ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ପ୍ରେମ ର ପ୍ରତିଶୃତି ଦେଇ ତାଙ୍କୁ ହତ୍ୟା କରୁଛନ୍ତି କିଛି ଯୁବକ ମାନେ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଅଞ୍ଚଳ ର ବୈଇପାରିଗୁଡ଼ା ଥାନା ଅଞ୍ଚଳ ରେ।
ଏଠାରେ ଜଣେ ମହିଳା ଙ୍କୁ ଜଣେ ଯୁବକ ଅନେକ ଦିନ ଧରି ପ୍ରେମ କରି ଆସୁ ଥିଲେ।ଯୁବକ ଜଣକ ର ନାମ ହେଉଛି ଧୋବା ଗୁଡ଼ା।ସେ ହାଇଦ୍ରାବାଦ ରେ ଗୋଟିଏ କମ୍ପାନୀ ରେ ସିକ୍ୟୁରିଟି ଗାର୍ଡ ରୂପେ କାର୍ଯ୍ୟ କରୁଥିଲେ।
ଅନେକ ଦିନ ଧରି ସେମାନଙ୍କ ପ୍ରେମ ସଂପର୍କ ରହିଥିଲା।ଯୁବକ ଜଣକ ମହିଳା ଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଥିଲେ।ହେଲେ ଯୁବତୀ ଜଣକ ସବୁବେଳେ ତାଙ୍କୁ ବିବାହ କରିବା ପାଇଁ ବାଧ୍ୟ କରୁଥିଲେ।ଏଥିରେ ଧୋବା ଗୁଡ଼ା ରାଗି ଯାଉଥିଲେ।
ଦିନେ ସେ ଗାଁ କୁ ଆସିଲେ।ସେହି ସମୟ ରେ ଯୁବତୀ ଜଣକ ତାଙ୍କୁ ବିବାହ କଥା କହିଥିଲେ।ଏହା ପରେ ଧୋବା ଗୁଡ଼ା ଯୁବତୀ ଙ୍କୁ ବିବାହ କରିବା କଥା କହି ଏକ ନିଛାଟିଆ ସ୍ଥାନ କୁ ଡାକିଲେ।
ସେଠାରେ ତାଙ୍କ ବେକ କୁ ଛୁରୀ ରେ କାଟି ତାଙ୍କୁ ହ-ତ୍ୟା କରିଥିଲେ।ଓ ସେଠାରୁ ଫେରାର ହୋଇ ଯାଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ପୋଷ୍ଟ ମର୍ଟମ ପାଇଁ ପଠାଇ ଥିଲା।ଘଟଣା ର ତଦନ୍ତ କରିବା ଆରମ୍ଭ କରିଥିଲେ।
ପରେ ଜଣା ପଡି ଥିଲା କୁ ଯୁବତୀ ଜଣକ ଯାହାକୁ ପ୍ରେମ କରୁଥିଲେ ସେ ହିଁ ତାଙ୍କୁ ହ-ତ୍ୟା କରିଛନ୍ତି।ଏହି ଘଟଣା ଏବେ ସେଠାକାର ଚର୍ଚ୍ଚା ର ବିଷୟ ପାଲଟିଛି।ଏପରି କରିବା ଠିକ୍ ନୁହେଁ ବୋଲି ସେଠାକାର ଲୋକ ମାନେ କହିଛନ୍ତି।
ତେବେ ଆପଣ ମାନେ କୁହନ୍ତୁ ଜଣକୁ ପ୍ରେମ କରି ତାଙ୍କୁ ଜୀବନ ରୁ ମାରି ଦେବା କଣ ଠିକ୍ ହେଲା।ପୋଲିସ ଯୁବକ ଙ୍କୁ ଗିରଫ କରିଛି।ଓ ଯୁବକ ଙ୍କୁ କଠିନ ରୁ କଠିନ ଦଣ୍ଡ ଦେବା ପାଇଁ ସେଠାକାର ଲୋକ ମାନେ ଦାବି କରିଛନ୍ତି।