ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଆଜିକା ଦୁନିଆର ସବୁ ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ରୋଡ ରୋମିଓମାନଙ୍କ ବିଷୟରେ ଆସିଥିବା ଖବର ସବୁ ଜାଣିଥିବେ ।
ଏହି ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ଝିଅମାନଙ୍କୁ କମେଣ୍ଟ କରିଥାନ୍ତି । ଆଉ ରାସ୍ତା ଉପରେ ଅ-ଶ୍ଳୀ-ଳ ଇଙ୍ଗିତ ମଧ୍ୟ କରିଥାନ୍ତି । ଯାହାଦ୍ଵାରା ଝିଅମାନେ ବହୁତ ହଇରାଣ ହୋଇଥାନ୍ତି । ଏବେ ଏମିତି କିଛି ଖବର ଆସିଛି ।
ପୂଜାପର୍ବ ଯାତ୍ରା ଆଦିରେ ଏଭଳି ରୋଡ ରୋମିଓ ଅଧିକ ଦେଖିବାକୁ ମିଳିଥାନ୍ତି । ଆଉ ସେମାନେ ଏଭଳି କିଛି କାମ କରିଥାନ୍ତି ଯାହା ଦ୍ଵାରା ଝିଅମାନେ ବହୁତ ହଇରାଣ ଆଉ ଅସୁବିଧାର ସାମ୍ନା କରିଥାନ୍ତି ।
ଏବେ ସାମ୍ନାକୁ ଆସିଥିବା ଖବର ହେଉଛି ଜଣେ ରୋଡ ରୋମିଓଙ୍କୁ ଯୁବତୀ ଜଣଙ୍କୁ କମେଣ୍ଟ ମାରିବା ପଡିଲା ମହଙ୍ଗା । ଲେଡିଜ ପୋଲିସକୁ ଚିହ୍ନି ନପାରି କମେଣ୍ଟ ମାରିଦେଲା ରୋଡ ରୋମିଓ । ତାହା ପୁଣି ଘଟିଛି ଯାତ୍ରା ମଝିରେ । ଏହି ରୋଡ ରୋମିଓ ଜଣକ ଖରାପ ଇଙ୍ଗିତ କରିଛନ୍ତି ।
ଆଖିରେ ଈଶାରା କରି ଖରାପ ଇଙ୍ଗିତ କରିଥିଲେ ରୋଡ ରୋମିଓ । ତାପରେ ଯାତ୍ରା ମଝିରେ ଏହି ଯୁବକ ଜଣଙ୍କୁ ଘୋଷାରି ଘୋଷାରି ନେଇଥିଲେ ଏହି ଯୁବତୀ ଜଣକ । ଏହି ଯୁବତୀ ଜଣକ ହେଉଛନ୍ତି ଜଣେ ମହିଳା ପୋଲିସ । ଆଉ ସେ ସାଧା ପୋଷାକରେ ଏହି ଯାତ୍ରାରେ ବୁଲୁଥିଲେ ।
ସାଧା ବେଶରେ ମହିଳା ପୋଲିସ ଥିବାରୁ ତାଙ୍କୁ ଜାଣି ପାରିନଥିଲେ ରୋଡ ରୋମିଓ । ଆଉ ସେ ତାଙ୍କୁ କମେଣ୍ଟ ମାରିଥିଲେ । ଆଉ ଏହାପରେ ଏଭଳି ସବୁ ଘଟିଥିଲା । ଏହି ରୋଡ ରୋମିଓ ଜଣଙ୍କୁ ଆପଣମାନେ ଏହି ଭିଡିଓରେ ଦେଖିପାରିବେ ।
ଏହି ରୋମିଓ ଜଣକ ମୁଣ୍ଡରେ ଟୋପି, ଚଷମା ଆଉ କାଲର ଟେକି ବୁଲି ବୁଲି ସୁନ୍ଦରୀ ଝିଅମାନଙ୍କୁ କମେଣ୍ଟ ମାରୁଥିଲେ । ଏହି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର କାଳୀ ପୂଜାରେ ।
ଭଦ୍ରକ ଜିଲ୍ଲାର କିଛି ମହିଳା କନେଷ୍ଟବଳ ପୋଲିସଙ୍କୁ ଏହି ମେଳାରେ ସାଧା ପୋଷାକରେ ମୁତୟନ କରାଯାଇଛି । ଆଉ ତାଙ୍କୁ ଏହି ରୋଡ ରୋମିଓମାନଙ୍କୁ ଧରିବାକୁ କୁହାଯାଇଛି । ଗତକାଲି ରାତିରେ ଏହି ମହିଳା କନେଷ୍ଟବଳ ଏହି ରୋଡ ରୋମିଓ ଜଣଙ୍କୁ ଧରି ପୋଲିସ ଷ୍ଟେସନ ନେଇଛନ୍ତି।