Updated: Mar 20, 2024, 11:28 IST

କୋଟିପତି ଜେଜେ ନିଜ ୪ମାସ ନାତି ନାଁ ରେ କଲେ ୨୫୦ କୋଟି... ଲୋକେ କହିଲେ, ପଇସା ଅଛି ବୋଲି ଦେଖେଇ ହେଉଚି..

Hh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଜନ୍ମ ହେବାର ଚାରି ମାସ ହୋଇଛି,ହେଲେ ହୋଇଗଲେ କୋଟିପତି।ବର୍ତମାନ ଚର୍ଚ୍ଚା ରେ ଏକଗ୍ରହ ରୋହନ ମୂର୍ତ୍ତି।ନାତି ଟୋକା କୁ ବିଲିୟନାଏର କରି ଅଜା ବହୁତ ଖୁସି ହୋଇଛନ୍ତି।
ଜନ୍ମ ହୋଇଥିବା ଶିଶୁ ଟି ବିଲିୟନାଏର କଣ ତାହା ଜାଣି ନଥିବ। ନା ଚିହ୍ନିଚି ଟଙ୍କା, ନା ବୁଝିଛି ଧନୀ ଗରିବ।ହେଲେ ଜନ୍ମ ହେବାର ଚାରି ମାସ ରେ ସେ କିନ୍ତୁ କୋଟିପତି।
Gg
ଅର୍ଥାତ୍ ଦେଶ ର ବଛା ବଛା ବିଲିୟନାଏର ଙ୍କ ମଧ୍ୟ ରେ ସ୍ଥାନ ପାଇଛି ଜଣେ କୁନି ଶିଶୁ।ବୋଧ ହୁଏ ଏହି ପିଲା ହେଇଛି ଦେଶ ର ସର୍ବ କନିଷ୍ଠ ଶିଶୁ ଯିଏକି ଏହି କ୍ଳବ୍ ରେ ସାମିଲ ହୋଇଛି।
ଦୁନିଆ କଣ ଜାଣିନି, ଟଙ୍କା ର ମୂଲ୍ୟ କଣ ଜାଣି ନଥିବା ଏହି ଚାରି ମାସ ର ଶିଶୁ ହେଉଛି ଏକାଗ୍ରହ ରୋହନ ମୂର୍ତ୍ତି।ଏବେ ସେ ୨୫୦ କୋଟି ଟଙ୍କା ର ମାଲିକ।ତେବେ କିପରି ଏହି ଶିଶୁ କୋଟିପତି ହୋଇଛନ୍ତି ତାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।
ଏବଂ ବର୍ତମାନ ଏହି ବିଷୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏକାଗ୍ରହ ରୋହନ ମୂର୍ତ୍ତି ହେଉଛନ୍ତି Infosys ର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଙ୍କ ନାତି।ରୋହନ ମୂର୍ତ୍ତି ଏବଂ ବୋହୁ ଅପର୍ଣ୍ଣା ଙ୍କ ପୁଅ ହେଉଛନ୍ତି ଏକାଗ୍ରହ ରୋହନ ମୂର୍ତ୍ତି।
Hh
ତେବେ ନିଜ ନାତି ଟୋକା ପାଇଁ ଏଭଳି ଏକ ଗିଫ୍ଟ ଦେଇ ଚର୍ଚ୍ଚା ରେ ଆସିଛନ୍ତି ନାରାୟଣ ମୂର୍ତ୍ତି।ତାଙ୍କ ଦ୍ଵାରା ପ୍ରତିଷ୍ଠିତ Infosys ର ୧୫ ଲକ୍ଷ ସେୟାର ସେ ତାଙ୍କ ନାତି ଏକାଗ୍ରହ ରୋହନ ମୂର୍ତ୍ତି ଙ୍କୁ ଗିଫ୍ଟ ଦେଇଛନ୍ତି।
ମାର୍କେଟ ରେ Infosys ର ପ୍ରତି ସେୟାର ପିଛା ମୂଲ୍ୟ ଏବେ ପ୍ରାୟ ୧୬୦୦ ଟଙ୍କା ରହିଛି।Infosys ହେଉଛି ଦେଶର ଦ୍ଵିତୀୟ ବୃହତ ଆଇଟି କମ୍ପାନୀ।ଯାହାର ମାର୍କେଟ କ୍ୟାପିଟାଲ ହେଉଛି ପ୍ରାୟ ୬ ଲକ୍ଷ ୬୫ ହଜାର କୋଟି ଟଙ୍କା ।
ନିକଟ ରେ ନାରାୟଣ ମୂର୍ତ୍ତି ଙ୍କ ପତ୍ନୀ ସୁଧା ମୂର୍ତ୍ତି ରାଜ୍ୟସଭା ସାଂସଦ ଭାବରେ ଶପଥ ନେବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ପୁଣିଥରେ ନାରାୟଣ ମୂର୍ତ୍ତି ଚର୍ଚ୍ଚାରେ ରହିଛନ୍ତି।

Advertisement