ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ଡିଜିଟାଲ ଲୋନରେ ଅନେକ ପ୍ରକାର ଠକେଇ ହେବାରେ ଲାଗିଛି। ତେଣୁ ଆପଣଙ୍କୁ ସତର୍କ ରହିବାକୁ ପଡିବ। ନହେଲେ ଆପଣଙ୍କ ଝାଳବୁହା ଟଙ୍କା ନଷ୍ଟ ହୋଇଯିବ।

ଡିଜିଟାଲ ଲୋନ ପାଇଁ ଯେଉଁଠାରୁ ଆପଣଙ୍କୁ ବାରମ୍ବାର କଲ କିମ୍ବା ମେସେଜ ଆସୁଛି ତେବେ ସେହି ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ। ତେବେ ବନ୍ଧୁଗଣ ବର୍ତ୍ତମାନ ସାମ୍ନାକୁ ଆସିଛି ଡିଜିଟାଲ ଲୋନ ଆପରେ ମହେନ୍ଦ୍ର ସିଂ ଧୋନିଙ୍କ ଫଟୋ। ଏଵଂ ଆଡ଼ ଜରିଆରେ ଟଙ୍କା ଲୁଟିଲେ ଦୁର୍ବୁତ୍ତ ।
ଜଣେ ବ୍ୟକ୍ତିଙ୍କୁ ଜିରୋ ପରସେଣ୍ଟରେ ଲୋନ ଦେବାକୁ କହି ପ୍ରଥମେ ଲୋନ ଦେଲେ। ଲୋନ ଟଙ୍କା ଠାରୁ ଅଧିକ ଟଙ୍କା ବି ଫେରସ୍ତ ନେଲେ। ଆହୁରି ଟଙ୍କା ନଦେଲେ ନ୍ୟୁଡ଼ ଫଟୋ ଓ ଭିଡ଼ିଓ ଭାଇରଲ କରିବାକୁ କହି ଧମକ ଦେଲେ ସାଇବର ଠକ।

ଏନେଇ ସାଇବର ଥାନାର ଦ୍ୱାରସ୍ତ ହେଲେ ଯୁବକ। ସୂଚନା ଅନୁଯାୟୀ ଯୁବକ ଜଣକର ମେଡିକାଲ୍ କେସ୍ ପାଇଁ ଟଙ୍କା ନିହାତି ଦରକାର ପଡ଼ିବାରୁ ସେ ଡିଜିଟାଲ ଆପ୍ ଜରିଆରେ ଟଙ୍କା ଲୋନ୍ ଆଣିଥିଲେ।

ସେଥିରେ ସେ ମହେନ୍ଦ୍ର ସିଂ ଧୋନିଙ୍କ ଆଡ ଦେଖିଥିଲେ ଆଉ ସେଥିରୁ ଟଙ୍କା ଆଣିଥିଲେ। ସେଥିରୁ ତାଙ୍କୁ ୩୫୦୦ ଦେବେ କହିଥିଲେ କିନ୍ତୁ ତାଙ୍କୁ ସେଥିରୁ ୨୨୭୫ ଟଙ୍କା ମିଳିଥିଲା।
ପରବର୍ତ୍ତୀ ସମୟରେ ତାଙ୍କୁ କହିଥିଲେ ଯେ, ଆଉ ୧୨୨୫ ଟଙ୍କା ତାଙ୍କର ପ୍ରସେସିଙ୍ଗ ରେ କାଟି ଯିବ। କିନ୍ତୁ ଏହା ତାଙ୍କର ଜିରୋ ଇଣ୍ଟ୍ରେଷ୍ଟ ବୋଲି ତାଙ୍କୁ କହିଥିଲେ। ଏହାର ସାତ ଦିନ ପରେ ଯୁବକ ଙ୍କ ପାଖକୁ ସେମାନେ କଲ କରିଥିଲେ।

କଲ ରେ କହିଥିଲେ ଯେ, ପାର୍ଟ ପେମେଣ୍ଟ କରିବା ପାଇଁ। ଏହାପରେ ଯୁବକ ଜଣକ ଦୁଇ ଥର କରି ୧୪୦୦ ଦେଇଥିଲେ। କିନ୍ତୁ ପୁଣି ସାତ ଦିନରେ କଲ କରି ଯୁବକ ଜଣକ ଙ୍କୁ ସେମାନେ କହୁଛନ୍ତି ଯେ, ଆଉ ଥରେ ପଇସା ଦେବା ପାଇଁ।
ଆଉ ଯୁବକଙ୍କ ୱାଟସପ୍ ରେ ସ୍ତ୍ରୀ ଲୋକଙ୍କ ଉଲଗ୍ନ ଫଟୋ ପଠେଇ ଥିଲେ। ଏବଂ ଆଉ ଟଙ୍କା ନଦେଲେ ତାଙ୍କୁ ଭାଇରାଲ କରି ଦେବେ ବୋଲି କହିଥିଲେ। ଯାହାଫଳରେ ବର୍ତ୍ତମାନ ଯୁବକ ଜଣକ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି।