ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରତିଦିନ ସୋସିଆଲ ମିଡିଆରେ ଆମେମାନେ ଅନେକ ପ୍ରକାର ଘଟଣା ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଥାଉ। ସେଥି ମଧ୍ୟରୁ ଚୋର ମାନଙ୍କୁ ନେଇ ଅନେକ ଚୋରି ଘଟଣା ସାମ୍ନାକୁ ଆସିଥାଏ।

ତେବେ ବନ୍ଧୁଗଣ ଚୋରି କରିବାର ନୂଆ ନୂଆ ମାମଲା ସାମ୍ନାକୁ ଆସିଥାଏ। ତେବେ କିଛି ଚୋରଙ୍କୁ ଲୋକମାନେ ଧରି ନେଇ ନିସ୍ତୁକ ମାଡ ମାରିଥାଆନ୍ତି। ଆଉ କିଛି ଚୋର ଆଖି ଆଗରେ ଚୋରି କରି, ଖସି ପଳାଇ ଯାଇଥାଆନ୍ତି।
କିଛି ଲୋକ ଟଙ୍କା ପଇସା, ସୁନା ଗହଣା ଚୋରି କରି ନେଇଥାନ୍ତି। ଏବଂ କିଛି ଲୋକ ପଶୁ ଆଉ ଛୋଟ ପିଲାଙ୍କୁ ଚୋରି କରି ନେଇଥାନ୍ତି। ବନ୍ଧୁଗଣ ଆମ ଦେଶରେ ଏପରି କିଛି ଚୋର ବି ଅଛନ୍ତି ଯେଉଁ ମାନେ ଅତି ଚତୁର ଥାନ୍ତି ।
ଏହି ଚତୁର ଚୋର ମାନଙ୍କର ଚୋରୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥାଏ। ଉଆସ ମଙ୍ଗଳା ପୀଠରୁ ଛୁଆ ଚୋରି କରୁଥିବା ଯୁବକ ଜଣଙ୍କୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ।

ଦଶରଥପୂର୍ ବ୍ଲକ ଉଆସ ମଙ୍ଗଳା ପୀଠରୁଏକ ଶିଶୁ କନ୍ୟାକୁ ଜଣେ ଯୁବକ ଚୋରୀ କରି ନେଇଯାଉଥିବା ବେଳେ ସ୍ଥାନୀୟ ଲୋକେ ଯୁବକ ଜଣକୁ କାବୁ କରିବା ସହ ଛୁଆଟିକୁ ତା ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।
ସୂଚନା ଅନୁସାରେ ବାଙ୍ଗାରା ପଞ୍ଚାୟତର ବର୍ଷାରାଣୀ ଜେନା ତାଙ୍କ ଦେଢ ବର୍ଷର ଝିଅକୁ ନେଇ ମା ମଙ୍ଗଳାଙ୍କ ପୀଠ ଦର୍ଶନ କରିବାକୁ ଆସିଥିଲେ। ପୂଜା କରୁଥିବା ବେଳେ ସେହି ସମୟର ସୁଯୋଗ ଉଠେଇ ଜଣେ ଯୁବକ ଛୁଆଟିକୁ ଚୋରୀ କରି ନେଇଯାଉଥିଲା।
ଏହାକୁ ସାମ୍ବାଦିକ ଜୟ ପ୍ରକାଶ ନାୟକ ବିଭିନ୍ନ ହ୍ୱାଟସପ୍ ଏବଂ ଫେସବୁକରେ ଅବଗତ କରାଇବା ସହ ଅଲଙ୍ଗ ଛକ ନିକଟରେ କିଛି ଲୋକ ଉକ୍ତ ଯୁବକ ଛୁଆଟିକୁ ଦେଖି ଯୁବକଙ୍କୁ ଅଟକାଇ ଥିଲେ। ଆଉ ତା'ପରେ ଧରାପଡ଼ି ଯାଇଥିଲେ ଯୁବକ ଜନକ।
ସେପଟେ ଘଟଣାସ୍ଥଳରେ ମା ମଙ୍ଗଳା କମିଟିର ସଦସ୍ୟ ମାନେ ପହଞ୍ଚି ଛୁଆଟିକୁ ଉଦ୍ଧାର କରିବା ସହ ସଂପୃକ୍ତ ଯୁବକଙ୍କୁ ଦଶରଥ ପୋଲିସକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।