Dec 5, 2023, 22:49 IST

ଓଡ଼ିଶା କୁ ସୁ ସୁ କରି ମାଡ଼ି ଆସୁଚି ବାତ୍ୟା : ଉପକୂଳ ବାସୀ ସତର୍କ ରହିବାକୁ ସରକାର ଙ୍କ ନିର୍ଦ୍ଦେଶ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାତ୍ୟା ପାଇଁ ଏବେ କଳାହାଣ୍ଡିଆ ମେଘ ଆକାଶ କୁ ଘେରି ସାରିଲାଣି। ମହା ଭୟଙ୍କରୀ ରୂପ ଧରି ଆଗକୁ ମାଡ଼ି ଚାଲିଛି ବାତ୍ୟା।
Special Report
ଯେତେ ଆଗକୁ ଯାଉଛି ସେତେ ମାତ୍ରାରେ ଏବେ ଏହି ବାତ୍ୟା ଶକ୍ତିଶାଳୀ ହେବାରେ ଲାଗିଛି। ଗୋଟେ ରାତି ଯଦି ଲୋକମାନେ ସତର୍କ ରହିଯିବେ ତେବେ ଧନଜୀବନ ସବୁକିଛି ସତର୍କ ରହିଯିବ। କିଛି ଘଣ୍ଟା ପରେ ବାତ୍ୟା ମିଗଜୋମ ଲ୍ୟାଣ୍ଡଫଲ୍ କରିବ।
ଏହାକୁ ନେଇ ଏବେ ହାଇ ଆଲର୍ଟ ମଧ୍ୟ ଜାରୀ କରାଯାଇଛି। ଏହି ମହା ଭୟଙ୍କରୀ ବାତ୍ୟା ପ୍ରବଳ ବେଗରେ ସ୍ଥଳ ଭାଗକୁ ମାଡ଼ି ଆସିବାରେ ଲାଗିଛି। ଏହି ବାତ୍ୟା କୁ ରୋକିବା ପାଇଁ ଆଉ ମଣିଷ ନିକଟରେ ଶକ୍ତି ମଧ୍ୟ ନାହିଁ।
ମଣିଷ ଏହି ବାତ୍ୟା କୁ ଯେତେ ବୈଜ୍ଞାନିକ ଶୈଳୀ ଆପଣାଇଲେ ମଧ୍ୟ ପ୍ରଭାବିତ କରିବାରେ ଆଦୌ ସକ୍ଷମ ନୁହେଁ। ଏହି ବାତ୍ୟା କିଛି ଘଣ୍ଟା ପରେ ହିଁ ଲ୍ୟାଣ୍ଡଫଲ୍ କରିବାକୁ ଯାଉଛି।
Special Report
ଏବେ ଠାରୁ ଏହି ବାତ୍ୟା ପ୍ରଭାବରେ ଆକାଶ କୁ କଳା ହାଣ୍ଡିଆ ମେଘ ଏବେ କବଜା କରି ନେଇ ସାରିଲାଣି। ଶୀତ ଦିନିଆ କୁହୁଡ଼ିକୁ ଭେଦ କରି ଏବେ ଆକାଶକୁ ଘେରି ରହିଛନ୍ତି ବିରାଟ ବିରାଟ ମେଘ ଖଣ୍ଡ।
ଅନେକ ସ୍ଥାନରେ ପ୍ରଳୟ ସୃଷ୍ଠି କରିବା ପାଇଁ ଏହି ବାତ୍ୟା ସବୁ ସ୍ଥାନରେ ବଳ ମଧ୍ୟ ସଞ୍ଚୟ କରି ସାରିଛି। ଲୋକ ମାନଙ୍କ ମନରେ ଏହି ବାତ୍ୟା କୁ ନେଇ ଅନେକ ଆଶଙ୍କା ମଧ୍ଯ ସୃଷ୍ଟି ହୋଇଛି। ବାତ୍ୟା ସ୍ଥଳ ଭାଗ ଛୁଇଁବା ସମୟରେ ପବନରବେଗ ୯୦ ରୁ ୧୦୦ ରହିପାରେ।
ସେହି ପରି ଝଟକା ପବନର ବେଗ ୧୧୦ ରହିପାରେ। ବାତ୍ୟା ପାଇଁ ତାମିଲନାଡୁ ରେ ଆଠଟି ସ୍କୁଲ୍ ଓ ଅଫିସ୍ କୁ ମଧ୍ଯ ଛୁଟି ଘୋଷଣା କରାଯାଇଛି। ଏହି ବାତ୍ୟା ପ୍ରଭାବରେ ଚେନ୍ନାଇ ରେ ପାଞ୍ଚ ଜଣଙ୍କ ମୃ-ତ୍ୟୁ ମଧ୍ୟ ହୋଇ ସାରିଛି।
ତେଲେଙ୍ଗାନା ର ବିଭିନ୍ନ ଜିଲା ମାନଙ୍କରେ ବର୍ଷା ସହ ପବନ ମଧ୍ଯ ଲାଗି ରହିଛି। ଆଉ ଏହି ବାତ୍ୟା ପାଇଁ ସତର୍କ ସୂଚନା ମଧ୍ଯ ଜାରି କରିଦିଆ ସାରିଛି। ତେବେ ଏହି ବାତ୍ୟା କୁ ନେଇ ଆପଣଙ୍କ ମତ କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement