ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୁଚନା ମୁତାବକ ଚାକିରୀ କରିବା ଆଶା ରେ ପୁରୀ ଅସ୍ତରଙ୍ଗ ରୁ ମହିଳା ଙ୍କୁ ଭୁବନେଶ୍ବର ଆଣିଥିଲେ ଜଣେ ଯୁବକ। ହେଲେ ତାଙ୍କୁ ଗୋଟିଏ ରୁମ୍ ଭିତରେ ଦୁ-ଷ୍କ-ର୍ମ କରିଥିବା ଅଭିଯୋଗ ହୋଇଛି।

ମହିଳାଙ୍କୁ ସେ ବିବାହ ହୋଇଥିଲେ। ହେଲେ ଏବେ ମହିଳାଙ୍କ ସମସ୍ତ ଟଙ୍କା ଓ ଗହଣା କୁ ନେଇ ଫେରାର ହୋଇ ଯାଇଛନ୍ତି ଏହି ଯୁବକ ଜଣକ। ଆଉ ଏବେ ମହିଳା କଣ କରିବେ ତାହା ସେ ନିଜେ ଜାଣି ପାରୁ ନାହାଁନ୍ତି।
ଏନେଇ ମହିଳା ଜଣକ ଅସ୍ତରଙ୍ଗ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ହେଲେ ତାଙ୍କୁ ଏଥିପାଇଁ କୌଣସି ପ୍ରକାରର ସୁଫଳ ମିଳି ନାହିଁ। ମହିଳା ଜଣକ କହିଛନ୍ତି ଯୁବକ ଜଣକ ତାଙ୍କୁ ଚାକିରୀ ଦେବାର ବାହାନା କରି
ତାଙ୍କୁ ସେ ଭୁବନେଶ୍ୱର ର ଏକ ଅଫିସ୍ କୁ ନେଇ ଯାଇଥିଲେ। ଆଉ ସେଠାରେ ତାଙ୍କୁ କହିଥିଲେ କି ଅଫିସ୍ ରେ ସାର ନାହାଁନ୍ତି ପରିଦିନ ଆସିବା ପାଇଁ। ଏହାପରେ ମହିଳା ଜଣକୁ ନେଇ ଏକ ଘରେ ରଖିଥିଲେ।

ଆଉ ଏହାପରେ ସେହି ଘରେ ହିଁ ସେ ମହିଳା ଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ମହିଳା ଜଣକ ଯେତେ କାନ୍ଦି ଚିତ୍କାର କରିଲେ ମଧ୍ୟ ତାଙ୍କର କଥା କୁ ଯୁବକ ଜଣକ ଆଦୌ ଶୁଣି ନଥିଲେ।
ଏହାପରେ ସେ ମହିଳାଙ୍କୁ ବାହା ହେବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ବାପା ମାଆ ଙ୍କୁ ଆଣି ଗୋରଖନାଥ ମନ୍ଦିରରେ ସେ ମହିଳାଙ୍କ ବେକରେ ଫୁଲମାଳ ପକାଇ ଥିଲେ। ଆଉ ଏକ ବର୍ଷ ଦୁହେଁ ଭଲରେ ରହିଥିଲେ।
ଯେତେବେଳେ ମହିଳା ଜଣକ ତିନି ୩ ମାସର ଗ-ର୍ଭ-ବ-ତୀ ହେଲେ ସେତେବେଳେ ସେ ଏହି ଯୁବକ ଜଣକ ମହିଳାଙ୍କ ନିକଟରେ ଥିବା ସବୁ ବାହାଘର ଫଟୋ ଓ ଚିପ ସହ ସୁନା ଗହଣା, ଏଟିଏମ୍ କାର୍ଡ ମଧ୍ୟ ନେଇ ପଳାଇ ଯାଇଛନ୍ତି।
ଆଉ ତାଙ୍କର କୌଣସି ପତ୍ତା ମିଳୁ ନାହିଁ। ମହିଳା ଜଣକ ତାଙ୍କୁ ଯେତେ ଖୋଜିଲେ ମଧ୍ଯ ପାଉ ନାହାଁନ୍ତି। ଆଉ ଏଥିପାଇଁ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।