ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଅଭିନେତା ମନୋଜ ମିଶ୍ର କୁ ନେଇ ଓଲିଉଡ୍ ଜଗତ ବିବାଦ ଘେରରେ ରହିଛି।ଆଉ ଏହାରି ମଧ୍ୟରେ ମନୋଜ ମିଶ୍ର ମଧ୍ଯ ଏଭଳି ପ୍ରତିକ୍ରିୟା ରଖିଛନ୍ତି ତାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ସେ କହିଛନ୍ତି କି ତାଙ୍କ ପାଇଁ ବହୁତ୍ ବଡ ଖୁସୀର ଦିନ କାରଣ ପଶ୍ଚିମ ଓଡ଼ିଶାରେ ଯେଉଁ ୪ ଟି ହଲ ରୁ ମାଇଣ୍ଡ ଗେମ୍ ଉଠି ଯାଇଥିଲା ଆଜି ପୁଣି ଥରେ ଲାଗି ଯାଇଛି।
ସେଥିପାଇଁ ସେ କହିଛନ୍ତି କି ଏହାଠାରୁ ବଡ଼ ଧର୍ମର ଜୟ ଆଉ କଣ ବା ହୋଇ ପାରିବ। ମାଇଣ୍ଡ ଗେମ୍ ପଶ୍ଚିମ ଓଡ଼ିଶା ରେ ଖୁବ ଭଲ କରୁଛି ଆଉ ସବୁ ଅଧର୍ମ ମଧ୍ୟ ଧୀରେ ଧୀରେ ଖତମ୍ ହବ ବୋଲି ସେ କହିଛନ୍ତି।
ଏହାପରେ ସେ କହିଥିଲେ କି ସେ ଜାଣି ନାହାଁନ୍ତି ତାଙ୍କୁ କେହି ବ୍ୟାନ କରିଛନ୍ତି କି କଣ , କାରଣ ତାଙ୍କ ନିକଟକୁ କିଛି ସେଭଳି ଆସି ନାହିଁ। ହେଲେ ସେ ଏସବୁ କଥା ମିଡ଼ିଆ ଭାଇ ମାନଙ୍କ ଠାରୁ ଶୁଣୁଛନ୍ତି। କାରଣ ସେ ଯେଉଁ ସ୍ଥାନ କୁ ଯାଉଛନ୍ତି ସେଠାରେ ତାଙ୍କୁ ଏହି ପ୍ରଶ୍ନ ପଚରା ଯାଉଛି।

ତାଙ୍କୁ ବ୍ୟାନ୍ କରିବା ନେଇ ମଧ୍ୟ ତାଙ୍କ ନିକଟକୁ କୌଣସି ପେପର ଆସି ନାହିଁ କି କେଉଁ ବ୍ୟକ୍ତି ତାଙ୍କୁ ଵ୍ୟାନ କରିଛନ୍ତି ଏହି ସମ୍ପର୍କରେ ମଧ୍ୟ ସେ ଜାଣି ନାହାଁନ୍ତି। ଆଉ ସେ ସବୁ ଜାଣି ସାରିବା ପରେ ହିଁ ତାଙ୍କର ପ୍ରତିକ୍ରିୟା ରଖିବେ ବୋଲି ମଧ୍ୟ ସେ କହିଥିଲେ।
ସେ କହିଥିଲେ କି ସେ ହେଉଛନ୍ତି ଜଣେ ସାଧାରଣ ଅଭିନେତା ଆଉ ସେ ଵ୍ୟାନ୍ ହେଲେ ବି ଅଭିନୟ କରିବେ ଓ ବ୍ଯାନ ନହେଲେ ମଧ୍ୟ ଅଭିନୟ କରିବେ ବୋଲି କହିଥିଲେ।
ଆଉ ଓଡିଆ ସିନେମା କୁ ଆଗକୁ ନେବା ପାଇଁ ଯେଉଁ ଚେଷ୍ଟା ଅଛି ତାହା ମଧ୍ୟ ସେଭଳି ଚାଲିବ ବୋଲି ସେ କହିଥିଲେ। ଆଉ ସମ୍ବଲପୁରୀ ସିନେମା କୁ ଆଗକୁ ନେବା ପାଇଁ ତାଙ୍କର ଚେଷ୍ଟା ମଧ୍ଯ ସେଭଳି ଭାବରେ ଚାଲିଥିବ।
ଆଉ ସେ ଚେଷ୍ଟା କରିବେ କି ଓଡିଆ ସିନେମା କୁ ସେ କିଭଳି ହିନ୍ଦୀ ଓ ତେଲୁଗୁ ରେ ମଧ୍ଯ ଡବ କରିବେ। ତେବେ ମନୋଜ ମିଶ୍ର ଙ୍କ କଥା ଶୁଣି ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।