ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ପୋଲିସ ମାନେ ଲୋକ ଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରି ଥାଆନ୍ତି ।ହେଲେ ବର୍ତ୍ତମାନ ସମୟ ରେ ପୋଲିସ ମାନେ ନିଜ କର୍ତ୍ତବ୍ୟ ଭୁଲି ଯାଉଛନ୍ତି।

ଏଭଳି ଏକ ଘଟଣା ବିଷୟରେ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ।ଦୁଇ ଜଣ ମହିଳା ପୋଲିସ ନିଜ କର୍ତ୍ତବ୍ୟ ଭୁଲି ସୋସିଆଲ ମିଡ଼ିଆ ରେ ରିଲ୍ସ ବନାଉ ଥିବାର ନଜର ଆସିଥିଲେ।ପରେ ସେମାନଙ୍କୁ ସସ୍ପେଣ୍ଡ କରା ଯାଇଛି।ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ ଏହି ଘଟଣା ଟି ବିହାର ର ବୌଦ୍ଧ ଗୟା ସ୍ଥିତ ଗୋଟିଏ ମନ୍ଦିର ରେ ଘଟିଛି।ଦୁଇ ଜଣ ମହିଳା ପୋଲିସ ନାଚି ଗାଇ ସୋସିଆଲ ମିଡ଼ିଆ ରେ ଭିଡିଓ ପୋଷ୍ଟ କରିଥିଲେ।ଏହା ପରେ ଏହି ଭିଡିଓ ଟି ଭାଇରାଲ୍ ହୋଇ ଥିଲା।

ସମସ୍ତେ ଏହି ଭିଡିଓ କୁ ଦେଖି ନିନ୍ଦା କରିଛନ୍ତି।ପୋଲିସ ମାନେ ଲୋକ ଙ୍କ ସୁରକ୍ଷା ପାଇଁ କାମ କରନ୍ତି।ହେଲେ ଏହି ମହିଳା ପୋଲିସ ଦୁଇ ଜଣ ନିଜ କର୍ତ୍ତବ୍ୟ ନ କରି ନାଚ ଗୀତ ରେ ଲାଗିଛନ୍ତି।
ୟୁନିଫର୍ମ ପିନ୍ଧି ମନ୍ଦିର ଭିତରେ ଏଭଳି କିଛି କାଣ୍ଡ ଘଟାଇ ଛନ୍ତି।ଏହି ମର୍ଡନ ଯୁଗ ରେ ପ୍ରାୟ ସମସ୍ତେ ସୋସିଆଲ ମିଡିଆରେ ଭିଡିଓ କରୁଛନ୍ତି।ହେଲେ ଏଥିରୁ ବର୍ତିବ କିପରି ଏହି ମହିଳା ପୋଲିସ।

ସେମାନଙ୍କୁ ଯେତେବେଳେ ଲୋକ ମାନେ କହିଥିଲେ କି ଆପଣ ମାନେ ପୋଲିସ ହୋଇ ଏଭଳି କାମ କାଇଁ କରୁଛନ୍ତି।ଏହା ପରେ ମହିଳା ପୋଲିସ ଦୁଇ ଜଣ କହିଥିଲେ କି ଆପଣ ଙ୍କ ର କଣ ଗଲା।ସମସ୍ତେ ଏଭଳି କରୁଛନ୍ତି।ଆମେ କଲୁ କଣ ହୋଇ ଗଲା।
ହିନ୍ଦୀ ଗୀତ ରେ ସେମାନେ ରିଲ୍ସ କରି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଥିଲେ।ଏହା ପରେ ତାଙ୍କୁ ସସ୍ପେଣ୍ଡ କରା ଯାଇଥିଲା।ନିଜ ଭୁଲ ପାଇଁ ଆଜି ତାଙ୍କୁ ଏତେ ବଡ ଦଣ୍ଡ ଦିଆ ଯାଇ ଅଛି।
ଏ ନେଇ ସେମାନେ ଏବେ ଅନୂତପ୍ତ ଅଛନ୍ତି।ଏହି ଘଟଣା ଟି ବିହାର ର ବୌଦ୍ଧ ଗୟା ଠାରେ ଦେଖିବାକୁ ମିଳିଚି।ଏବେ ମହିଳା ପୋଲିସ ଙ୍କ ଏଭଳି କାର୍ଯ୍ୟ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି।