ନମସ୍କାର ପାଠକ ବନ୍ଧୁ।ବନ୍ଧୁ ଗଣ ଭଗବାନ ସୃଷ୍ଟି ରେ ସମସ୍ତଙ୍କୁ ଦିନେ ନା ଦିନେ ମରିବାକୁ ପଡ଼ିବ।କିନ୍ତୁ ଏହି ମୃ-ତ୍ୟୁ କେତେବେଳେ ଆସିବ ତାହା କେହି କହି ପାରିବେ ନାହିଁ।ଆମେ ଆଜି ସେହିଭଳି ଗୋଟିଏ ଝିଅ ର ମୃ-ତ୍ୟୁ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।

ଏହି ଘଟଣା ଟି ଘଟିଛି ଚେନ୍ନାଇ ର କ୍ଷୀର ଫ୍ୟାକ୍ଟ୍ରି ନିକଟ ରେ ରହୁଥିବା ସ୍ଵାମୀ ସ୍ତ୍ରୀ ଙ୍କ କ୍ଷେତ୍ର ରେ।ସ୍ନେହା ତାଙ୍କ ସ୍ଵାମୀ ଙ୍କ ସହିତ ବହୁତ ଖୁସି ରେ ମନ୍ଦିର ଯାଉ ଥିଲେ।ହେଲେ ତାଙ୍କ ସହିତ ଏପରି କିଛି ଘଟଣା ଘଟିଲା ଯାହା କୁ କି ଆପଣ ମାନେ ଶୁଣିଲେ ବିଶ୍ଵାସ କରି ପାରିବେ ନାହିଁ।
ସୂଚନା ଅନୁସାରେ ଗତ କିଛି ଦିନ ତଳେ ସ୍ନେହା ଙ୍କ ର ନିକଟସ୍ଥ ଗ୍ରାମ ର ପ୍ରଭାସ ଙ୍କ ସହିତ ବିବାହ ହୋଇ ଥିଲା।ବିବାହ ପରେ ଉଭୟ ବହୁତ ଖୁସି ରେ ଥିଲେ।ସୁଖ ରେ ସଂସାର ଗଢ଼ିବା ପାଇଁ ଉଭୟ କେତେ ସ୍ବପ୍ନ ଦେଖିଥିଲେ।

ହେଲେ ତାଙ୍କ ସବୁ ସ୍ବପ୍ନ ଯେପରି ଅଳ୍ପ ସମୟ ମଧ୍ୟ ରେ ପାଣି ଫୋଟକା ପରି ମିଳେଇ ଗଲା।କିଛି ବୁଝିବା ଆଗରୁ ତାଙ୍କର ସବୁ କିଛି ଯେପରି ଶେଷ ହୋଇ ଗଲା।ଉଭୟ ସ୍ବାମୀ ସ୍ତ୍ରୀ କେତେ ଖୁସୀ ମନ ରେ ମନ୍ଦିର କୁ ଯାଇଥିଲେ ପୂଜା କରିବା ପାଇଁ।
ଯାଉଥିବା ସମୟ ରେ ଏକ ବଡ ଟ୍ରକ୍ ଆସି ତାଙ୍କୁ ଧକ୍କା ଦେଇଥିଲା।ଯାହା ଫଳ ରେ ପ୍ରଭାସ ବଞ୍ଚି ଯାଇଥିଲେ।ମାତ୍ର ସ୍ନେହା ଛିଟିକି ପଡ଼ି ଟ୍ରକ୍ ତଳ କୁ ଚାଲି ଆସି ଥିଲା।ଟ୍ରକ୍ ଟି ତାଙ୍କ ଉପରେ ସମ୍ପୂର୍ଣ୍ଣ ରୂପେ ଚଢ଼ି ଯାଇଥିଲା।ସେହି ଠାରେ ହିଁ ସ୍ନେହା ଙ୍କ ର ମୃତ୍ୟୁ ହୋଇ ଯାଇଥିଲା।

ସ୍ଵାମୀ ଙ୍କ ଆଖି ଆଗରେ ଛଟ ପଟ ହୋଇ ମରି ଯାଇଥିଲେ ସ୍ତ୍ରୀ।ଯାହାକୁ ଦେଖି ସହି ପାରି ନ ଥିଲେ ସ୍ଵାମୀ।ଏହା ପରେ କିଛି ଲୋକ ସେଠାକୁ ଆସି ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ କୁ ପଠାଇ ଥିଲେ।
କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃ-ତ ବୋଲି ଘୋଷଣା କରି ଥିଲା।ଏଥିରୁ ଜଣା ପଡ଼ୁଚି ଯେ ଅନ୍ୟ ମନସ୍କ ହୋଇ ଗାଡ଼ି ଚଳାଇଲେ କିପରି କେତେ ଲୋକ ମୃ-ତ୍ୟୁ ବରଣ କରୁଛନ୍ତି।ନିଜର ସାମାନ୍ୟ ଭୁଲ ପାଇଁ କେତେ ଲୋକ ଙ୍କ ଜୀବନ ଚାଲି ଯାଉଛି।