Feb 5, 2024, 14:18 IST

ଦିଦି ରାଗନି ଆସ ଆମେ ସଉତୁଣୀ ନୁହେଁ ଦୁଇ ଭଉଣୀ ହୋଇ କରି ରହିବା...

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଯେ କୌଣସି ଝିଅ ନିଜ ସ୍ଵାମୀ କୁ ଅନ୍ୟ କାହା ସହିତ ଦେଖି ପାରିବ ନାହିଁ।ପ୍ରତ୍ୟେକ ମହିଳା ଚାହାନ୍ତି ନିଜ ସ୍ଵାମୀ କେବଳ ନିଜର ହୋଇ ରହୁ।ହେଲେ ଆଜି ଆମେ ଏଭଳି ଜଣେ ମହିଳା ଙ୍କ ବିଷୟ ରେ କହିବାକୁ ଯାଉଛୁ
Special report
ଯିଏ କି ନିଜ ସ୍ଵାମୀ ର ପ୍ରଥମ ସ୍ତ୍ରୀ କୁ ନିଜ ଭଉଣୀ କହି ଭୁଲ ମାଗିଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ।ସ୍ଵାମୀ ର ଦ୍ୱିତୀୟ ବିବାହ ହେଉଥିବା ସମୟ ରେ ପ୍ରଥମ ପତ୍ନୀ ଆସି ସେଠାରେ ପହଞ୍ଚି ଯାଇ ଥିଲେ।ଏହା ପରେ ସେଠାରେ ଏକ ବଡ ହଙ୍ଗାମା ଦେଖିବାକୁ ମିଳି ଥିଲା।
ସୂଚନା ଅନୁସାରେ ସେଠାରେ ରହୁଥିବା ପ୍ରିୟମ୍ବଦା ଗତ କିଛି ବର୍ଷ ତଳେ ବିବାହ କରିଥିଲେ।ବିବାହ ପରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା।ଏହା ପରେ ପ୍ରିୟମ୍ବଦା ନିଜ ଘର କୁ ଚାଲି ଯାଇଥିଲେ।ସେମାନଙ୍କର ଛାଡ ପତ୍ର ହୋଇ ନ ଥିଲା।ହେଲେ ତାଙ୍କ ସ୍ଵାମୀ ଅନ୍ୟ ଜଣେ ଝିଅ କୁ ବିବାହ କରିବାକୁ ଯାଉ ଥିଲେ।
ଏହି ସମୟ ରେ ବିବାହ ବେଦୀ ରେ ପହଞ୍ଚି ଯାଇ ଥିଲେ ପ୍ରିୟମ୍ବଦା।ଏହି ବିବାହ କୁ କରିବାକୁ ଦେବେ ନାହିଁ ବୋଲି କହିଥିଲେ ପ୍ରିୟମ୍ବଦା।ଏହା ପରେ କନିଆ ଜଣକ ବେଦୀ ରୁ ଉଠି ଆସି ପ୍ରିୟମ୍ବଦା କୁ ଭୁଲ ମାଗି ଥିଲେ।ସେ କହିଥିଲେ କି ମୋର ଏଥିରେ କିଛି ବି ଭୁଲ ନାହିଁ।
Special report
ମୁଁ ଯଦି ଜାଣି ଥାଆନ୍ତି ତାଙ୍କର ଛାଡ ପତ୍ର ହୋଇ ନାହିଁ।ତେବେ କେବେ ବି ତାଙ୍କୁ ବିବାହ କରିବା ପାଇଁ ରାଜି ହୋଇ ନ ଥାଆନ୍ତି।ଆମର ଏବେ ଅଧା ବିବାହ ହୋଇ ସାରିଛି।ଆପଣ ଏହି ବିବାହ କୁ ଭାଙ୍ଗନ୍ତୁ ନାହିଁ।ଆମେ ଦୁଇ ଜଣ ଦୁଇ ସଉତୁଣୀ ନୁହେଁ।
ଦୁଇ ଭଉଣୀ ହୋଇ ରହିବା।ମୁଁ କେବେ ବି ତମ ଶଙ୍ଖା ସିନ୍ଦୁର କୁ ଛଡାଇ ବାକୁ ଚାହୁଁ ନାହିଁ।ଆମେ ଦୁଇ ଭଉଣୀ ହୋଇ ରହିବା।ଏଭଳି କଥା ଶୁଣିବା ପରେ ପ୍ରିୟମ୍ବଦା ଙ୍କ ଆଖି ରେ ଲୁହ ଆସି ଯାଇ ଥିଲା।ଭୁଲ ନ ଥାଇ ମଧ୍ୟ ଏଠାରେ ଦୁଇ ଜଣ ନାରୀ ନିଜ ଶଙ୍ଖା ସିନ୍ଦୂର ପାଇଁ ଲଢି ଥିଲେ।
ଯାହାକୁ ଦେଖି ଉପସ୍ଥିତ ଲୋକ ମାନଙ୍କ ଆଖି ରେ ଲୁହ ଆସି ଯାଉ ଥାଏ।ତାଙ୍କ ସ୍ଵାମୀ ଙ୍କ ର ଏଭଳି କାମ ପାଇଁ ସମସ୍ତେ ତାଙ୍କୁ ନିନ୍ଦା କରୁ ଥିଲେ।ପ୍ରଥମ ସ୍ତ୍ରୀ ଥାଉ ଥାଉ ସେ ଦ୍ୱିତୀୟ ବିବାହ କରିବା ପାଇଁ ଯାଉ ଥିଲେ।ମିଛ ଛାଡ ପତ୍ର କାଗଜ ସମସ୍ତ ଙ୍କୁ ଦେଖାଇ ଥିଲେ।ଯାହାକୁ ଦେଖି ସମସ୍ତେ ବିଶ୍ଵାସ କରି ଯାଇ ଥିଲେ।

Advertisement