ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଭୂତ ପ୍ରେତ ଆଦିକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଭୂତକୁ ନେଇ ଆସିଛି ।
ଏହି ଖବର ଆସିଛି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ । ସ୍ବାସ୍ଥ୍ୟକେନ୍ଦ୍ରରେ ଭୂତର ଆତଙ୍କ ଦେଖିବାକୁ ମିଳୁଛି । ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଛି ଖବର । ନିମାପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳୁଛି ଭୂତର ଆତଙ୍କ ।
ଏହି ଘଟଣା ଆପଣଙ୍କୁ ମିଥ୍ୟା ଲାଗୁଥାଇ ପାରେ କିନ୍ତୁ ଏହା ସତ୍ୟ ଅଟେ । ଆଜିକା ବିଜ୍ଞାନ ଯୁଗରେ ବି ଭୂତ ପ୍ରେତ ଆଦି ଅଛନ୍ତି ବୋଲି ଅନେକ ଲୋକ ବିଶ୍ୱାସ କରନ୍ତି । ଆଉ କିଛିଲୋକ ବିଶ୍ୱାସ କରନ୍ତି ନାହିଁ ।
ଏହି ଘଟଣା ଏବେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସନ୍ଧ୍ୟା ନ ହେବା ପୂର୍ବରୁ ସ୍ବାସ୍ଥ୍ୟକେନ୍ଦ୍ରର ଶୌଚାଳୟରେ ତାଲା ପଡୁଛି । ହସ୍ପିଟାଲରେ ରହୁଥିବା ରୋଗୀ ଏବଂ ତାଙ୍କ ପରିବାରଲୋକେ ଶୌଚାଳୟ ଯିବା ପାଇଁ ହଇରାଣ ହେଉଛନ୍ତି ବୋଲି ସୂଚନା ମିଳିଛି ।
ଶୌଚାଳୟ ତାଲା ପଡ଼ିବାରୁ ଖୋଲା ପଡିଆରେ ରୋଗୀ ଶୌଚ ହେଉଛନ୍ତି । ଦୀର୍ଘଦିନ ହେବ ଏଭଳି ସମସ୍ୟା ଲାଗି ରହିଛି । ଆଉ ଏଥିରୁ ଏପର୍ଯ୍ୟନ୍ତ କୌଣସି ମୁକ୍ତି ମିଳିନାହିଁ । ଏହି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ।
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୁଲଭ ଶୌଚାଳୟ ନଥିବାରୁ ନିମାପଡ଼ା ପୌର ପରିଷଦ ପକ୍ଷରୁ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଏକ ଆମ୍ବଗଛ ମୂଳରେ ଏକ ଶୌଚାଳୟ ନିର୍ମାଣ କରାଯାଇଛି ।
ଏହାକୁ ପରିଚାଳନା କରିବା ପାଇଁ ସାଇବାବା ମହିଳା ଗୃପକୁ ପୌର ପରିଷଦ କହିଛି । ଏହି ଆମ୍ବଗଛରେ ଭୂତ ବାହାରୁଥିବାରୁ ସଞ୍ଜ ନେହେବା ପୂର୍ବରୁ ସେଠାରେ ତାଲା ପଡୁଛି । ଆଉ ରୋଗୀମାନେ ଶୌଚ କରିବାକୁ ହଇରାଣ ହେଉଛନ୍ତି । ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।
ଏହି ଘଟଣା ଓଡ଼ିଶାରେ ବିରଳ ଅଟେ । ଲୋକମାନେ ଏବେ କଥା ହେଉଛନ୍ତି । ଏହି ଘଟଣା ଦେଖିବା ପରେ ରୋଗୀ ଆଉ ସମ୍ପର୍କୀୟ ହଇରାଣ ହେଉଥିବା କଥା ଭାବିଲେ ମନରେ ଅନେକ ଚିନ୍ତା ଆସୁଛି । ତାଙ୍କ ପାଇଁ କିଛି ବ୍ୟବସ୍ଥା କରାଗଲେ ଭଲ ହେବ ।