ହୋଇଯାଇଛି କଳିଯୁଗର ପ୍ରେମର। ପ୍ରେମକୁ ନିରନ୍ତର ,ସତ୍ୟ ଓ ପବିତ୍ର ମନାଯାଉଥିବା ବେଳେ ବର୍ତ୍ତମାନର ସମାଜରେ ପ୍ରେମ ଏକ କଳଙ୍କିତ ନାମ ହୋଇ ରହିଯାଇଛି।

କେତେବେଳେ ପ୍ରେମିକା ପ୍ରେମିକର ଘର ସାମ୍ନାରେ ଧାରଣା ଦେଉଛି ତ ପୁଣି କିଏ ପ୍ରେମ ପାଇଁ ଜୀବନ ହାରୁଛି। କିଏ ଗ-ର୍ଭ-ବ-ତୀ ହୋଇ ନିଜ ହକ୍ ମାଗୁଛିତ, କିଏ ପ୍ରେମିକର ବିବାହ ଦିନ ପହଞ୍ଚି ବେଦୀରେ ଅନଶନ ଆରମ୍ଭ କରୁଛି। ତେବେ ବନ୍ଧୁଗଣ ବର୍ତ୍ତମାନ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି।
ବନ୍ଧୁଗଣ ୮ ବର୍ଷ ପ୍ରେମ କରି, ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଗ-ର୍ଭ-ବ-ତୀ କଲା ଯୁବକ। ଏବେ ଫେରାର ହୋଇ ଯାଇଛି ଯୁବକ ସହ ଅନ୍ୟତ୍ର ବିବାହ ନେଇ ସୂଚନା ମିଳିଥିବାରୁ ବଧ୍ୟ ହୋଇ ଏବେ ଆଇନର ପ୍ରଶ୍ରୟ ନେଇଛନ୍ତି ଯୁବତୀ ଜଣକ।

ତେବେ ବନ୍ଧୁଗଣ ଉଭୟଙ୍କ ମଧ୍ୟରେ ମିସ କଲ ରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ରେଙ୍ଗାଲିରେ ଥିଲେ ଆଶିଷ ରାଉତ ଧିରେ ଧିରେ ପ୍ରେମ ସମ୍ପର୍କ ବଢିବା ପରେ ବାଙ୍ଗାଲୋରୁ ମିନତି ଆସିଥିଲେ ରେଙ୍ଗାଲି।
ଆଉ ସେଇଠି ଉଭୟ ପ୍ରେମୀ ଯୁଗଳ ଚାରି ମାସ ରହିବା ପରେ ପ୍ରେମିକ ପ୍ରେମିକାକୁ ଛାଡ଼ି ପଳେଇ ଆସିଥିଲା। କିଛିଦିନ ଗଲା ପରେ ମିନତି ଖୋଜାଖୋଜି କରି ଆସି ପହଞ୍ଚି ଥିଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ନହରାଣା ପଞ୍ଚାୟତର ବିଷ୍ଣୁ ଚରଣ ରାଉତଙ୍କ ପୁଅ ଆଶିଷଙ୍କ ପାଖରେ।

ହେଲେ ସେଠାରେ ଆସି ପହଞ୍ଚିବା ପରେ ଆଶିଷ ଏବଂ ତାଙ୍କ ପରିବାର ଘରେ ମିନତିକୁ ପୁରେଇ ଦେଉନାହାନ୍ତି। ମିନତି ଚାରିଦିନ ହେବ ଦାଣ୍ଡ ଦୁଆରେ ବସିଛନ୍ତି।
ମିନତି ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ସହାୟତା ମିଳିପାରିନାହିଁ। ମିନତି ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ଅଭାବ ନିମନ୍ତେ ଚାକିରି କରିଥିଲେ। ଫୋନ କଲରେ ଉଭୟଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା।
ଉଭୟ ବିବାହ ମଧ୍ୟ କରିଥିଲେ ଚାରିମାସ ଏକାଠି ରହୁଥିଲେ। ଚାରିମାସ ପରେ ପ୍ରେମିକ ଜଣକ ପ୍ରେମିକାକୁ ଛାଡି ପଳେଇ ଆସିଥିଲେ। ତା'ପରେ ଶେଷରେ ମିନତି ପ୍ରେମିକର ଘର ଆଗରେ ଧାରଣାରେ ବସିଛନ୍ତି।