ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଲୋକ ମାନଙ୍କ ମନ ରେ କୁମ୍ଭୀର କୁ ନେଇ ବହୁତ ଭୟ ରହିଛି।କୌଣସି ନଦୀ ଓ କେନାଲ କୁ ଯିବା ଆଗରୁ ଲୋକ ମାନଙ୍କୁ ଅନେକ ଥର ଏବେ ଭାବିବାକୁ ପଡ଼ୁଚି।ଏହାର କାରଣ ହେଉଛି କିଛି ଦିନ ତଳେ ଜଣେ ମହିଳା ଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣି ନେଇଥିଲା।

ଏହା ପରେ ତାକୁ ପାଣି ରେ ପିଟି ପିଟି ମାରି ଦେଇଥିଲା।କେବଳ ଓଡ଼ିଶା ରେ ସାରା ପୃଥିବୀ ରେ କୁମ୍ଭୀର ଆତଙ୍କ ସୃଷ୍ଟି ହୋଇଛି।ଲୋକ ମାନଙ୍କ ର କୁମ୍ଭୀର ପ୍ରତି ଭୟ ରହିଛି।ଆଜି ଆମେ ଆପଣ ଙ୍କୁ ଏଭଳି ଗୋଟିଏ ଦେଶ ବିଷୟ ରେ କହିବାକୁ ଯାଉଛୁ ଯେଉଁ ଠାରେ କୁମ୍ଭୀର ପ୍ରତିଦିନ ଆସନ୍ତି।
ସେହି ଦେଶ ଟି ହେଉଛି କେନିୟା।ଏଠାରେ ଏକ ବେରୀଙ୍ଗୋ କେନାଲ ରହିଛି।ସେଠାରେ ଜଳବାୟୁ ପରିବର୍ତ୍ତନ ହେବା ପରେ କୁମ୍ଭୀର ମାନେ କେନାଲ ର କୁଳ କୁ ଚାଲି ଆସନ୍ତି।କିଛି ଲୋକ ମାନେ ମଧ୍ୟ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି।
ଏଥିପାଇଁ ଲୋକ ମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ପୂର୍ବ ରୁ କେନାଲ ଥିବା ସ୍ଥାନ ରେ ଲୋକ ମାନେ ରହୁଥିଲେ।ସେଠାରେ ବିଦ୍ୟାଳୟ, ଚିକିତ୍ସାଳୟ ଥିଲା।କିନ୍ତୁ ଜଳ ବାୟୁ ର ପରିବର୍ତନ ଯୋଗୁ ଏଠାରେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଲା।କେନାଲ ର ଜଳ ସ୍ତର ବଢିବାରେ ଲାଗିଲା।ଯାହା ଫଳରେ ପାଣି ଉପରକୁ ଉଠିଛି।

ସୂଚନା ଅନୁସାରେ କେନିୟା ଦେଶ ରେ ବେରୀଙ୍ଗୀ ଅଞ୍ଚଳ ର ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ହେଉଛନ୍ତି।ସେହି କେନାଲ ଉପରେ ନିର୍ଭର କରି ଲୋକ ମାନେ ତାଙ୍କ ଦୈନନ୍ଦିନ କାମ କରୁଛନ୍ତି।ସେଠାରେ ଅନେକ ମହିଳା ମାନେ ମିଶି କାମ କରନ୍ତି।
ଜଣେ ଯଦି କୁମ୍ଭୀର ଆସୁ ଥିବାର ଦେଖେ ତେବେ ସେ ସମସ୍ତ ଙ୍କୁ ସତର୍କ ସୂଚନା ଦେଇ ଦିଏ।ଯାହା ଫଳ ରେ ଅନେକ ଲୋକ ମୃ-ତ୍ୟୁ ମୁଖରୁ ବଞ୍ଚି ଯାଆନ୍ତି।ସେଠାରେ ଜଣେ ମହିଳା ଙ୍କ ଗୋଡ କୁ ଟାଣି ନେଇ ଯାଇଥିଲା କୁମ୍ଭୀର।ଏବେ ପର୍ଯ୍ୟନ୍ତ ମହିଳା ଜଣକ ସେପରି ଅବସ୍ଥା ରେ ପଡି ରହୁଛନ୍ତି।
ଲୋକ ମାନେ ଏଥିପାଇଁ ସରକାର ଙ୍କୁ ଦୋଷ ଦେଉଛନ୍ତି।ସେମାନଙ୍କ କହିବା ଅନଯାୟୀ ସରକାର ସେ କେନାଲ ଉପରେ କୌଣସି ପ୍ରକାର ପଦକ୍ଷେପ ନେଇ ନାହାନ୍ତି।ଲୋକ ମାନେ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
କାମ କରିବାକୁ ସମସ୍ତ ଙ୍କୁ ଅସୁବିଧା ହେଉଛି।ଲୋକ ମାନେ କିଭଳି କୁମ୍ଭୀର ଦାଉ ରୁ ରକ୍ଷା ପାଇବେ ସେଥିପାଇଁ ସରକାର ସଚେତନ ହେବ ଜରୁରୀ।