Oct 25, 2023, 08:14 IST

ମାଡ଼ି ଆସୁଛି ବାତ୍ୟା " ହାମୁନ " ଦେଖନ୍ତୁ ପାଣିପାଗ ବିଭାଗ ତରଫରୁ ଆସିଲା ବହୁତ୍ ବଡ ସତର୍କ ସୂଚନା

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ଏହି ବାତ୍ୟାକୁ କୁହାଯାଉଛି ‘ହାମୁନ’। ସମୁଦ୍ର ଭିତରେ ଏହା ଆହୁରୀ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୁପ ନେବା ସମ୍ଭାବନା ରହିଛି।
Special report
ବାତ୍ୟା ହାମୁନ ଏବେ ଉତ୍ତର -ଉତ୍ତରପୂର୍ବ ଦିଗରେ ଗତି କରୁଛି।ଉପକୂଳ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଓଡିଶା ଉପକୂଳରୁ ଦୂର ସମୁଦ୍ରରେ ଗତି କରୁଥିବାରୁ ଏହାର ସିଧା ସଳଖ ପ୍ରଭାବ ଓଡିଶା ଉପରେ ପଡିବ ନାହିଁ। 
ତେବେ ବନ୍ଧୁଗଣ ପାଣିପାଗ ବିଭାଗ ସୂଚନା ଅନୁସାରେ, ବାତ୍ୟା ‘ହାମୁନ’ ପ୍ରଭାବ ଓଡ଼ିଶାରେ ଉପରେ ପଡ଼ିବ ନାହିଁ। ବାତ୍ୟା ‘ହାମୁନ’ ପାରାଦ୍ୱୀପ ଠାରୁ ପୂର୍ବ -ଦକ୍ଷିଣ ପୂର୍ବର ୨୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି।
Special report
ବାତ୍ୟା ପ୍ରଭାବରେ ଉପକୂଳ ଆକାଶ ମେଘାଚ୍ଛନ ରହିବା ସହିତ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ଏହା ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳରେ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। 
ସେହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ। ଏହି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅବଶିଷ୍ଟ ଉପକୂଳ ଓଡ଼ିଶା, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ,
Special report
କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକା ଓ ମଧ୍ୟ ଧରଣରବର୍ଷା ହେବାର ସମ୍ଭାବନା ରହିଛି। ଦିନ ସାଢ଼େ ୧୧ଟା ପରେ ସମୁଦ୍ରରେ ବାତ୍ୟା ‘ହାମୁନ’ ଦୁର୍ବଳ ହେବାର ସମ୍ଭାବନା ରହିଛି। 
Special report
ଏହା ଦୁର୍ବଳ ହୋଇ କାଲି ମଧ୍ୟାହ୍ନ ସୁଦ୍ଧା ବାଂଲାଦେଶ ଉପକୂଳର ଖେପୁପଡ଼ା- ଚିଟ୍ଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ। ଆଉ ସେତେବଳକୁ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇ ସାରିଥିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି।
ବାତ୍ୟା ‘ହାମୁନ’ ପ୍ରଭାବରେ ବର୍ତ୍ତମାନ ବଙ୍ଗୋପସାଗରରେ ୯୦ରୁ ୧୦୦ କିମି ବେଗରେ ପବନ ବହୁଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏବଂ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

Advertisement