Aug 11, 2024, 22:04 IST

ମାଛ ଅଣ୍ଡା ବନ୍ଦ୍ କରିଦିଅ, ସେ ମମତା ଏକା ଥରେ ସାଇଜ ହେଇଯିବ....

Special report

ବର୍ତ୍ତମାନ ଓଡିଶାରେ ଆଳୁ କୁ ନେଇ ବିବାଦ ଘେରି ରହିଥିବା ବେଳେ ପ୍ରତ୍ୟେକ ଦିନ ନୂଆ ନୂଆ ଅପଡେଟ ମିଳୁଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାକୁ ଆଳୁ ଦେଉନଥିବା ବେଳେ ବର୍ତ୍ତମାନ ଓଡିଶାରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି ।
Special report
ଯାହା ଫଳରେ ଓଡ଼ିଶାରେ ମଧ୍ୟ ପଶ୍ଚିମବଙ୍ଗ ଯାଉଥିବା କିଛି ଖାଦ୍ୟ ପଦାର୍ଥକୁ ଓଡ଼ିଶାବାସୀ ବିରୋଧ କରିବା ସହ ଅହିଂସା ଦ୍ଵାରା ସମସ୍ୟାର ସମାଧାନ କରିବାପାଇଁ ଚେଷ୍ଟା କରିଛନ୍ତି । ଆଳୁର ମହଙ୍ଗା ହେବା ବର୍ତ୍ତମାନ କ୍ଷେତ୍ରରେ ଲୋକମାନଙ୍କ ମନରେ ଅସନ୍ତୋଷ ଭାବ ଦେଖା ଯାଉଛି।
ପ୍ରତ୍ୟେକ ଦିନ ଆଳୁ ଏକ ଦୈନଦିନ ଖାଦ୍ୟ ପଦାର୍ଥ ଭଳି ବ୍ୟବହାର ହୁଏ । ତେବେ ଏହି କ୍ଷେତ୍ରରେ ଆଳୁ ପ୍ରେମୀଙ୍କ ପାଇଁ ଏହା ଏକ ଦୁଃଖ ଖବର ସାବ୍ୟସ୍ତ ହେବା ସହ କିପରି ଏହିସବୁ ସମସ୍ୟାର ସମାଧାନ ହେବ ତାହା ନେଇ ବର୍ତ୍ତମାନ ସମସ୍ତେ ଚିନ୍ତାରେ ।
ଅଚାନକ ଭାବେ ପଶ୍ଚିମବଙ୍ଗ ସରକାର ଆଳୁ ଓଡ଼ିଶାକୁ ଦେବା ବନ୍ଦ କରିଦେବେ ବୋଲି କାହାର ମଧ୍ୟ ଆଶା ନଥିଲା । ତେବେ ଏହି ପରିପ୍ରେକ୍ଷୀରେ ଜଣେ ବ୍ୟକ୍ତି ମୁଁହ ଖୋଲି ପଶ୍ଚିମବଙ୍ଗକୁ ଉଚିତ୍ ଶିକ୍ଷା ଦେବାପାଇଁ ମାର୍ଗ ବତାଇ ଦେଇଛନ୍ତି । ପଶ୍ଚିମବଙ୍ଗକୁ ଓଡିଶାରୁ ମାଛ ଏବଂ ଅଣ୍ଡା ତଥା ଅନ୍ୟାନ୍ୟ ଜିନିଷ ଯାଇଥାଏ । 
Special report
ବ୍ୟକ୍ତି ଜଣଙ୍କ କହିବା ଅନୁଯାୟୀ ଯଦି ପଶ୍ଚିମବଙ୍ଗ ମନ ମୁତାବକ ଆଳୁ ଯୋଗାଣ ବନ୍ଦ କରିପାରୁଛି ତାହେଲେ ଓଡ଼ିଶା କାହିଁକି ମାଛ ଏବଂ ଅଣ୍ଡା ଯୋଗାଇଦେବ ।
ଓଡ଼ିଶା ଯଦି ମାଛ ଏବଂ ଅଣ୍ଡା ଦେବା ବନ୍ଦ କରିଦିଏ ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଦିଦିଙ୍କୁ ଉଚିତ୍ ଶିକ୍ଷା ମିଳିବ ବୋଲି ବ୍ୟକ୍ତି ଜଣଙ୍କ ମତ ଦେଇଛନ୍ତି । ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଏହି ମନମାନିକୁ ସମ୍ପୂର୍ଣ ରୂପେ ବିରୋଧ କରିବା ସହ କାହିଁକି ସରକାର ଏପରି କରିଛନ୍ତି ତାହା ମଧ୍ୟ ଦର୍ଶାଇଛନ୍ତି । 
ବ୍ୟକ୍ତିଙ୍କ କହିବା ଅନୁଯାୟୀ ପଶ୍ଚିମବଙ୍ଗ ସରକାର ଆଳୁ ଷ୍ଟକ୍ ରଖି ପଶ୍ଚିମବଙ୍ଗବାସୀ ଙ୍କୁ କମ ଦରରେ ଦେବାକୁ ଯୋଜନା କରୁଛନ୍ତି । ଏହି କ୍ଷେତ୍ରରେ କେବଳ ପଶ୍ଚିମବଙ୍ଗ ବାସୀଙ୍କୁ ହିଁ ଲାଭ ହେବ । କିନ୍ତୁ ଆଳୁ ବ୍ୟବସାୟୀ ଜଣଙ୍କ ପଶ୍ଚିମବଙ୍ଗ ସରକାରଙ୍କ ଏହି ପଦକ୍ଷେପକୁ ସ୍ଵାଗତଯୋଗ୍ୟ ବୋଲି ମତ ଦେଇନାହାନ୍ତି ।
ତୁରନ୍ତ ଭାବେ ଏହି ଆଳୁ ସଙ୍କଟ ପାଇଁ କିଛି ବାଟ କରାଯିବା ଉଚିତ୍ ଏବଂ ଦରକାର ପଡିଲେ ପଶ୍ଚିମବଙ୍ଗ ସରକାରଙ୍କୁ ଶିକ୍ଷା ଦେବାପାଇଁ ଓଡିଶାରୁ ମାଛ ଅଣ୍ଡା ତଥା ଅନ୍ୟାନ୍ୟ ଜିନିଷ ବନ୍ଦ କରିଦେବାକୁ ନିଜର ମତ ରଖିଛନ୍ତି ।

Advertisement